Posted inଜାତୀୟ

‘ଫୁଲ୍‌ ଟସ୍‌ ବଲ୍‌ ପକାଉଛନ୍ତି ଅଖିଳେଶ, ଚୌକା ମାରିଦିଅ’

ଲକ୍ଷ୍ନୌ,୨୧।୨: ଉତ୍ତର ପ୍ରଦେଶରେ ତିନିଟି ପର୍ଯ୍ୟାୟରେ ୧୭୨ଟି ଆସନରେ ଭୋଟ ଗ୍ରହଣ ସରିଛି। ଏବେ ଅବଶିଷ୍ଟ ଚାରିଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ନିର୍ବାଚନୀ ପ୍ରଚାର ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୀତାପୁରରେ ପହଞ୍ଚିଥିଲେ। ଏକ ସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, ଉତ୍ତର ପ୍ରଦେଶରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି, ଚତୁର୍ଥ ପର୍ଯ୍ୟାୟ ଫେବୃୟାରୀ ୨୩ରେ ହେବ। ପ୍ରଥମ ତିନୋଟି ପର୍ଯ୍ୟାୟରେ ଏସପି-ବିଏସପି ଚିତ୍‌ପଟାଙ୍ଗ୍‌ ହୋଇପଡିଚନ୍ତି। କଂଗ୍ରେସ ଦଳ ଦୃଶ୍ୟମାନ ହେଉନାହିଁ। ବିରୋଧୀ ଦଳର ନେତାମାନେ ଆପଣଙ୍କ ନିକଟକୁ ଆସିବେ। ଆମେ ଜାତି, ଧର୍ମ, ଆଗୁଆ, ପଛୁଆ ବିଷୟରେ ଆଲୋଚନା କରିବେ। କିନ୍ତୁ ଆପଣ ମନରେ ଭାରତ ମାତା ଚିତ୍ରକୁ ମନେ ପକାଇ ପଦ୍ମ ଉପରେ ଭୋଟ ଦେବାକୁ ହେବ।
ଏହି ସଭାରେ ଶାହା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଅଖିଳେଶ ପ୍ରତିଦିନ ଫୁଲ୍‌ ଟସ୍‌ ବଲ୍‌ ପକାଉଛନ୍ତି, ଚୌକା ମାରିଦିଅ ବୋଲି ସେ ଉପସ୍ଥିତ ଜନତାଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୨।୩: ଭିନ୍ନକ୍ଷମ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟାଳୟଗୁଡ଼ିକୁ ସ୍ବତନ୍ତ୍ର ସ୍ବୀକୃତି ପ୍ରସଙ୍ଗ ଉପରେ ସୋମବାର ଲୋକ ସଭାରେ ଆଲୋଚନା ହୋଇଥିଲା। ଭିନ୍ନକ୍ଷମଙ୍କୁ ଶିକ୍ଷାଦାନ କରୁଥିବା...

କୋର୍ଟକୁ ଜିନ୍ସ ପିନ୍ଧି ଆସିଲେ ଆଇନଜୀବୀ, ପୋଲିସ ଡାକି କୋର୍ଟ ପରିସରରୁ ବାହାର କଲେ ବିଚାରପତି…

ଗୁଆହାଟୀ,୨୮।୧ : ଆବେଦନକାରୀଙ୍କ ଆଇନଜୀବୀ କୋର୍ଟ ପରିସରରେ ଜିନ୍ସ ପିନ୍ଧିଥିବାରୁ ଗୁଆହାଟୀ ହାଇକୋର୍ଟ ଶନିବାର ଏକ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି...

ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ୬୧ ପୁରୁଷ, ୨ ମହିଳା କଏଦୀଙ୍କୁ ମୁକ୍ତ କରିବେ ପଶ୍ଚିମବଙ୍ଗ ସରକାର

କୋଲକାତା,୨ ।୮: ପଶ୍ଚିମବଙ୍ଗ ସରକାର ମାନବିକତା ଦୃଷ୍ଟିରୁ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୬୧ ଜଣ ପୁରୁଷ ଓ ୨ ଜଣ ମହିଳା କଏଦୀଙ୍କୁ ମୁକ୍ତ...

ବିଧାନ ପରିଷଦକୁ ଉଦ୍ଧବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ମୁମ୍ବାଇ,୧୫।୫(ପି.ଟି.): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ଅନ୍ୟ ୮ ଜଣ ରାଜ୍ୟ ବିଧାନ ପରିଷଦକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହୋଇଥିବା ଅନ୍ୟମାନେ ହେଲେ...

ପଞ୍ଜାବରେ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଚଣ୍ଡିଗଡ଼,୨୫।୧୧: ଦିଲ୍ଲୀ-ଏନ୍‌ସିଆରରେ କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି...

୬୬ବର୍ଷରେ ପୁଣି ବର ସାଜିବେ ପୂର୍ବତନ କ୍ରିକେଟର

କୋଲକାତା,୨୫।୪: ଭାରତର ପୂର୍ବତନ ଓପନର ଅରୁଣ ଲାଲ ଦ୍ୱିତୀୟ ଥର ବର ସାଜିବାକୁ ଯାଉଛନ୍ତି। ୬୬ବର୍ଷ ବୟସରେ ଅରୁଣ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୩୮ବର୍ଷୀୟ...

ଏପ୍ରିଲ ୨୯ ଯାଏ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ପୁଣି ବୃଦ୍ଧି କରାଯାଇଛି।...

ପାକିସ୍ତାନୀ ଡ୍ରୋନ୍‌ ଉପରେ ଭାରତୀୟ ଯବାନଙ୍କ ୧୦ ରାଉଣ୍ଡ ଗୁଳି ମାଡ଼…

ପଠାଣକୋଟ,୧୫।୧୧ : ପୁଣିଥରେ ପଠାଣକୋଟର ବାମିୟାଲ ସେକ୍ଟରରେ ଭାରତୀୟ ସୀମା ଭିତରକୁ ପାକିସ୍ତାନୀ ଡ୍ରୋନର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ବିଏସଏଫ ଯବାନଙ୍କ ଗୁଲି ଫାୟରିଂଯୋଗୁ...

Advertisement
Archives

Model This Week