୭୮ ବର୍ଷରେ ବାଇଡେନ୍‌: ଡେଟିଂରେ ଯାଇଥିବା ବେଳେ ପାଖରେ ବିଲ୍ ଭରିବାକୁ ଅର୍ଥ ନ ଥିଲା

ୱାଶିଂଟନ, ୨୦ ।୧୧: ଆମେରିକାର ଆଗାମୀ ରାଷ୍ଟ୍ରପତି ଜୋ ବାଇଡେନ୍ ୭୮ ବର୍ଷରେ ପଦାର୍ପଣ କରଛନ୍ତି । ସେ ବତ୍ତମାନ ଆମେରିକାର ସବୁଠାରୁ ଅଧିକ ବୟସର ରାଷ୍ଟ୍ରପତି । ଯାହାକୁ ନେଇ ରାଷ୍ଟ୍ରପତି ନିର୍ବାଚନ ସମୟରେ ଡୋନାଲ୍ଡ ଟ୍ରମ୍ପ ସ୍ଲିପି ଜୋ ବୋଲି କହୁଥିଲେ । ଟ୍ରମ୍ପଙ୍କ କହିବା କଥା ହେଲା ଏତେ ବୟସର ବ୍ୟକ୍ତିଙ୍କ ହାତରେ ଆମେରିକା ଦାୟିତ୍ୱ ଦିଆ ନ ଯାଉ । କାରଣ ଏହା ଆଗକୁ ବିପଦପୂର୍ଣ୍ଣ ହୋଇପାରେ । ତେବେ ବାଇଡେନଙ୍କ ଜୀବନୀ ଉପରେ ନଜର ପକାଇଲେ ଜଣାପଡେ ସ୍କୁଲରେ ପଢୁଥିବା ସମୟରେ ସେ ଏତେ ଲୋକପ୍ରିୟ ନ ଥିଲେ । ହେଲେ ସେ ସ୍କୁଲର ପ୍ରେସିଡେଣ୍ଟ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ପରେ ତାଙ୍କୁ ଷ୍ଟୁଡେଣ୍ଟ ୟୁନିୟନର ପ୍ରେସିଡେଣ୍ଟ କରାଇ ଦିଆଯାଇ ନ ଥିଲା । ବାଇଡେନ ତାଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ଡେଲାବେୟରରେ ସମାପ୍ତ କରିଛନ୍ତି । ତେବେ ଯୁବାବସ୍ଥାରେ ପ୍ରେମ କରି ବସିଥିଲେ ବାଇଡେନ । ଯେତେବେଳେ ସେ ପ୍ରଥମଥର ନିଲିୟା ହଣ୍ଟରଙ୍କୁ ଭେଟିଲେ ସେତେବେଳେ ସେ ତାଙ୍କ ପ୍ରେମରେ ପଡି ଯାଇଥିଲେ । ଆଉ ତାଙ୍କୁ ଡେଟିଂରେ ନେଇ ଯାଇଥିବା ବେଳେ ରେସ୍ତୋରାଁ ବିଲ୍ ଭରିବାକୁ ବାଇଡେନଙ୍କ ପାଖରେ ଅର୍ଥ ନ ଥିବାରୁ ନିଲିୟା ରେସ୍ତୋରାଁ ବିଲ୍ ଦେଇଥିଲେ । ଏହାପରଠାରୁ ନିଲିୟାଙ୍କ ପ୍ରତି ବାଇଡେନଙ୍କ ପ୍ରେମ ଥିଲା ଅକଳନୀୟ । ଶେଷରେ ଉଭୟ ବିବାହ କରିଥିଲେ । ହେଲେ ୧୯୭୨ରେ ନିଲିୟା ଓ ତାଙ୍କ ୧ ବର୍ଷର ପୁଅଙ୍କର ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହାପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ବାଇଡେନ । ଏମିତିକି ଅନେକଥର ସେ ଆତ୍ମହତ୍ୟା କରିବାକୁ ବି ମନ ବଳାଇଥିବା ପ୍ରକାଶ କରିଛନ୍ତି । ନିଲିୟା ତାଙ୍କୁ ଜଣେ ବଡ ରାଜନେତା ଭାବେ ଦେଖିବାର ସ୍ୱପ୍ନ ଦେଖୁଥିବା ବେଳେ ଏବେ ତାହା ସମ୍ପୂର୍ଣ୍ଣ ହୋଇଛି ବୋଲି କୁହନ୍ତି ବାଇଡେନ୍ ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri