ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କଲା ଆମେରିକା…

ଓ୍ବାଶିଂଟନ,୧୪।୧୨ : ଚାଇନା ଏବଂ ରୁଷିଆ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ ଆମେରିକାର ବାୟୁସେନା ପ୍ରଥମ ଥର ପାଇଁ ଏକ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହାପୂର୍ବରୁ ସେ ଅନେକ ପରୀକ୍ଷାରେ ସଫଳତା ପାଇପାରି ନ ଥିଲେ। ଆମେରିକା ଏହି ବାୟୁ ଚାଳିତ ଦ୍ରୁତ ପ୍ରତିକ୍ରିୟା ଅସ୍ତ୍ରକୁ କାଲିଫର୍ନିଆ ଉପକୂଳରେ ଥିବା ବି-୫୨ ବିସ୍ଫୋରଣକାରୀ ବିମାନରୁ ପରୀକ୍ଷା କରିଛି। ଏହି ପରୀକ୍ଷଣ ସମୟରେ, ଏହାର ଏଜିଏମ-୧୮୩ -ଏ କ୍ଷେପଣାସ୍ତ୍ର ୫ ମ୍ୟାକ୍‌ରୁ ଅଧିକ ହାଇପରସୋନିକ ଗତି ହାସଲ କରିଛି। ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଚାଇନା ଏବଂ ରୁଷିଆ ପାଖରେ ଏଭଳି କ୍ଷେପଣାସ୍ତ୍ର ଥିବାବେଳେ ଆମେରିକାର ଏହି କ୍ଷେପଣାସ୍ତ୍ର ଆହୁରି ଉନ୍ନତ ଧରଣର ଅଟେ।

ଆମେରିକାର ବାୟୁସେନା କହିଛି ଯେ ଏହି ପରୀକ୍ଷଣ ସମୟରେ ହାଇପରସୋନିକ କ୍ଷେପଣାସ୍ତ୍ର ଏହାର ସମସ୍ତ ଲକ୍ଷ୍ୟ ହାସଲ କରିଛି। ଏହା ଏକ ବୁଷ୍ଟ ଗ୍ଲାଇଡ କ୍ଷେପଣାସ୍ତ୍ର ଯେଉଁଥିରେ ହାଇପରସୋନିକ ସ୍ପିଡ ବୁଷ୍ଟର୍‌ ରକେଟ ସାହାଯ୍ୟରେ ୱାରହେଡ ଯୋଗାଇ ଦିଆଯାଇଥାଏ। ଏକ ଗ୍ଲାଇଡ ଯାନ ତା’ପରେ ବୁଷ୍ଟର୍‌ ଠାରୁ ଅଲଗା ହୁଏ ଏବଂ ତା’ପରେ ହାଇପରସୋନିକ ବେଗରେ ଏହାର ଲକ୍ଷ୍ୟ ଆଡକୁ ତ୍ୱରନ୍ବିତ ହୋଇଥାଏ। ପ୍ରଥମ ଥର ପାଇଁ ଏକ ହାଇପରସୋନିକ କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ ସିଷ୍ଟମ ସଫଳତାର ସହ ପରୀକ୍ଷଣ କରାଯାଇଛି ବୋଲି ଆମେରିକା କହିଛି। ପୂର୍ବ ପରୀକ୍ଷଣଗୁଡ଼ିକ ବୁଷ୍ଟର୍‌ ରକେଟ ଉପରେ ଧ୍ୟାନ ଦିଆଯାଇଥିଲା। ଗତ ବର୍ଷ ଅନେକ ପରୀକ୍ଷଣ ସତ୍ତ୍ୱେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇପାରି ନଥିଲା।

ଗତ ବର୍ଷ ଚାଇନା ଏକ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଏହା ଲକ୍ଷ୍ୟଭେଦ କରିବା ପୂର୍ବରୁ ପୃଥିବୀ ଚାରିପଟେ ଘୂରିଥିଲା। ଏହା ବ୍ୟତୀତ ରୁଷିଆ କିଞ୍ଜୱାଲ ନାମକ ଏକ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରି ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି ଆମେରିକାର ବାୟୁସେନା ଏହାର ଅନ୍ୟାନ୍ୟ ପ୍ରକଳ୍ପକୁ ବନ୍ଦ କରି ହାଇପରସୋନିକ କ୍ଷେପଣାସ୍ତ୍ର ବିକଶିତ କରିବା ଉପରେ କାମ କରିଥିଲା। ଏହି କ୍ଷେପଣାସ୍ତ୍ର ଏକ ଉନ୍ନତ ପ୍ରକାରର। ତେବେ ପେଣ୍ଟାଗନ ପକ୍ଷରୁ ଏହାର ବିବରଣୀ ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri