‘ଭାରତ ଆମ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ’

ଓ୍ବାଶିଂଟନ,୧୯ା୧୧: ଆମେରିକା ପୁଣିଥରେ ବିଶ୍ୱସ୍ତରରେ ଭାରତ ସହ ସମ୍ପର୍କକୁ ଗୁରୁତ୍ୱ ଦେଇଛି। ଆମେରିକା କହିଛି, ଭାରତ ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଆମେରିକାର ବୈଦେଶିକ ବିଭାଗର ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ  ଖବରଦାତା ସମ୍ମିଳନୀରେ କହିଛନ୍ତି, ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କର ଅତ୍ୟନ୍ତ ନିବିଡ଼ ସମ୍ପର୍କ ରହିଛି। ପରସ୍ପର ଅତି ଘନିଷ୍ଠ। ଭାରତ ଏବଂ ଆମେରିକାର ସମ୍ପର୍କକୁ ଅନ୍ୟ ଦେଶ ସହ ତୁଳନା କରାଯାଉଥିବା ପ୍ରଶ୍ନ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ବିବୃତ୍ତି ଦିଆଯାଇଛି। ପ୍ରଶ୍ନର ଉତ୍ତରରେ ପଟେଲ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି ଭାରତ ଏବଂ ଆମେରିକା ମଧ୍ୟରେ ମଧ୍ୟ ସମ୍ପର୍କ ଅତ୍ୟନ୍ତ ମଜବୁତ।

ମୁଖପାତ୍ର କହିଛନ୍ତି, ଭାରତ କେବଳ ଆମେରିକା ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟେ। ଏସିଆନ୍‌ ସମ୍ମିଳନୀ ହେଉ କିମ୍ବା ଅନ୍ୟ କୌଣସି ଫୋରମ, ଉଭୟ ଦେଶ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ସର୍ବଦା ଗୁରୁତ୍ୱାରୋପ କରିଛନ୍ତି। ନିକଟରେ ଆମେରିକାର ବୈଦେଶିକ ସଚିବ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କୁ ଭେଟିଥିଲେ। ଯେଉଁଥିରେ ଅନେକ ପ୍ରସଙ୍ଗ ଉପରେ ଗଭୀର ଭାବରେ ଆଲୋଚନା କରାଯାଇଥିଲା। ଆମେରିକା ପାଇଁ ଭାରତ ମଧ୍ୟ ଏକ ପ୍ରାଥମିକତା ଅଟେ ବୋଲି ଏହି ଆଲୋଚନାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ଫେମ୍‌ ଇଣ୍ଡିଆର ଟପ୍‌ ୨୫ରେ ଝାରସୁଗୁଡ଼ା ଏସ୍‌ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ…

ଟିମ ଇଣ୍ଡିଆରେ ହେଲା ବଡ଼ ଓଲଟପାଲଟ: ବୈଭବଙ୍କୁ ମିଳିଲା ସ୍ଥାନ, ୩ ବଡ଼ ଖେଳାଳି ପଡିଲେ ବାଦ୍‌

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ…

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

ଛାତରୁ ଝରୁଛି ପାଣି, ଖସୁଛି ପ୍ଲାଷ୍ଟର: ଅବ୍ୟବସ୍ଥା ମଧ୍ୟରେ ବଡ଼ଛତ୍ରଙ୍ଗ ହାଇସ୍କୁଲ

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗ ହାଇସ୍କୁଲ ସମ୍ପ୍ରତି ଘୋର ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। ୧୯୬୬ ମସିହାରେ ସ୍ଥାପିତ ଏହି ପୁରାତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri