ଆମେରିକା ଗଣତନ୍ତ୍ର ପ୍ରତି ବିପଦ

ମାଇକେଲ୍‌ ଲିଣ୍ଡ୍‌

ଓ୍ବାଶିଂଟନ୍‌ ଡିସିରେ ୬ ଜାନୁୟାରୀ ୨୦୨୧ରେ ଯାହା ଘଟିଥିଲା ସେଥିରୁ ବହୁତ କିଛି ଶିଖିବାକୁ ବାକି ରହିଛି। କାପିଟୋଲରେ ଟ୍ରମ୍ପ୍‌ଙ୍କ ସପକ୍ଷବାଦୀ ବିଦ୍ରୋହୀ ଜୋରଜବରଦସ୍ତି ପ୍ରବେଶ କରିଥିଲେ। ଆମେରିକାର ସାମ୍ବିଧାନିକ ବ୍ୟବସ୍ଥାକୁ ନଷ୍ଟ କରିବା ଲାଗି ଏହା ଥିଲା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉଦ୍ୟମ। ହେଲେ ଆମେରିକୀୟ ସାମ୍ବିଧାନିକ ବ୍ୟବସ୍ଥା ଏଭଳି ପ୍ରୟାସକୁ ବାଧା ଦେଇଥିବା ଉକ୍ତ ଘଟଣାରୁ ସ୍ପଷ୍ଟ ହୋଇଛି । ଏ ସମ୍ପର୍କିତ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସି ଡେମୋକ୍ରାର୍ଟ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ଇଲେକ୍‌ଟୋରାଲ କଲେଜ ଭୋଟ ବିଜୟର ଫଳାଫଳକୁ ସ୍ବୀକୃତି ଦେବାକୁ ମନା କରିବା ଭଳି ଏକ ହାସ୍ୟାସ୍ପଦ ଯୋଜନା ଟ୍ରମ୍ପଙ୍କ୍‌ ସମର୍ଥନରେ କରାଯାଇଥିଲା। ଏହାର ଧାରଣା ଥିଲା ଭିନ୍ନ। ଅନଧିକୃତ ମତଦାତା, କଂଗ୍ରେସର ରିପବ୍ଲିକାନ୍‌ ସଦସ୍ୟମାନଙ୍କ ଦ୍ୱାରା ସୃଷ୍ଟି ଦ୍ୱନ୍ଦ୍ୱାମତ୍କ ସ୍ଥିତି ମଧ୍ୟରେ ଟ୍ରମ୍ପ୍‌ଙ୍କୁ ଦ୍ୱିତୀୟ ଥର ରାଷ୍ଟ୍ରପତି କରିବା ଯୋଜନା କରାଯାଇଥିଲା। କିନ୍ତୁ ପ୍ରମୁଖ ରିପବ୍ଲିକାନ୍‌ମାନେ ଏଥିରେ ଭାଗ ନେବା ଲାଗି ମନା କରିଦେବାରୁ ଏହି ଯୋଜନା ଫସରଫାଟିଗଲା। ଆଟର୍ନି ଜେନେରାଲ ଓ୍ବିଲିୟମ୍‌ ବାର୍‌ ଏବଂ ଅନ୍ୟ ଉଚ୍ଚପଦସ୍ଥ କାର୍ଯ୍ୟକାରୀ ଶାଖା ଅଧିକାରୀମାନେ ଟ୍ରମ୍ପଙ୍କ ଯୋଜନାରେ ସାମିଲ ହୋଇ ମଧ୍ୟ ଯେଭଳି ଏହି ଯୋଜନାରୁ ନିଜକୁ ଦୂରେଇ ରଖିଥିଲେ ଠିକ୍‌ ସେମିତି ଏଥିରେ ପେନ୍‌ସିଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ସେଥିରୁ ସେ ଜାଣିଶୁଣି ନିଜେ ଦୂରେଇ ରହୁଥିତ୍ଲେ। ଏପରିକି ଟ୍ରମ୍ପ୍‌ଙ୍କ ଦ୍ୱାରା ନିଯୁକ୍ତ ରିପବ୍ଲିକାନ୍‌ ଶାସିତ ଜର୍ଜିଆ, ମିଚିଗାନ ଏବଂ ପେନସିଲଭାନିଆର ଶାସକୀୟ ପଦାଧିକାରୀ,ଫେଡେରାଲ ଜଜ୍‌ମାନେ ଏହି ସ୍ଥିତରେ ସେମାନଙ୍କ ମତ ନ ବଦଳାଇ ସାହସିକତାର ସହ ଏହାକୁ ସାମ୍‌ନା କରିଥିଲେ।
ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିଥିବା କଂଗ୍ରେସର ଅଧିକାଂଶ ରିପବ୍ଲିକାନ୍‌ କେବଳ ଏକ ଓ୍ୟପଚାରିକ ଭାବେ ଏଥିରେ ସାମିଲ ଥିଲେ ବୋଲି ମନେ କରୁଥିଲେ। ସେମାନେ ବିଶ୍ୱାସ କରୁଥିଲେ ଯେ,ଏଭଳି ଓ୍ୟପଚାରିକତା ସେମାନଙ୍କୁ କଠୋର ଦକ୍ଷିଣପନ୍ଥୀ ଭୋଟରଙ୍କ ଆକ୍ରମଣରୁ ରକ୍ଷା କରିବ। ଅନ୍ୟ ପଟେ ସେହି ରିପବ୍ଲିକାନ୍‌ମାନେ ପୂର୍ବରୁ ୨୦୦୧, ୨୦୦୫ ଏବଂ ୨୦୧୭ରେ ଷ୍ଟେଟ୍‌ଗୁଡ଼ିକରୁ ପ୍ରାପ୍ତ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିଥିବା ଡେମୋକ୍ରାଟ୍‌ଙ୍କ ପଥ ଅନୁସରଣ କରୁଥିଲେ। ଯଦିଓ ଟମ୍ପ୍‌ ପ୍ରଶାସନରେ ବିରୋଧାଭାସ ରହିଥିଲା ଏବଂ ଟ୍ରମ୍ପ୍‌ଙ୍କ ଦେଶଦ୍ରୋହୀ ଯୋଜନାକୁ ପାର୍ଟି ଦବାଇ ଦେଇଥିଲା, ତଥାପିି ୨୦୨୪ରେ ସମାନ ପ୍ରକାର ଯୋଜନା ସଫଳ ହେବ ବୋଲି ଅନେକ ଡେମୋକ୍ରାଟ୍‌ ଯୁକ୍ତି ବାଢନ୍ତି। କିନ୍ତୁ ପରାଜିତ ରିପବ୍ଲିକାନ୍‌ ପକ୍ଷରୁ ପୁନର୍ବାର ଇଲେକ୍‌ଟୋରାଲ କଲେଜ ଭୋଟକୁ ପରିବର୍ତ୍ତନ କରିବାର କୌଣସି ପ୍ରୟାସ ଲାଗି କଂଗ୍ରେସର ଶହେ ନ ହେଲେ ବି ଅଳ୍ପ କେତେ ଜଣ ରିପବ୍ଲିକାନ ସଦସ୍ୟ, ଷ୍ଟେଟ୍‌ ଲେଜିସ୍‌ଲେଚର୍‌ ଏବଂ ଫେଡେରାଲ୍‌ କୋର୍ଟଗୁଡ଼ିକର ସମନ୍ବୟ ରହିବା ଓ ସହଯୋଗ ମିଳିବାର ସମ୍ଭାବନା ନାହିଁ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ବିଷୟ ନାହିଁ। ହଁ, ଭୟ ଓ ଆତଙ୍କ ସୃଷ୍ଟିକରୁଥିବା ବ୍ୟକ୍ତିମାନେ କହିପାରନ୍ତି ଯେ, ୨୦୨୦ରେ ଯେଭଳି ସ୍ଥିତି ସୃଷ୍ଟି ହେଲା ୨୦୨୪ ବେଳକୁ ସେମିତି ରହିବା ସମ୍ଭାବନା ନାହିଁ। ଅନେକ ପରିବର୍ତ୍ତନ ହୋଇଥିବ। ସେତେବେଳେ ଟ୍ରମ୍ପ୍‌ ସମର୍ଥିତ ପଦାଧିତ୍କାରୀମାନେ କେତେକ ପ୍ରମୁଖ ନିର୍ବାଚନୀ ପ୍ରଶାସନିକ ପବଦୀରେ ରହିଥିବେ। କିନ୍ତୁ ଉକ୍ତ ଟ୍ରମ୍ପ୍‌ବାଦୀ ଗୋଷ୍ଠୀଗୁଡ଼ିକୁ ପେନ୍‌ସି ଓ ବାର୍‌ଙ୍କ ଭଳି ସମର୍ଥକଙ୍କଠାରୁ ଅତ୍ୟଧିକ ବିଶ୍ୱାସୀ ଓ ଶୃଙ୍ଖଳିତ ହେବାକୁ ପଡ଼ିବ। ଏକ ଜଟିଳ ଷଡ଼ଯନ୍ତ୍ରରେ ପ୍ରତ୍ୟେକ ତାଙ୍କ ରାଜନୈତିକ ଭବିଷ୍ୟତକୁ ବିପଦରେ ପକାଇବାକୁ ପ୍ରସ୍ତୁତ ରହିବାକୁ ହେବ। ପୁନର୍ବାର ଏଭଳି ଏକ ଷଡ଼ଯନ୍ତ୍ର ମୁଖ୍ୟତଃ ଜଣେ ବିଶ୍ୱାସଘାତକ ଯିଏ କି ନିୟମିତ ଭାବେ ଅନ୍ୟ ଲୋକଙ୍କୁ କାମରେ ଲଗାଏ ଓ ପରେ ସେମାନଙ୍କୁ ଦୂରକୁ ଫିଙ୍ଗିଦିଏ, ତା’କୁ ହିଁ ଲାଭ ପହଞ୍ଚାଇବ।
ରିପବ୍ଲିକାନ୍‌ ପ୍ରାର୍ଥୀମାନଙ୍କ ଉପରେ ଟ୍ରମ୍ପ୍‌ଙ୍କର ଅତ୍ୟଧିକ ପ୍ରଭାବ ରହିଛି। ଯେଉଁମାନଙ୍କର ପ୍ରାଥମିକ ଓ ସାଧାରଣ ନିର୍ବାଚନରେ ଜିତିବାର ସମ୍ଭାବନା ରହିଛି, ସେ ସେମାନଙ୍କୁ କୌଣସି ପ୍ରକାରେ ସମର୍ଥନ କରିବାକୁ ଚାହାନ୍ତି। ହେଲେ ତାଙ୍କ ସାଙ୍ଗଠନିକ ଆଧାର ଉପରେ ତାଙ୍କର ନିୟନ୍ତ୍ରଣ ଅସ୍ପଷ୍ଟ ରହିଛି। ସେ ଯେତେେବେଳ କୋଭିଡ୍‌-୧୯ ଟିକାକୁ ସମର୍ଥନ କଲେ ସେତେବେଳେ ତାଙ୍କୁ ସାଧାରଣରେ ସମ୍ମାନ ଦେଉଥିତ୍ବା ଅନେକ ସମର୍ଥକଙ୍କ ବିରୋଧ ଏହାକୁ ପ୍ରତିପାଦିତ କରିଦେଲା। ଏହି ସବୁ କାରଣ ଯୋଗୁ, ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ମାନଙ୍କ ଦ୍ୱାରା ୨୦୨୪ ନିର୍ବାଚନ ପରେ ଟ୍ରମ୍ପ୍‌ କିମ୍ବା ତାଙ୍କ ସମର୍ଥକମାନଙ୍କ ମଧ୍ୟରୁ କୌଣସି ଜଣଙ୍କୁ ରାଷ୍ଟ୍ରପତି ଭାବେ ଅଭିହିତ କରିବାର ଯୋଜନା ସମ୍ଭବତଃ ରାଜନୈତିକ କ୍ଷେତ୍ରର ଏକ ରୋମାଞ୍ଚକର ତଥା କାଳ୍ପନିକ କାହାଣୀ ପାଲଟିବ। ୨୦୨୪ରେ ଟ୍ରମ୍ପ୍‌ ନୋମିନେଟ୍‌ ହୋଇ ଇଲେକ୍‌ଟୋରାଲ କଲେଜ କିମ୍ବା ସଂଖ୍ୟାଗରିଷ୍ଠ ପପୁଲାର ଭୋଟରେ ସ୍ପଷ୍ଟ ବିଜୟ ଲାଭ କରିବା ଅସମ୍ଭବ । ଏହା ବାଦ୍‌ ଆଗକୁ ଭୟ ସୃଷ୍ଟିକାରୀ ଶ୍ୱେତ ରାଷ୍ଟ୍ରବାଦୀ ଏକଚ୍ଛତ୍ରବାଦ ପ୍ରତିଷ୍ଠା କରିବାର ସମ୍ଭାବନା କମ୍‌। ଏହା ବଦଳରେ ଟ୍ରମ୍ପ ତାଙ୍କ ଦ୍ୱିତୀୟ ପାଳିରେ ଜଣେ ଅଧିକ ନିଷ୍ପ୍ରଭାବୀ ଶାସକ ହେବାର ଅଧିତ୍କ ସମ୍ଭାବନା ରହିଛି। ରୂଢିବାଦୀ ରିପବ୍ଲିକାନ୍‌ଙ୍କ ପ୍ରଭାବ ଥିବା ପାର୍ଟିରେ ପ୍ରଥମ ପାଳିରେ ଯେଭଳି ତାଙ୍କର କର୍ତ୍ତ୍ୱତ୍ୱ ରହିଥିଲା ତାହା ରହିବାର ସମ୍ଭାବନା ନାହିଁ। ଯଦି ଇଟାଲୀୟ ଗଣତନ୍ତ୍ର ସିଲଭିଓଙ୍କ ତିନିପାଳି ପ୍ରଧାନମନ୍ତ୍ରୀତ୍ୱରେ ତିଷ୍ଠି ରହିପାରିଲା ତେବେ ଟ୍ରମ୍ପ୍‌ଙ୍କ ଦୁଇପାଳିରେ ବି ତିଷ୍ଠି ରହିବ। ଆମରିକୀୟ ଗଣତନ୍ତ୍ର ବିପଦରେ ନାହିଁ ବୋଲି ଏ ମଧ୍ୟରୁ କୌଣସି ଗୋଟିଏ ବି ସୂଚନା ଦେଉନାହଁି। ବାସ୍ତବରେ ଟ୍ରମ୍ପ୍‌ଙ୍କ ଭଳି ଲୋକପ୍ରିୟ ହେବାକୁ ଚାହଁୁଥିତ୍ବା ନେତାମାନେ ଦେଶରେ ଏକ ରୋଗର ଲକ୍ଷଣ। ଆମେରିକାର ଦ୍ୱିଦଳୀୟ ରାଜନେତିକ ବ୍ୟବସ୍ଥାର ସଙ୍କଳ୍ପ ଏବଂ ସେମାନଙ୍କ କାର୍ଯ୍ୟ ମଧ୍ୟରେ ସମ୍ପର୍କ ନ ରହିବା ହିଁ ପ୍ରକୃତରେ ଆମେରିକାର ଗଣତନ୍ତ୍ର ପ୍ରତି ସବୁଠୁ ବଡ଼ ବିପଦ। ଟ୍ରମ୍ପଙ୍କ ପୂର୍ବରୁ ଅନେକ ଦଶନ୍ଧି ଧରି ଏହି ସମସ୍ୟା ରହିଛି ଏବଂ ଏହା ତାଙ୍କ ଉତ୍‌ଥାନରେ ବି ସାହାଯ୍ୟ କରିଛି।
ଅନ୍ୟପଟେ ଜଗତୀକରଣର ସଙ୍କଳ୍ପ ନିଅଯାଇଥିଲେ ମଧ୍ୟ ହାଇଟେକ୍‌‘ ନଲେଜ ଇକୋନୋମୀ’ରେ ଅଧିକ ଆମେରିକୀୟଙ୍କ ପାଇଁ ନୂଆ ଓ ଭଲ ନିଯୁକ୍ତି ସୃଷ୍ଟି କରାଯାଇପାରିଲା ନାହିଁ। ଏହା ବଦଳରେ ଆମେରିକା ମୌଳିକ ଉପତ୍ାଦିତ ଜିନିଷ ସହିତ ଓ୍ୟଷଧ ଓ ଚିକିତ୍ସା ଉପକରଣ ଲାଗି ଚାଇନା ଓ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭରଶୀଳ ହୋଇଛି। ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ କମ୍‌ ମଜୁରିର ଚାକିରି ସୃଷ୍ଟି କରାଯାଇଛି, ଯାହାର କୌଣସି ଲାଭ ନାହିଁ। ସେହିଭଳି ୨୦୦୦ରେ ଶ୍ରେଷ୍ଠ ଅର୍ଥନୀତିଜ୍ଞମାନେ ଦାବି କରିଥିଲେ ଯେ, ବିଶ୍ୱ ମାକ୍ରୋଇକୋନୋମିକ୍ସରେ ‘ ଗ୍ରେଟ୍‌ ମଡରେଶନ’ ଏକ ନୂଆ ମାନକକୁ ପ୍ରତିନିଧିତ୍ୱ କରିଥିଲା। କିନ୍ତୁ ଏହା ଆସେଟ ବବ୍‌ଲ ଉପରେ ନିର୍ଭରଶୀଳ ହେଲା ଓ ତାହାର ପତନ ଘଟିଲା, ଯାହା ବିଶ୍ୱ ବିତ୍ତୀୟ ସଙ୍କଟ ଓ ପରେ ପରେ ବୃହତ୍‌ ମାନ୍ଦାବସ୍ଥାର କାରଣ ପାଲଟିଲା। ଆଫଗାନିସ୍ତାନ, ଇରାକ୍‌, ସିରିଆ ଏବଂ ଲିବ୍ୟାରେ ଆମେରିକାର ହସ୍ତକ୍ଷେପ ତା’ର ବିଫଳତାକୁ ମଧ୍ୟ ସ୍ପଷ୍ଟ କଲା।
ଏଭଳି ବିପର୍ଯ୍ୟୟଗୁଡ଼ିକର ସୃଷ୍ଟିକର୍ତ୍ତାଙ୍କ ମଧ୍ୟରୁ ଅନେକ ପ୍ରତିଷ୍ଠିତ ଏକ୍ସପର୍ଟ ଭାବେ ଆକର୍ଷଣୀୟ କ୍ୟାରିୟର ଗଢିପାରିଛନ୍ତି। ଆଉ କେତେ ଜଣଙ୍କ ବିତ୍ତୀୟ ଓ ପ୍ରତିଷ୍ଠାରେ କ୍ଷତି ସହିଛନ୍ତି। ଯେତେବେଳେ ଏକ ଜାତୀୟ ସରକାର ବହୁବାର ବିଫଳ ହୁଏ ଓ ଅଧିକ କ୍ଷତି ସହେ ଏବଂ ମୁଖ୍ୟ ଧାରାର ଗଣମାଧ୍ୟମ ଉତ୍ସଗୁଡ଼ିକ ଏହି ବିଫଳତାଗୁଡ଼ିରେ ଭାଗୀଦାରି ରହେ , ସେତେବେଳେ ଲୋକେ ନିମ୍ନ ଧରଣର ବିକଳ୍ପ ମିଡିଆ ଉତ୍ସ କିମ୍ବା ନିଜକୁ ଅତ୍ୟଧିକ ପ୍ରତିପାଦିତ କରିବାକୁ ଚାହଁୁଥିବା ଟ୍ରମ୍ପ୍‌ଙ୍କ ଭଳି ବାହାରୁ ରାଜନେତାଙ୍କୁ ଖୋଜିବାରେ କେହି ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ। ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ବେଆଇନ ଏବଂ ଅନୈତିକ ପ୍ରଚେଷ୍ଟାକୁ ଆମେରିକୀୟମାନେ ପ୍ରତିରୋଧ କରିବା ଆବଶ୍ୟକ। କିନ୍ତୁ ନୀତିରେ ବାରମ୍ବାର ବିଫଳ ହେଉ୍‌ଥିବା ପାରମ୍ପରିକ ବା ରୂଢିବାଦୀ ରାଜନେତାଙ୍କ ଉପରେ ଲୋକଙ୍କ ବିଶ୍ୱାସର ଅଭାବ ହିଁ ବାସ୍ତବରେ ଆମେରିକାର ଗଣତନ୍ତ୍ର ପ୍ରତି ଏକ ଦୀର୍ଘ ମିଆଦୀ ବିପଦ। ଲୋକଙ୍କ ବିଶ୍ୱାସର ଅଭାବ ଯୋଗୁ ଆମେରିକାର କ୍ଷମତାଶାଳୀ ନେତୃତ୍ୱ କିମ୍ବା ବ୍ୟକ୍ତିତ୍ୱଙ୍କୁ କେହି ଦୋଷ ଦେଉନାହାନ୍ତି , ବରଂ ନିଜକୁ ଦୋଷ ଦେଉଛନ୍ତି।
ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌, ଲିଣ୍ଡନ ବି. ଜନ୍‌ଶନ ସ୍କୁଲ ଅଫ୍‌ ପବ୍ଲିକ ଆଫେୟାର୍ସ,
ୟୁନିଭର୍ସିଟି ଅଫ୍‌ ଟେକ୍ସାସ୍‌, ଅଷ୍ଟିନ, ଆମେରିକା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା କାହିଁକି ଭିକ୍ଷାଥାଳ ଧରି ଠିଆହେବ

ଶ୍ରୀକାନ୍ତ ଜେନା ଓଡ଼ିଶାକୁ ‘ସ୍ବତନ୍ତ୍ର ଶ୍ରେଣୀ ରାଜ୍ୟ’ ଭାବେ ଗ୍ରହଣ କରିବାକୁ ଓଡ଼ିଶା ବିଧାନସଭା ଦୁଇ ଥର ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରି କେନ୍ଦ୍ର ସରକାରଙ୍କ...

ଅପରାଧ ଯଦି ପ୍ରତିନିଧିର ଯୋଗ୍ୟତା ହୁଏ

ସହଦେବ ସାହୁ ବଳାତ୍କାର ଭଳି ଅପରାଧ କାହିଁକି ବଢୁଛି ବୋଲି ପ୍ରଶ୍ନ କଲେ ଆମେ ନିଜେ ଦାୟୀ ହୋଇଯିବା। କାରଣ ଏବଂ ଉଦାହରଣ ଖୋଜିବା ଲାଗି...

ହିଜାବ ପ୍ରସଙ୍ଗ

ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀଙ୍କୁ କର୍ନାଟକର ଉଡୁପି ଓ କୁନ୍ଦପୁରର ସରକାରୀ କଲେଜରେ ପ୍ରବେଶ ଅନୁମତି ନ ମିଳିବାରୁ ତାହାକୁ ନେଇ ବିବାଦ ଲାଗିରହିଛି। ଏପରି...

ଉତ୍ତରାଧିକାରୀର ଔଦ୍ଧତ୍ୟ

ଡ. ସୁବାସ ଚନ୍ଦ୍ର ପାତ୍ର ନିଜର ପୂର୍ବଜ, ପୂର୍ବାଧିକାରୀ ବା ପୂର୍ବସୂରୀଙ୍କୁ ଉପହାସ କରିବା, ସେମାନଙ୍କ ଅବଦାନକୁ ଅସ୍ବୀକାର କରିବା, ସେମାନଙ୍କୁ ଲୋକଲୋଚନରେ ଗୌଣ କରି...

ଦୁଇଟି ନଗରୀର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ। ତେବେ ସମଗ୍ର ବିଶ୍ୱ ପାଇଁ ତାହା ପାଲଟିଛି ଶିଳ୍ପ ଦୁର୍ଘଟଣା ଭୟାବହତାର ପ୍ରତୀକ। ୩୫ ବର୍ଷ...

ଏଇ ଭାରତରେ

ପ୍ରେମ ବାଧାବନ୍ଧନ ମାନି ନ ଥାଏ। କେତେକ ପ୍ରେମୀଯୁଗଳ ଘରୁ ଲୁଚି ପଳାଇଯାଇ ପରିବାର ସଦସ୍ୟ ଓ ସମାଜର ନିୟମକୁ ନ ମାନି ଅନ୍ୟତ୍ର ବିବାହ...

ତୈଳଦର ବୃଦ୍ଧି ପାଇଁ ତୈଳବଣ୍ଡ୍‌ ଦାୟୀ କିିି

ଭାଲଚନ୍ଦ୍ର ଷଡ଼ଙ୍ଗୀ   ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ଲିଟର ପିଛା...

ଅଗ୍ରଦୂତ ନବ ପ୍ରଭାତର

ଡ. ହୃଷୀକେଶ ମଲ୍ଲିକ ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଓଡ଼ିଶାର ରାଜନୀତି ଓ ସାହିତ୍ୟକୁ ସମୟର ଅକୃପଣ ବରଦାନ। ଏପରି ଏକ ସମୟରେ ସେ ଓଡ଼ିଶାର...

Advertisement
Archives

Model This Week