ଆମେରିକା ସହିପାରୁନି

ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ୨୦୦୯ ପର୍ଯ୍ୟନ୍ତ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଆମେରିକା ଓ ୟୁରୋପର ଅଂଶ ୫୦%କୁ ଟପିଯାଇଥିଲା। ୨୦୦୯ରେ ଏହା ୫୧% ଥିଲା ଓ ଏହା ପରେ ହ୍ରାସ ପାଇବାରେ ଲାଗିଛି। ଗତବର୍ଷ ଅର୍ଥାତ୍‌ ୨୦୨୪ରେ ଏହା ୪୩% ଥିଲା ଏବଂ ଆଗକୁ ହ୍ରାସ ପାଇବ। ଆର୍ଥିକ କ୍ଷେତ୍ରରେ ୟୁରୋପ ମାନ୍ଦା ପଡ଼ିଯାଉଛି। ଗତ ବର୍ଷ ଏବଂ ଏହାର ପୂର୍ବ ବର୍ଷ ପ୍ରତ୍ୟେକରେ ସାମଗ୍ରିକ ଭାବେ ୟୁରୋପୀୟ ସଂଘ( ଇୟୁ)ର ଜିଡିପି ୧ ପ୍ରତିଶତରୁ କମ୍‌ ଅଭିବୃଦ୍ଧି ହୋଇଥିଲା। ଚଳିତ ବର୍ଷ ଏହା ୧ ପ୍ରତିଶତ ବୃଦ୍ଧି ଘଟିପାରେ ବୋଲି ଆକଳନ କରାଯାଉଛି। କିନ୍ତୁ ଦୀର୍ଘମିଆଦୀ ସୂତ୍ରରେ ଏହା ଅଧିକ ବୃଦ୍ଧି ଘଟିବା ସମ୍ଭାବନା ନାହିଁ। ବ୍ରିଟେନ୍‌ର ଜିଡିପି ୨୦୨୩ରେ ୧ ପ୍ରତିଶତରୁ କମ୍‌, ୨୦୨୪ରେ ବି ୧ %ରୁ କମ୍‌ ଅଭିବୃଦ୍ଧି ହୋଇଥିଲା ଏବଂ ଚଳିତ ବର୍ଷ ୧ ପ୍ରତିଶତ ବୃଦ୍ଧି ହୋଇପାରେ। ଗତବର୍ଷ ଆମେରିକାର ଅଭିବୃଦ୍ଧି ୨% ହୋଇଥିଲାବେଳେ ଚଳିତ ବର୍ଷ ଏହା ମାନ୍ଦା ଅବସ୍ଥାର ସମ୍ମୁଖୀନ ହୋଇଛି ଏବଂ ବୁଝାପଡ଼ୁଛି ଯେ, ଏହାର ଅର୍ଥ ବ୍ୟବସ୍ଥା ସଙ୍କୁଚିତ ହୋଇଛି। ଆମେରିକା, ବ୍ରିଟେନ, ୟୁରୋପୀୟ ସଂଘ, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ମୋଟ ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ୧୦%। ଅର୍ଥାତ୍‌ ୨୦୦୯ରେ ପାଶ୍ଚାତ୍ୟ ତୁଳନାରେ ଅର୍ଥ ବ୍ୟବସ୍ଥାରେ ୯୦ ପ୍ରତିଶତ ଲୋକ ରହୁଥିବା ବିଶ୍ୱର ଅବଶିଷ୍ଟ ଦେଶଗୁଡ଼ିକର ଏକ କ୍ଷୁଦ୍ର ଅଂଶ ଥିଲା। କିନ୍ତୁ ଏଥିରେ ଶୀଘ୍ର ପରିବର୍ତ୍ତନ ଘଟୁଛି। ଏହିସବୁ ଦେଶ ମଧ୍ୟରେ ଅଭିବୃଦ୍ଧିରେ ସବୁଠୁ ଆଗରେ ଅଛି ଚାଇନା। ୧୯୯୦ରେ ବୈଶ୍ୱିକ ଜିଡିପିରେ ଏହାର ଅଂଶ ଥିଲା ୧%, ୨୦୦୦ରେ ୩%, ୨୦୧୦ରେ ୯% ଏବଂ ଏବେ ଏହା ୧୭%ରେ ପହଞ୍ଚିଛି। ୧୯୯୦ରେ ଅଭିବୃଦ୍ଧି କ୍ଷେତ୍ରରେ ଚାଇନା ସହ ଭାରତ ସମାନ ଥିଲା, କିନ୍ତୁ ବର୍ତ୍ତମାନ ବୈଶ୍ୱିକ ଜିଡିପି (ପାଖାପାଖି ୧୦୮ ଟ୍ରିଲିୟନ ଡଲାର)ରେ ଭାରତର ଅଂଶ ୩.୬%। ଭାରତ ଆପାତତଃ ଭଲ କରିଛି, କିନ୍ତୁ ବିଗତ ୩୦ ବର୍ଷ ହେଲା ବୈଶ୍ୱିକ ଅଭିବୃଦ୍ଧିର ପ୍ରକୃତ ଇଞ୍ଜିନ ଭାବେ ଚାଇନା ରହିଆସିଛି। ଚାଇନାର ଆଖିଦୃଶିଆ ଅଭିବୃଦ୍ଧି ପାଶ୍ଚାତ୍ୟ ପାଇଁ ଚିନ୍ତାର କାରଣ ହୋଇଛି। ଆଫ୍ରିକା, ଲାଟିନ୍‌ ଆମେରିକା ଏବଂ ଦକ୍ଷିଣ ପୂର୍ବ ଏସିଆରେ ଚାଲିଥିବା ଚାଇନାର ଭିତ୍ତିଭୂମି ପ୍ରୋଜେକ୍ଟଗୁଡ଼ିକ ଉପରେ ପାଶ୍ଚାତ୍ୟର ଗଣମାଧ୍ୟମଗୁଡ଼ିକର ଲଗାତର ଆକ୍ରମଣରୁ ଏହା ସ୍ପଷ୍ଟ ହେଉଛି। ଏହିସବୁ ଭୟ ବା ଚିନ୍ତା ଆମେରିକା ଏବଂ ୟୁରୋପର ରାଜନୀତିରେ ମଧ୍ୟ ପ୍ରକାଶ ପାଉଛି। ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଭଲ ପାଇବା ବିଶେଷକରି ଦୁଇଟି ବିଷୟ ଉପରେ ଆଧାରିତ। ଗୋଟିଏ ହେଉଛି ଅଣଶ୍ୱେତାଙ୍ଗ ଦେଶଗୁଡ଼ିକରୁ ପ୍ରବାସୀଙ୍କୁ ବନ୍ଦ କରିବା ଏବଂ ଯେଉଁମାନେ ଏବେ ଆମେରିକାରେ ଅଛନ୍ତି ସେମାନଙ୍କୁ ଦେଶାନ୍ତର କରିବା। ଅନ୍ୟ ବିଷୟଟି ହେଉଛି ଆମେରିକାକୁ ରପ୍ତାନି କରୁଥିବା ଗରିବ ଦେଶଗୁଡ଼ିକର ଠକାମିକୁ ବନ୍ଦକରିବାର ଇଚ୍ଛା। ଆମେରିକାର ମୁଣ୍ଡ ପିଛା ଜିଡିପି ମେକ୍ସିକୋଠାରୁ ୬ଗୁଣ ବେଶି ଏବଂ ବାର୍ଷିକ କାନାଡାଠାରୁ ଏହା ୩୦ ହଜାର ଡଲାର ଅଧିକ ରହୁଛି, କିନ୍ତୁ ସେମାନେ ଏଥିରେ ଅସନ୍ତୁଷ୍ଟ ହେଉଛନ୍ତି।
ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଅନୁଯାୟୀ ଆମେରିକାର ମୁଣ୍ଡ ପିଛା ଜିଡିପି ୯୦,୦୦୦ ଡଲାରରୁ କମ୍‌ ରହିବା ସମ୍ଭାବନା ରହିଛି। ଭାରତର ବାର୍ଷିକ ମୁଣ୍ଡ ପିଛା ଜିଡିପି ୩,୦୦୦ ଡଲାରରୁ କମ୍‌ ରହିବ। ଯାହା ଆକଳନ କରାଯାଉନା କାହିଁକି, ବିଶ୍ୱରେ ଆମେରିକୀୟମାନେ ସବୁଠୁ ଅଧିକ ସଫଳ ହେଉଛନ୍ତି ଓ ସୁଯୋଗ ପାଉଛନ୍ତି, ତଥାପି ସେମାନେ ଅନ୍ୟମାନଙ୍କ ଉତ୍‌ଥାନକୁ ସହିପାରୁନାହାନ୍ତି। ସେମାନଙ୍କ ମୁଖ୍ୟ ଟାର୍ଗେଟ ହେଉଛି ଚାଇନା। ମାନୁଫାକ୍‌ଚରିଂରେ ଚାଇନିଜ୍‌ମାନେ ଯେଭଳି କାମ କରୁଛନ୍ତି ଆମେରିକାରେ ଟ୍ରମ୍ପ ତାହା କରିବାକୁ ଚାହଁୁଛନ୍ତି। ୧୯୯୦ରେ ମାନୁଫାକ୍‌ଚରିଂରେ ଆମେରିକା ଅର୍ଥ ବ୍ୟବସ୍ଥାର ଅଂଶ ୧୬% ଥିଲା, ଏବେ ଏହା ୧୦%। ମାନୁଫାକ୍‌ଚରିଂ ଉତ୍ପାଦନ ୧୯୯୦ରେ ୧ ଟ୍ରିଲିୟନ ଡଲାର ଥିବାବେଳେ ଏବେ ଏହା ୩ ଟ୍ରିଲିୟନ ଡଲାର। ଏଣୁ ଅନ୍ୟ ଅର୍ଥ ବ୍ୟବସ୍ଥା ତୁଳନାରେ ଆମେରିକାର ମାନୁଫାକ୍‌ଚରିଂରେ ଅଭିବୃଦ୍ଧି ଘଟିଛି, କିନ୍ତୁ ମନ୍ଥର ଗତିରେ। ମାନୁଫାକ୍‌ଚରିଂ କ୍ଷେତ୍ରରେ ଚାକିରି ପ୍ରାୟ ୧୮ ମିଲିୟନରୁ ହ୍ରାସପାଇ ପାଖାପାଖି ୧୨ ମିଲିୟନ ରହିଛି। ଏଣୁ ଆମେରିକାର ଅଳ୍ପ ସଂଖ୍ୟକ ମାନୁଫାକ୍‌ଚରିଂ କର୍ମଚାରୀ ୧୯୯୦ ତୁଳନାରେ ଏବେ ୩ ଗୁଣ ଅଧିକ ଉତ୍ପାଦନ କରୁଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ସ୍ବୟଂଚାଳିତ ପଦ୍ଧତି ଓ ଦକ୍ଷତାର ବିକାଶ। ୧୯୯୦ରେ ଆମେରିକା ୮୦ ମିଲିଅନ ଟନ୍‌ ଷ୍ଟିଲ୍‌ ଉତ୍ପାଦନ କରୁଥିଲା, ବର୍ତ୍ତମାନ ପ୍ରାୟ ସେତିକି ଅଛି । ଷ୍ଟିଲ୍‌ ପ୍ଲାଣ୍ଟଗୁଡ଼ିକରେ କାମ କରୁଥିବା ଆମେରିକୀୟଙ୍କ ସଂଖ୍ୟା ୧୯୮୦ରେ ୫,୧୨,୦୦୦ ଥିଲାବେଳେ ୧୯୯୦ରେ ୨,୭୦,୦୦୦ ଓ ୨୦୨୪ରେ ୭୦,୦୦୦ ଥିଲା। ମାନୁଫାକ୍‌ଚରିଂରେ ଏବଂ ଅନ୍ୟତ୍ର ଆମେରିକା ତାହାର କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଚାଇନାର ଏବକାର କାର୍ଯ୍ୟ ଢାଞ୍ଚାକୁ ଯଦି ଗ୍ରହଣ କରେ ତେବେ ଆର୍ଥିକ ଉତ୍ପାଦନ ହ୍ରାସ ପାଇବ।
ତଥାପି ଏ ବିଷୟରେ ଟ୍ରମ୍ପ ପ୍ରଶାସନ ଚେଷ୍ଟା କରୁଛି। ଏହା ଦୁଇଟି ଉପାୟରେ କରାଯାଉଛି। ପ୍ରଥମଟିରେ ସବୁ ପ୍ରତିଦ୍ୱନ୍ଦ୍ୱିତାକୁ ବନ୍ଦ କରାଯାଉଛି। ଚାଇନାର ବୈଦ୍ୟୁତିକ କାର୍‌ଗୁଡ଼ିକ ଆମେରିକାକୁ ଆମଦାନୀ ହେଲେ ୧୦୦% ଟିକସ ଲାଗିବ ଅର୍ଥାତ୍‌ ସେସବୁର ମୂଲ୍ୟ ୨ଗୁଣରୁ ଅଧିକ ହୋଇଯିବ। ଯଦି ବି ଜଣେ ଆମେରିକୀୟ ସେହି ଟିକସ ଦିଅନ୍ତି ତେବେ ସେମାନେ ଚାଇନାର କାର୍‌ ଚଳାଇପାରିବେ ନାହିଁ, କାରଣ ଚାଇନିଜ କାର୍‌ ସଫ୍ଟଓ୍ବେର ଉପରେ ପ୍ରତିବନ୍ଧକ ରହିଛି। ପ୍ରତିବନ୍ଧକର ଉଦ୍ଦେଶ୍ୟ ହେଉଛି ଉଭୟ ଆମେରିକାର କମ୍ପାନୀଗୁଡ଼ିକର ସୁରକ୍ଷା କରିବା ଏବଂ ଚାଇନାକୁ ବନ୍ଦ କରିବା। ଦ୍ୱିତୀୟ ଉପାୟ ହେଉଛି, ବିଶ୍ୱସ୍ତରୀୟ ଟାରିଫ୍‌ ମାଧ୍ୟମରେ, ଯାହା ଏପ୍ରିଲ ୨ରେ ସାମ୍ନାକୁ ଆସିବ। ଏହା ୟୁରୋପରେ ଥିବା ଆମେରିକାର ମିତ୍ର ଦେଶ, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ । ଚଳିତ ଜାନୁଆରୀ ପର୍ଯ୍ୟନ୍ତ ଆମେରିକାର ବାଣିଜ୍ୟ ଅଂଶୀଦାର ରହିଥିବା ଏହିସବୁ ଦେଶ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଆମେରିକାର ଏହି ପ୍ରତିକ୍ରିୟା ଆଗକୁ ଗରିବ ଦେଶଗୁଡ଼ିକ ତୁଳନାରେ ତଳକୁ ଖସିବନି ବୋଲି ନିଶ୍ଚିତ କରିବ ତ? ଅବଶ୍ୟ ନୁହେଁ। ଚାଇନା, ଭାରତ, ଆଫ୍ରିକା ଏବଂ ଲାଟିନ ଆମେରିକାର ଅଭିବୃଦ୍ଧି ଜାରି ରହିବ। ଆମେ ମାନବ ଇତିହାସରେ ଏକ ନୂଆ ଯୁଗରେ ପ୍ରବେଶ କରିଛୁ। ଆମେରିକା ଓ ୟୁରୋପର ପ୍ରଭୁତ୍ୱ ଏବଂ ସେମାନଙ୍କ ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବ। ପାଶ୍ଚାତ୍ୟ ୧୦୦ ବର୍ଷ ପୂର୍ବେ ଯାହା କରିପାରିଥିଲା ତାହା ଆଉ କରିପାରିବ ନାହିଁ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?