ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କଲା ଆମେରିକା…

ଓ୍ବାଶିଂଟନ,୧୪।୧୨ : ଚାଇନା ଏବଂ ରୁଷିଆ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ ଆମେରିକାର ବାୟୁସେନା ପ୍ରଥମ ଥର ପାଇଁ ଏକ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହାପୂର୍ବରୁ ସେ ଅନେକ ପରୀକ୍ଷାରେ ସଫଳତା ପାଇପାରି ନ ଥିଲେ। ଆମେରିକା ଏହି ବାୟୁ ଚାଳିତ ଦ୍ରୁତ ପ୍ରତିକ୍ରିୟା ଅସ୍ତ୍ରକୁ କାଲିଫର୍ନିଆ ଉପକୂଳରେ ଥିବା ବି-୫୨ ବିସ୍ଫୋରଣକାରୀ ବିମାନରୁ ପରୀକ୍ଷା କରିଛି। ଏହି ପରୀକ୍ଷଣ ସମୟରେ, ଏହାର ଏଜିଏମ-୧୮୩ -ଏ କ୍ଷେପଣାସ୍ତ୍ର ୫ ମ୍ୟାକ୍‌ରୁ ଅଧିକ ହାଇପରସୋନିକ ଗତି ହାସଲ କରିଛି। ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଚାଇନା ଏବଂ ରୁଷିଆ ପାଖରେ ଏଭଳି କ୍ଷେପଣାସ୍ତ୍ର ଥିବାବେଳେ ଆମେରିକାର ଏହି କ୍ଷେପଣାସ୍ତ୍ର ଆହୁରି ଉନ୍ନତ ଧରଣର ଅଟେ।

ଆମେରିକାର ବାୟୁସେନା କହିଛି ଯେ ଏହି ପରୀକ୍ଷଣ ସମୟରେ ହାଇପରସୋନିକ କ୍ଷେପଣାସ୍ତ୍ର ଏହାର ସମସ୍ତ ଲକ୍ଷ୍ୟ ହାସଲ କରିଛି। ଏହା ଏକ ବୁଷ୍ଟ ଗ୍ଲାଇଡ କ୍ଷେପଣାସ୍ତ୍ର ଯେଉଁଥିରେ ହାଇପରସୋନିକ ସ୍ପିଡ ବୁଷ୍ଟର୍‌ ରକେଟ ସାହାଯ୍ୟରେ ୱାରହେଡ ଯୋଗାଇ ଦିଆଯାଇଥାଏ। ଏକ ଗ୍ଲାଇଡ ଯାନ ତା’ପରେ ବୁଷ୍ଟର୍‌ ଠାରୁ ଅଲଗା ହୁଏ ଏବଂ ତା’ପରେ ହାଇପରସୋନିକ ବେଗରେ ଏହାର ଲକ୍ଷ୍ୟ ଆଡକୁ ତ୍ୱରନ୍ବିତ ହୋଇଥାଏ। ପ୍ରଥମ ଥର ପାଇଁ ଏକ ହାଇପରସୋନିକ କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ ସିଷ୍ଟମ ସଫଳତାର ସହ ପରୀକ୍ଷଣ କରାଯାଇଛି ବୋଲି ଆମେରିକା କହିଛି। ପୂର୍ବ ପରୀକ୍ଷଣଗୁଡ଼ିକ ବୁଷ୍ଟର୍‌ ରକେଟ ଉପରେ ଧ୍ୟାନ ଦିଆଯାଇଥିଲା। ଗତ ବର୍ଷ ଅନେକ ପରୀକ୍ଷଣ ସତ୍ତ୍ୱେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇପାରି ନଥିଲା।

ଗତ ବର୍ଷ ଚାଇନା ଏକ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଏହା ଲକ୍ଷ୍ୟଭେଦ କରିବା ପୂର୍ବରୁ ପୃଥିବୀ ଚାରିପଟେ ଘୂରିଥିଲା। ଏହା ବ୍ୟତୀତ ରୁଷିଆ କିଞ୍ଜୱାଲ ନାମକ ଏକ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରି ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି ଆମେରିକାର ବାୟୁସେନା ଏହାର ଅନ୍ୟାନ୍ୟ ପ୍ରକଳ୍ପକୁ ବନ୍ଦ କରି ହାଇପରସୋନିକ କ୍ଷେପଣାସ୍ତ୍ର ବିକଶିତ କରିବା ଉପରେ କାମ କରିଥିଲା। ଏହି କ୍ଷେପଣାସ୍ତ୍ର ଏକ ଉନ୍ନତ ପ୍ରକାରର। ତେବେ ପେଣ୍ଟାଗନ ପକ୍ଷରୁ ଏହାର ବିବରଣୀ ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?