Posted inଜାତୀୟ

ଅମିତ ଶାହାଙ୍କ ୫ ବଡ଼ ଭବିଷ୍ୟବାଣୀ: ସତ ହେବାନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୫: ନିର୍ବାଚନ ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ ଠାରୁ ଆରମ୍ଭ କରି ଷ୍ଟକ ମାର୍କେଟରେ ଏକ ନୂତନ ରେକର୍ଡ ସୃଷ୍ଟି କରିବା ପର୍ଯ୍ୟନ୍ତ ପାଞ୍ଚଟି ପୂର୍ବାନୁମାନ କରିଛନ୍ତି। ଏହି ୫ ଭବିଷ୍ୟବାଣୀ କେତେ ସତ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଅମିତ ଶାହାଙ୍କ ଦ୍ୱାରା କରାଯାଇଥିବା ୫ଟି ବଡ ଭବିଷ୍ୟବାଣୀ…
ଷ୍ଟକ ମାର୍କେଟ ଜୁନ ୧-୪ ମଧ୍ୟରେ ଏକ ନୂତନ ରେକର୍ଡ ସୃଷ୍ଟି କରିବ
ଷ୍ଟକ ମାର୍କେଟରେ ଉତ୍ଥାନ-ପତନ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହା ପୂର୍ବରୁ ମଧ୍ୟ ଷ୍ଟକ ମାର୍କେଟ ଅନେକ ଥର ବିଭିନ୍ନ କାରଣରୁ ଷ୍ଟକ ମାର୍କେଟରେ ଉତ୍ଥାନ-ପତନ ଘଟିଛି। କିନ୍ତୁ ଦୟାକରି ମୋର କଥା ଧ୍ୟାନ ଦିଅନ୍ତୁ, ଏହି ଷ୍ଟକ ମାର୍କେଟ ପୁଣି ଥରେ ୪ ଜୁନରେ ନୂତନ ରେକର୍ଡ ସୃଷ୍ଟି କରିବ।
ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଓଡ଼ିଶାରେ ସରକାର ଗଠନ କରିବୁ
ଶାହା କହିଛନ୍ତି, ଆମେ ଓଡିଶାରେ ସରକାର ଗଠନ କରିବାକୁ ଯାଉଛୁ। ଆମେ ଓଡିଶାରେ ୧୭ଟି ଲୋକ ସଭା ଆସନ ଜିତିବୁ ଏବଂ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ଓଡିଶାରେ ସରକାର ଗଠନ କରିବୁ। ଖରାପ ପ୍ରଶାସନ ଯୋଗୁ ଓଡିଶାର ଲୋକମାନେ ଅସୁବିଧାରେ ପଡ଼ିଛନ୍ତି। ଲୋକଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟରେ ଯୋଗଦେବାକୁ ବାରଣ କରାଯାଇଛି। ସେଥିପାଇଁ ଜନସାଧାରଣ ଏଥର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାଜପାରୁ ଆସିବେ।

ସହଯୋଗୀମାନଙ୍କ ସହିତ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିବୁ
ଅମିତ ଶାହା କହିଛନ୍ତି, ଆମେ ଦକ୍ଷିଣ ଭାରତରେ ଏକ ବଡ଼ ବିଜୟ ହାସଲ କରିବୁ। ଆମେ ଆମର ସହଯୋଗୀମାନଙ୍କ ସହ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିବାକୁ ଯାଉଛୁ। ଆମେ ଏଥର ଦକ୍ଷିଣ ରାଜ୍ୟରେ ଭଲ ପ୍ରଦର୍ଶନ କରିବାକୁ ଯାଉଛୁ।

ଓଡିଶାରେ ୧୭ଟି ଲୋକ ସଭା ଆସନ ଜିତିବୁ
ଅମିତ ଶାହା ଆମେ ଓଡିଶାରେ ୧୭ଟି ଲୋକସଭା ଆସନ ଜିତିବୁ। ଏଠାରେ ଆମର ପ୍ରଦର୍ଶନ ବହୁତ ଭଲ ହେବାକୁ ଯାଉଛି। ଏଥର ଓଡିଶାର ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ, ପରିବର୍ତ୍ତନ ଆଣିବାକୁ ହେବ। ଆମର ପ୍ରଦର୍ଶନ ଏଠାରେ ବହୁତ ଭଲ ହେବ।

ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଆମେ ୧୯୦ଟି ସିଟ ଜିତିଛୁ
ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ୨୮୩ଟି ଆସନରେ ଭୋଟ ଗ୍ରହଣ ହୋଇଛି। ଶାହା ଦାବି କରିଛନ୍ତି ଯେ, ଏପର୍ଯ୍ୟନ୍ତ ହୋଇଥିବା ଭୋଟରେ ଭାଜପା ୧୯୦ ଲୋକ ସଭା ଆସନ ଜିତିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?