ଆମେରିକାରେ ବହୁ ପୂର୍ବରୁ ରହିଛି ବନ୍ଧୁକ ରଖିବାର ପରମ୍ପରା, ୪୦୦ନିୟୁତଙ୍କ ପାଖରେ ଅଛି ବ୍ୟକ୍ତିଗତ ବନ୍ଧୁକ

ଓ୍ବାଶିଂଟନ୍‌,୨୦।୬: ଆମେରିକାର ସେଣ୍ଟ ଲୁଇସରେ ଗୁଳିକାଣ୍ଡ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ଗୁଳିକାଣ୍ଡରେ ୯ଜଣ ଆହତ ହୋଇଛନ୍ତି। ଆହତ ନାବାଳକଙ୍କ ବୟସ ୧୭ ବର୍ଷ। ସେ ଗୁଳିରୁ ରକ୍ଷା ପାଇଁ ଦୌଡୁଥିବାବେଳେ ପାହାଚରେ ପଡିଯାଇଥିଲେ।
ସୂଚନା ମୁତାବକ, ଆମେରିକୀୟ ସମୟ ସକାଳ ୧ଟାରେ ସେଣ୍ଟ ଲୁଇସ୍‌ରେ ହେଉଥିବା ପାର୍ଟି ହେଉଥିବା ସମୟରେ ଗୁଳିକାଣ୍ଡ ଘଟିଥିଲା। ଘଟଣାସ୍ଥଳରୁ ପୋଲିସ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି।

ଏଠାରେ କହି ରଖୁଛୁ, ଆମେରିକାର ଜନସଂଖ୍ୟା ୩୩୦ ନିୟୁତ ହୋଇଥିବାବେଳେ ଏଠାକାର ନାଗରିକଙ୍କ ପାଖରେ ୪୦୦ ନିୟୁତ ବନ୍ଧୁକ ଅଛି।
ସ୍ବିଜରଲ୍ୟାଣ୍ଡର କ୍ଷୁଦ୍ର ଅସ୍ତ୍ର ସର୍ବେକ୍ଷଣ ଅର୍ଥାତ୍‌ ଏସ୍‌ଏଏସ୍‌ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଥିବା ୮୫୭ ନିୟୁତ ସିଭିଲିୟନ ବନ୍ଧୁକ ମଧ୍ୟରୁ କେବଳ ୩୯୩ ନିୟୁତ ସିଭିଲିୟନ ବନ୍ଧୁକ ଆମେରିକାର ନାଗରିକଙ୍କ ପାଖରେ ଅଛି। ଅକ୍ଟୋବର ୨୦୨୦ ଗାଲଅପ ସର୍ଭେ ଅନୁଯାୟୀ, ୪୪% ଆମେରିକୀୟ ବୟସ୍କ ବନ୍ଧୁକ ଥିବା ଘରେ ରୁହନ୍ତି ଏବଂ ଏହି ବୟସ୍କମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ବନ୍ଧୁକ ରଖିଥାନ୍ତି।

୨୩୧ବର୍ଷ ପରେ ବି ଆମେରିକାର ତା’ର ବନ୍ଧୁକ ରଖିବା ପରମ୍ପରାକୁ ବନ୍ଦ କରିପାରି ନାହିଁ। କାରଣ ଆମେରିକାର ପ୍ରଥମ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ରାଜ୍ୟର ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ବନ୍ଧୁକ ରଖିବାକୁ ଆମେରିକୀୟ ସଂସ୍କୃତିରେ ବଜାୟ ରଖାଯାଇଛି। ଏଥିସହ ବହୁ ବନ୍ଧୁକ ତିଆରି କମ୍ପାନୀ ଏହାକୁ ପ୍ରୋତ୍ସାହନ ଯୋଗାଉଛନ୍ତି।
୧୭୯୧ ମସିହାରେ, ସମ୍ବିଧାନର ଦ୍ୱିତୀୟ ସଂଶୋଧନ ଅନୁଯାୟୀ ଆମେରିକାର ନାଗରିକମାନଙ୍କୁ ଅସ୍ତ୍ରଶସ୍ତ୍ର ରଖିବା ଏବଂ କ୍ରୟ କରିବାର ଅଧିକାର ଦିଆଯାଇଥିଲା। ଏହି ସଂସ୍କୃତି ଆମେରିକାରେ ଆରମ୍ଭ ହୋଇଥିଲା ଯେତେବେଳେ ବ୍ରିଟିଶମାନେ ସେଠାରେ ଶାସନ କରିଥିଲେ। ସେତେବେଳେ କୌଣସି ସ୍ଥାୟୀ ସୁରକ୍ଷା ବଳ ନ ଥିଲା। ସେଥିପାଇଁ ଲୋକଙ୍କୁ ନିଜ ତଥା ପରିବାରର ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ରଖିବାର ଅଧିକାର ଦିଆଯାଇଥିଲା। ଏହି ନିୟମ ଆଜି ବି ଜାରି ରହିବା ଯୋଗୁ ବହୁ ସ୍ଥାନରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri