Posted inଜାତୀୟ

ଅମିତ ଶାହାଙ୍କ ବଡ଼ ଘୋଷଣା: ଲୋକ ସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ CAA

ନୂଆଦିଲ୍ଲୀ,୧୦।୨: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶନିବାର CAAକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ(CAA) ଲାଗୁ କରି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ସେ କଂଗ୍ରେସ ଉପରେ ସିଏଏ ଲାଗୁ କରିବାକୁ ନେଇ ପ୍ରତିଶ୍ରୁତିରୁ ପଛକୁ ହଟିଥିବା ସେ ଅଭିଯୋଗ କରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମର ଗ୍ଲୋବାଲ୍‌ ସବ୍‌ମିଟ୍‌ ୨୦୨୪ରେ ଭାଗ ନେଇ ଶାହା କହିଛନ୍ତି, ସିଏଏ କଂଗ୍ରେସ ସରକାରଙ୍କ ପ୍ରତିଶ୍ରୁତି ଥିଲା। ଯେତେବେଳେ ଦେଶ ବିଭାଜନ ହୋଇଥିଲା ଏବଂ ସେହି ଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର ହେଉଥିଲା ସେତେବେଳେ କଂଗ୍ରେସ ଶରଣାର୍ଥୀଙ୍କୁ ଆଶ୍ୱାସନା ଦେଇଥିଲା ଯେ ଭାରତରେ ତାଙ୍କୁ ସ୍ବାଗତ ଏବଂ ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏବେ ସିଏଏ ନାଗରିକତା ଦେବାକୁ ଅଣାଯିବ, ନାଗରିକତା ଛଡ଼ାଇ ନେବା ଲାଗି ନୁହେଁ। ଆମ ଦେଶରେ ଅଳ୍ପସଂଖ୍ୟକଙ୍କୁ ଏବଂ ବିଶେଷଭାବେ ଆମର ମୁସଲମାନ ସମୁଦାୟକୁ ଉତ୍ତେଜିତ କରାଯାଉଛି। ସିଏଏ କାହାର ନାଗରିକତା ଛଡ଼ାଇବ ନାହିଁ କାରଣ ଆଇନ୍‌ରେ ସେଭଳି ବ୍ୟବସ୍ଥା ନାହିଁ। ସିଏଏ ବାଲାଂଦେଶ ଏବଂ ପାକିସ୍ତାନରୁ ପ୍ରତାଡ଼ିତ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରୁଥିବା ଏକ ଅଧିନିୟମ ବୋଲି ଶାହା କହିଛନ୍ତି।

୨୦୧୯ରେ ମୋଦି ସରକାରଙ୍କ ଦ୍ୱାରା ଅଣାଯାଇଥିବା ସିଏଏର ଉଦ୍ଦେଶ୍ୟ ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍‌ସୀ ଏବଂ ଖ୍ରୀଷ୍ଟିଆନ୍‌ ସମେତ ଅଣମୁସଲମାନ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁମାନେ ବାଲାଂଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବେ ସେମାନଙ୍କୁ ଏହା ପ୍ରଦାନ କରାଯିବ ବୋଲି ଶାହା କହିବା ସହ ଆଗାମୀ ଲୋକ ସଭା ନିର୍ବାଚନରେ ମୋଦି ସରକାର କ୍ଷମତାକୁ ଆସିବ ବୋଲି ବିଶ୍ୱାସ ଥିବା କହିଛନ୍ତି। ଏପରିକି ଭାଜପା ୩୭୦ ଏବଂ ଏନ୍‌ଡିଏକୁ ୪୦୦ରୁ ଅଧିକ ଆସନ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri