Posted inଜାତୀୟ

ଗର୍ଭବତୀଙ୍କ ପାଇଁ ‘ଲଡୁ ବିତରଣ ଯୋଜନ’: ପ୍ରତିମାସରେ ମିଳିବ ୧୫ ଲଡୁ

ଗାନ୍ଧିନଗର,୩୧ ।୮: ଗୁଜରାଟ ଗସ୍ତରେ ଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ତାଙ୍କର ନିର୍ବାଚନ ମଣ୍ଡଳୀ ଗାନ୍ଧିନଗରରେ ଗର୍ଭବତୀଙ୍କ ପାଇଁ ପୌଷ୍ଟିକ ‘ଲଡୁ ବିତରଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶାହା କହିଛନ୍ତି କୌଣସି ଦେଶ ଏପର୍ଯ୍ୟନ୍ତ ଅଗ୍ରଗତି କରିନାହିଁ ଯେ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନାହାନ୍ତି । ଗୁଜରାଟ ଗାନ୍ଧିନଗର ଏମ୍‌ପି ଭାବେ ଶାହା ଏହି ନିଷ୍ପତ୍ତି ନେଇଛନ୍ତି କି ସେଠାରେ ସମସ୍ତ ଗର୍ଭବତୀ ଓ ଶିଶୁ ସୁସ୍ଥ ରହିବେ । ଚଳିତ ମାସରୁ ସବୁ ମାସରେ ସ୍ୱୟଂ ସେବକ ସଙ୍ଗଠନ ମାଧ୍ୟମରେ ଗାନ୍ଧିନଗରର ୭ ହଜାରରୁ ଅଧିକ ଗର୍ଭବତୀଙ୍କୁ ୧୫ ପୌଷ୍ଟିକ ଲଡୁ ଦିଆଯିବ । କାରଣ ଶିଶୁ ଜନ୍ମ ପର୍ଯ୍ୟନ୍ତ ସେମାନଙ୍କୁ ଉଚିତ ପୋଷଣ ମିଳିପାରିବ । ଶାହା କହିଛନ୍ତି ଏହି ଯୋଜନା ଗର୍ଭବତୀ ମା’ ଓ ସେମାନଙ୍କ ଶିଶୁ ପାଇଁ ଲାଭଦାୟକ ହେବ । ‘ସହି ପୋଷଣ ଦେଶ ରୋଶନ’ ବା ଉଚିତ ପୋଷଣ ଦେଶକୁ ଆଲୋକିତ କରିବା ସ୍ଲୋଗାନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ଦେଶର କୌଣସି ଶିଶୁ ଯେମିତି କୁପୋଷଣର ଶିକାର ନ ହୁଅନ୍ତି ତାହା ଯଥାର୍ଥ ହେବ । ଦେଶ ସ୍ୱାଧିନତାର ୭୫ତମ ବର୍ଷରେ ପାଦ ରଖିଛି । ମୋଦିଙ୍କ ଏହି ଅଭିଯାନ ଆଜି ଏକ ନୂଆ ଆନ୍ଦୋଳନ ପାଲଟି ଯାଇଛି ବୋଲି ଶାହା କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ଆଶ୍ରୟ ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୫: କରୋନା ଭାଇରସ ସଂକ୍ରମଣକୁ ଏଡାଇବାକୁ ଯାଇ ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି ପ୍ରବାସୀ ଶ୍ରମିକ। ଏମାନେ...

ହଜାରେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ, ୨୧।୧୧: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କୋଭିଡ୍‌ ଟିକା ଆସନ୍ତାବର୍ଷ ଫେବୃୟାରୀ ସୁଦ୍ଧା ସ୍ବାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏବଂ ଏପ୍ରିଲ ବେଳକୁ...

ଫସିଲେ ୟୁଟ୍ୟୁବର ହିନ୍ଦୁସ୍ଥାନୀ ଭାଉ

ମୁମ୍ବାଇ,୧।୨: ସୋସିଆଲମିଡିଆ ଇନ୍‌ଫ୍ଲୁଏନ୍ସର ତଥା ୟୁଟ୍ୟୁବର ‘ହିନ୍ଦୁସ୍ଥାନୀ ଭାଉ’ ଭାବେ ଜଣାଶୁଣା ବିକାଶ ପାଠକଙ୍କୁ ଗିରଫ କରିଛି ଧାରାବି ପୋଲିସ। ଛାତ୍ର ଆନ୍ଦୋଳନକୁ ଉସୁକାଇବା ଅଭିଯୋଗରେ...

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ: ଜଣେ ମୃତ,୧୪ ଆହତ

ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀରର ଉଧମପୁରରେ ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ବୁଧବାର ଅପରାହ୍ନରେ ହଠାତ୍‌ ବଜାରରେ ଏହି...

ଶ୍ରୀଲଙ୍କାକୁ ୪୦ ହଜାର ଟନ୍‌ ଡିଜେଲ ପଠାଇବ ଭାରତ

ନୂଆଦିଲ୍ଲୀ,୨୬।୩ : ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଏଭଳି ସ୍ଥତିରେ ସହଯୋଗର ହାତ ବଢାଇଛି ଭାରତ। ଶ୍ରୀଲଙ୍କାର ଅନୁରୋଧ କ୍ରମେ ଭାରତ ୪୦...

ଏକାକୀ ଲଢ଼ିବୁ ଉପନିର୍ବାଚନ: ଅଖିଳେଶ

ଲକ୍ଷ୍ନୌ,୫।୬: ଆଗାମୀ ଦିନରେ ଉତ୍ତରପ୍ରଦେଶରେ ହେବାକୁ ଥିବା ୧୧ ବିଧାନସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି (ଏସ୍‌ପି) ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି ଦଳର...

କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଭିପିନ ସାଙ୍ଗୀ

ନୂଆଦିଲ୍ଲୀ,୧୧।୩: ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଭିପିନ ସାଙ୍ଗୀ। ପ୍ରଧାନ ବିଚାରପତି ଡି.ଏନ୍‌ ପଟେଲଙ୍କ ଅବସର ପରେ ଶୁକ୍ରବାର...

ଭାରତରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ

ଫତେହାବାଦ୍‌,୧୨।୧୨: ଭାରତର ହରିୟାଣାରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ। ଏହି ସାଂସଦ ଜଣକ ହେଉଛନ୍ତି ଦଓ୍ବାୟାରାମ। ପାକିସ୍ତାନରୁ ବିତାଡ଼ିତ ହୋଇ...

Advertisement
Archives

Model This Week