Posted inଫୁରସତ

ଗୋଟିଏ ଦୁଇଟି ନୁହେଁ ୬ ବିଷୟରେ ନେଟ୍‌ କ୍ୱାଲିଫାଏ କରି ରେକର୍ଡ କଲେ ଏହି ଯୁବକ: ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ପାଇଲେ ସ୍ଥାନ

କାନପୁର: ଗୋଟିଏ କିମ୍ବା ଦୁଇଟି ବିଷୟ ନୁହେଁ, ବରଂ ଛଅଟି ବିଷୟରେ ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‌) ପରୀକ୍ଷା ପାସ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଜଣେ ଯୁବକ। ସେ ହେଲେ କାନପୁରର ଅମିତ କୁମାର ନିରଞ୍ଜନ। ଦେଶରେ ଅନ୍ୟକେହି ଏହା କରି ନ ଥିବା କୁହାଯାଉଛି। ସେ ଜୁନ୍‌ ୨୦୧୦ରୁ ନଭେମ୍ବର ୨୦୨୦ ମଧ୍ୟରେ ୬ ବିଷୟରେ ୟୁଜିସି ନେଟ୍‌ ପାସ୍‌ କରିଛନ୍ତି। ବାଣିଜ୍ୟ, ଇକୋନୋମିକ୍ସ, ମ୍ୟାନେଜମେଣ୍ଟ, ଶିକ୍ଷା, ରାଜନୀତି, ବିଜ୍ଞାନ ଏବଂ ସମାଜବିଜ୍ଞାନରେ ସେ ଏହି ଯୋଗ୍ୟତା ହାସଲ କରିଛନ୍ତି।

ଅମିତ ବିଭିନ୍ନ ସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆହ୍ଲାବାଦ ବ୍ୟାଙ୍କ ପିଓ ଭାବରେ କାର୍ଯ୍ୟ କରିଥିଲେ। ଏହାଛଡ଼ା ସିବିଏସ୍‌ଇ ଏବଂ ଆଇଏସ୍‌ସି ବୋର୍ଡରେ ୧୭ ବର୍ଷ ଶିକ୍ଷାଦାନର ଅଭିଜ୍ଞତା ତାଙ୍କର ରହିଛି। ୨୫ହଜାରରୁ ଅଧିକ ଛାତ୍ର ଏବଂ ୫ହଜାର ଶିକ୍ଷକଙ୍କୁ ସେ ତାଲିମ ମଧ୍ୟ ଦେଇଛନ୍ତି। କାନପୁରର ଏସ୍‌ବିଏମ୍‌ଭି କଲେଜରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ତେବେ ଗତ କିଛି ବର୍ଷ ଧରି ସେ ସିବିଏସ୍‌ଇରେ ସହାୟକ ମୁଖ୍ୟ ପରୀକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ବୋର୍ଡ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଅଭ୍ୟାସ ମଡେଲ ସେ ପ୍ରସ୍ତୁତ କରୁଛନ୍ତି। ଏହା ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି କୁହାଯାଉଛି। ଏହାଛଡ଼ା ସେ ପୁସ୍ତକ ଲେଖୁଛନ୍ତି। ମୋଟାମୋଟି ଭାବେ ଦେଖିଲେ ସେ ଅନ୍ତର୍ଜାତୀୟ ବିଷୟ ବିଶେଷଜ୍ଞ, ଲୋକପ୍ରିୟ ପ୍ରଶିକ୍ଷକ, ପ୍ରେରଣାଦାୟକ ବକ୍ତା ଏବଂ ପରାମର୍ଶଦାତା ମଧ୍ୟ।

ଅମିତଙ୍କ ପିତା ଆର୍‌.ଏନ୍‌. ନିରଞ୍ଜନ ୟୁପି ହ୍ୟାଣ୍ଡଲୁମ୍‌ର ଅବସରପ୍ରାପ୍ତ ପରିଚାଳକ ଥିବା ବେଳେ ମାତା ଉର୍ମିଳା ନିରଞ୍ଜନ ଜଣେ ଗୃହିଣୀ। ତେବେ ନିଜର ସଫଳତା ପରେ ମାତାପିତାଙ୍କ ଆଶୀର୍ବାଦ ସହ ପ୍ରେରଣା ଥିବା ସେ କୁହନ୍ତି। ଦକ୍ଷତା ମାପିବା ପାଇଁ କୌଣସି ମାନଦଣ୍ଡ ନାହିଁ। ବିଷୟର ଆଭିମୁଖ୍ୟ ଉପରେ ଜଣଙ୍କର ଆଗ୍ରହ ଗୁରୁତ୍ୱପୂର୍ଣ୍ଣ। ଯୋଜନା ଏବଂ ସମୟକୁ ଠିକ୍‌ ଭାବେ ପରିଚାଳନା କରିପାରିଲେ ନିଜର ପ୍ରଗତିକୁ ତ୍ୱରାନ୍ବିତ କରିହେବ ବୋଲି ସେ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri