Posted inଫୁରସତ

ଗୋଟିଏ ଦୁଇଟି ନୁହେଁ ୬ ବିଷୟରେ ନେଟ୍‌ କ୍ୱାଲିଫାଏ କରି ରେକର୍ଡ କଲେ ଏହି ଯୁବକ: ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ପାଇଲେ ସ୍ଥାନ

କାନପୁର: ଗୋଟିଏ କିମ୍ବା ଦୁଇଟି ବିଷୟ ନୁହେଁ, ବରଂ ଛଅଟି ବିଷୟରେ ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‌) ପରୀକ୍ଷା ପାସ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଜଣେ ଯୁବକ। ସେ ହେଲେ କାନପୁରର ଅମିତ କୁମାର ନିରଞ୍ଜନ। ଦେଶରେ ଅନ୍ୟକେହି ଏହା କରି ନ ଥିବା କୁହାଯାଉଛି। ସେ ଜୁନ୍‌ ୨୦୧୦ରୁ ନଭେମ୍ବର ୨୦୨୦ ମଧ୍ୟରେ ୬ ବିଷୟରେ ୟୁଜିସି ନେଟ୍‌ ପାସ୍‌ କରିଛନ୍ତି। ବାଣିଜ୍ୟ, ଇକୋନୋମିକ୍ସ, ମ୍ୟାନେଜମେଣ୍ଟ, ଶିକ୍ଷା, ରାଜନୀତି, ବିଜ୍ଞାନ ଏବଂ ସମାଜବିଜ୍ଞାନରେ ସେ ଏହି ଯୋଗ୍ୟତା ହାସଲ କରିଛନ୍ତି।

ଅମିତ ବିଭିନ୍ନ ସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆହ୍ଲାବାଦ ବ୍ୟାଙ୍କ ପିଓ ଭାବରେ କାର୍ଯ୍ୟ କରିଥିଲେ। ଏହାଛଡ଼ା ସିବିଏସ୍‌ଇ ଏବଂ ଆଇଏସ୍‌ସି ବୋର୍ଡରେ ୧୭ ବର୍ଷ ଶିକ୍ଷାଦାନର ଅଭିଜ୍ଞତା ତାଙ୍କର ରହିଛି। ୨୫ହଜାରରୁ ଅଧିକ ଛାତ୍ର ଏବଂ ୫ହଜାର ଶିକ୍ଷକଙ୍କୁ ସେ ତାଲିମ ମଧ୍ୟ ଦେଇଛନ୍ତି। କାନପୁରର ଏସ୍‌ବିଏମ୍‌ଭି କଲେଜରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ତେବେ ଗତ କିଛି ବର୍ଷ ଧରି ସେ ସିବିଏସ୍‌ଇରେ ସହାୟକ ମୁଖ୍ୟ ପରୀକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ବୋର୍ଡ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଅଭ୍ୟାସ ମଡେଲ ସେ ପ୍ରସ୍ତୁତ କରୁଛନ୍ତି। ଏହା ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି କୁହାଯାଉଛି। ଏହାଛଡ଼ା ସେ ପୁସ୍ତକ ଲେଖୁଛନ୍ତି। ମୋଟାମୋଟି ଭାବେ ଦେଖିଲେ ସେ ଅନ୍ତର୍ଜାତୀୟ ବିଷୟ ବିଶେଷଜ୍ଞ, ଲୋକପ୍ରିୟ ପ୍ରଶିକ୍ଷକ, ପ୍ରେରଣାଦାୟକ ବକ୍ତା ଏବଂ ପରାମର୍ଶଦାତା ମଧ୍ୟ।

ଅମିତଙ୍କ ପିତା ଆର୍‌.ଏନ୍‌. ନିରଞ୍ଜନ ୟୁପି ହ୍ୟାଣ୍ଡଲୁମ୍‌ର ଅବସରପ୍ରାପ୍ତ ପରିଚାଳକ ଥିବା ବେଳେ ମାତା ଉର୍ମିଳା ନିରଞ୍ଜନ ଜଣେ ଗୃହିଣୀ। ତେବେ ନିଜର ସଫଳତା ପରେ ମାତାପିତାଙ୍କ ଆଶୀର୍ବାଦ ସହ ପ୍ରେରଣା ଥିବା ସେ କୁହନ୍ତି। ଦକ୍ଷତା ମାପିବା ପାଇଁ କୌଣସି ମାନଦଣ୍ଡ ନାହିଁ। ବିଷୟର ଆଭିମୁଖ୍ୟ ଉପରେ ଜଣଙ୍କର ଆଗ୍ରହ ଗୁରୁତ୍ୱପୂର୍ଣ୍ଣ। ଯୋଜନା ଏବଂ ସମୟକୁ ଠିକ୍‌ ଭାବେ ପରିଚାଳନା କରିପାରିଲେ ନିଜର ପ୍ରଗତିକୁ ତ୍ୱରାନ୍ବିତ କରିହେବ ବୋଲି ସେ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସର ଶିଶୁ କନ୍ୟାଙ୍କୁ ତେଲ ମାଲିସ୍‌ବେଳେ ହେଲା ହାକୁଡ଼ି…ପରେ ଘଟିଲା ଅସ୍ବାଭାବିକ ଘଟଣା

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅଞ୍ଚଳର ରୁକୁମା ଗ୍ରାମର ଜଣେ ୩ ମାସର ଶିଶୁ କନ୍ୟାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୂଚନା…

୬ ଘଣ୍ଟାରେ ଜେଲକୁ ଫେରିଲେ ଇମ୍ରାନ, ହସ୍ପିଟାଲରେ ହେଲା….

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri