Posted inଜାତୀୟ

ମିଶନ ବଙ୍ଗାଲ ପାଇଁ ପାଗ ଭିଡିଛନ୍ତି ଶାହା

ନୂଆଦିଲ୍ଲୀ,୧୧ ।୨: ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ସମସ୍ତ ଶକ୍ତି ଲାଗାଇବାରେ ବ୍ୟସ୍ତ । ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ ସାରି ଫେରିବା ପରେ ଏବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତରେ ବାହାରିଛନ୍ତି । ଗୁରୁବାର ସେ ସେଠାରେ ପହଞ୍ଚି ଜନସମର୍ଥନ ଏକାଠି କରିବାକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଭାଜପା ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଶାହା ପ୍ରଥମେ କୁଚବିହାର ଜିଲାର ରାସ ବେଲା ଗ୍ରାଉଣ୍ଡରେ ଭାଜପା ପରିବର୍ତ୍ତନ ଯାତ୍ରାର ଚତୁର୍ଥ ଭାଗର ଶୁଭାରମ୍ଭ କରିବେ ଓ ଏକ ଜନସଭାକୁ ଉଦବୋଧନ ଦେବେ । ଏହାପୂର୍ବରୁ ସେ ମଦନ ମୋହନ ମନ୍ଦିର ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହାପରେ ୨୪ ପ୍ରଗଣା ଜିଲାର ଠାକୁରନଗରରେ ମତୁଆ ସମ୍ପ୍ରଦାୟର ଗଡରେ ଏକ ଜନସଭାରେ ଯୋଗ ଦେବେ । ସେଠାରେ ମତୁଆ ସମ୍ପ୍ରଦାୟର ଲୋକେ ଶରଣାର୍ଥି ଭାବେ ରହି ଆସୁଛନ୍ତି । ତେବେ ଶାହାଙ୍କା ଗୋଟିଏ ଦିନ ଗସ୍ତରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଭଗାଜପା ଆଡକୁ ଆକର୍ଷିର୍ତ କରିବେ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କଲେ ସ୍ବାମୀ

ବେଙ୍ଗାଲୁରୁ,୧୮।୮: ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପରେ ମୃତ୍ୟୁ ଖବରକୁ ଲୁଚାଇବା ପାଇଁ ପୋଲିସକୁ ସ୍ତ୍ରୀ...

‘ଏବେ ୟୁପିଏର ଅସ୍ଥିତ୍ୱ ନାହିଁ’

ନୂଆଦିଲ୍ଲୀ,୧।୧୨: ମିଳିତ ପ୍ରଗତିଶୀଳ ସହଯୋଗୀ ମେଣ୍ଟ (ୟୁପିଏ/ଉପା) କ’ଣ? ଏହାର ଏବେ ଅସ୍ଥିତ୍ୱ ନାହିଁ। ମୁମ୍ବାଇରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ...

ଘରକୁ ଆସିଲେ ଯାଆଁଳା କନ୍ୟା, ରଥରେ ବସାଇ ଗାଁ ବୁଲାଇଲେ ପରିବାର ଲୋକେ

ଭୋପାଳ,୧୭ା୧: ମଧ୍ୟପ୍ରଦେଶର ଧାରରେ ଏକ ପରିବାରରେ ଯାଆଁଳା କନ୍ୟା ଜନ୍ମ ହେବା ପରେ ଖୁସିର ଲହରି ଖେଳିଯାଇଛି। ଧାରର କୋଣଦା ଗାଁରେ ଏକ କୃଷକ ପରିବାରରେ...

ଦିନକୁ ଆୟ କରୁଛନ୍ତି ହଜାରେ କୋଟି

ନୂଆଦିଲ୍ଲୀ,୩୦।୯: ଶିଳ୍ପପତୀ ଗୌତମ ଆଦାନି ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ବର୍ଷ ଅପେକ୍ଷା ତାଙ୍କ ସମ୍ପତ୍ତି ୪ ଗୁଣା ବୃଦ୍ଧି...

୩୦ ବର୍ଷ ପରେ ଭାରତଠାରୁ ଚାଉଳ କିଣିଲା ଚାଇନା

ମୁମ୍ବାଇ,୩।୧୨: ସୀମା ବିବାଦ ସତ୍ତ୍ୱେ ଏବେ ଭାରତ- ଚାଇନା ସମ୍ପର୍କରେ ସାମାନ୍ୟ ସୁଧାର ଆସିଛି। ଦୀର୍ଘ ୩୦ ବର୍ଷ ପରେ ଚାଇନା ପ୍ରଥମ ଥର ଭାରତରୁ...

ବିଗୁଡୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା

ଗୁଆହାଟି,୨୨ ।୧୧: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ବେଳକୁ ବେଳ ବିଗିଡିବାରେ ଲାଗିଛି । ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ଏବେ ସେ ଭେଣ୍ଟିଲେଟରରେ...

ଫେବୃୟାରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡ଼ିତ ଏସବୁ ବଡ଼ ନିୟମ; ଏବେଠୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୯।୧: ନୂଆ ବର୍ଷ ୨୦୨୨ର ପ୍ରଥମ ମାସ ଅର୍ଥାତ ଜାନୁୟାରୀ ଶେଷ ହେବାକୁ ଯାଉଛି। ଫେବୃୟାରୀ ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫେବୃୟାରୀ...

ନୂଆ ସଂସଦରେ ଡାକ ଟିକଟ, ୭୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଲୋକ ସଭାରେ ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ରାଜଦଣ୍ଡ...

Advertisement
Archives

Model This Week