Posted inଜାତୀୟ

ବଲିଉଡ୍‌ ଅଭିନେତାଙ୍କ ଘରୁ ଚୋରି

ମୁମ୍ବାଇ, ୧।୬: ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କ ସହ ବିବାଦ ପାଇଁ ଏବେ ଚର୍ଚ୍ଚାରେ ଥିବା କେଆର୍‌କେ ଭାବେ ଜଣାଶୁଣା କମଲ ରଶିଦ ଖାନଙ୍କ ଘରୁ ଚୋରି ହୋଇଛି। ଚୋରି ବେଳର ସିସିଟିଭି ଫୁଟେଜ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ଲୁଚି ଲୁଚି ଘରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ଉକ୍ତ ବ୍ୟକ୍ତି ତାଙ୍କ ଘରେ ଥିବା ଟଙ୍କା ଲୁଟି ନେଇଛନ୍ତି। ଯଥା ଶୀଘ୍ର ଚୋରକୁ ଧରିବା ପାଇଁ ମୁମ୍ବାଇ ପୋଲିସକୁ ଅନୁରୋଧ କରିଛନ୍ତି କେଆର୍‌କେ।

ଟୁଇଟରରେ କିଛି ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ଗତ ରାତିରେ ଏହି ବ୍ୟକ୍ତି ମୋ ଘରେ ପଶି ଆସିଥିଲା। ସେଫ୍‌ ଭାଙ୍ଗି ସମସ୍ତ ଟଙ୍କା ନେଇଯାଇଛି। ଆଶା କରୁଛି ମୁମ୍ବାଇ ପୋଲିସ ଶୀଘ୍ର ଚୋରଙ୍କୁ ଧରିବେ। ସେ ଆଉ ଏକ ଟୁଇଟ୍‌ରେ ଲେଖିଛନ୍ତି, ମୋତେ ଡରାଇବା ପାଇଁ ଗୁଣ୍ଡା ଏଭଳି କରିଥାଇପାରନ୍ତି। କିନ୍ତୁ ମୁଁ ସେମାନଙ୍କୁ ଡରୁ ନାହିଁ। ସେମାନଙ୍କୁ ପ୍ରତ୍ୟେକ ଦିନ ମୋ ଘର ଭାଙ୍ଗିବାକୁ ଦିଅ।


Enter your email to get our daily news in your inbox.

All Right Reserved By Dharitri.Com

କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ରେ ମନ୍ଦିରକୁ ନେଇ ଆରମ୍ଭ ହେଲା ରାଜନୀତି

ବାରାଣସୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ବାରାଣସୀରୁ କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ହେବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି।...

ବିବାଦୀୟ ରାୟ, ୨୮ ଦିନର ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର…

ଗୁରୁଗ୍ରାମ୍‌, ୨୨।୧ : ସ୍ତନ୍ୟପାନ ଶିଶୁର ଅଧିକାର। ତେବେ ଜଣେ ୨୮ ଦିନର ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ଗୁରୁଗ୍ରାମ୍‌ କୋର୍ଟ ମା’ଙ୍କର ଜାମିନ୍‌ ଆବେଦନ...

ଅଭିଭାଷଣର ପ୍ରଥମ, ଶେଷ ଧାଡ଼ି ପଢ଼ି ଗୃହ ଛାଡ଼ିଲେ

କୋଲକାତା,୮।୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା। ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାକୁ ନେଇ ଭାଜପା...

ଆୟୁଷ ମନ୍ତ୍ରଣାଳୟ ବିନା ଅନୁମତିରେ ପ୍ରସ୍ତୁତ ହୋଇଛି ‘କରୋନିଲ୍‌’: ରାମଦେବ-ପତଞ୍ଜଳି ଏମ୍‌ଡିଙ୍କ ବିରୋଧରେ ମାମଲା ଦାଏର

ଜୟପୁର, ୨୮।୬: ଆୟୁଷ ମନ୍ତ୍ରଣାଳୟର ବିନା ଅନୁମତିରେ ପତଞ୍ଜଳି ପକ୍ଷରୁ କୋଭିଡ୍‌-୧୯ ଔଷଧ ‘କରୋନିଲ୍‌’ ପ୍ରସ୍ତୁତ କରାଯାଇଛି। ଏନେଇ ରାଜସ୍ଥାନର ଜ୍ୟୋତି ନଗର ପୋଲିସ୍‌  ଷ୍ଟେଶନରେ...

ସଂସ୍କୃତକୁ ରାଷ୍ଟ୍ରଭାଷା ଘୋଷଣା ଆବେଦନ ଖାରଜ

ନୂଆଦିଲ୍ଲୀ,୩ା୯: ସଂସ୍କୃତକୁ ଭାରତର ଜାତୀୟ ଭାଷା ଘୋଷଣା କରିବା ଲାଗି ଦାଏର ଏକ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। କୌଣସି ଭାଷାକୁ ଜାତୀୟ ମାନ୍ୟତା...

ଦିଲ୍ଲୀ ପ୍ରଦୂଷଣ ରୋକିବାକୁ ସରକାର ଯଜ୍ଞ କରନ୍ତୁ, ଇନ୍ଦ୍ର ଭଗବାନ ସବୁ ଠିକ୍‌ କରିଦେବେ: ଭାଜପା ମନ୍ତ୍ରୀ

ଲକ୍ଷ୍ନୌ,୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ହ୍ରାସ କରିବା ଲାଗି ଭାଜପାର ଜଣେ ମନ୍ତ୍ରୀ ଏକ ଅଜବ ଯୁକ୍ତି...

ଦିଲ୍ଲୀରୁ ଆତଙ୍କବାଦୀ ଗିରଫ

ଶ୍ରୀନଗର,୫।୨: ଦିଲ୍ଲୀ ବିମାନବନ୍ଦରରୁ ଶୁକ୍ରବାର ଜୈଶ-ଏ-ମହମ୍ମଦ ସହିତ ଜଡିତ ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ହେଲେ ମୁନୀବ ଅହମଦ ସୋଫି।...

ରାହୁଲଙ୍କ ସହିତ ପଦଯାତ୍ରାରେ ଲାଲ ଶାଢ଼ିରେ ଏସିଆର ପ୍ରଥମ ମହିଳା ଡ୍ରାଇଭର…

ନୂଆଦିଲ୍ଲୀ, ୧୦।୯ : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରା ତୃତୀୟ ଦିନରେ ପହଞ୍ଚିଛି। କନ୍ୟାକୁମାରୀରେ ଭାରତ ଯୋଡ ଯାତ୍ରା ପାଇଁ କଂଗ୍ରେସ...

Advertisement
Archives

Model This Week