ଆମେରିକା, ୟୁରୋପ ଥରହର

ନୂଆଦିଲ୍ଲୀ, ୨୯।୬: କରୋନା ଭୂତାଣୁର ଡେଲ୍‌ଟା ଭାରିଆଣ୍ଟ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ଦ୍ୱିତୀୟ ଲହରରେ ଭୂତାଣୁର ଏହି ନୂଆ ରୂପ ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏବେ ଏହା ଆମେରିକା, ୟୁରୋପ ସମେତ ବିଶ୍ୱର ୮୫ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଲାଣି। ଏହି ଭାରିଆଣ୍ଟ ଭୟରେ ୟୁରୋପ, ଆମେରିକା ଏବେ ଥରହର ହେଉଥିବା ଜଣାପଡ଼ିଛି। ସବୁଠୁ ଦ୍ରୁତ ସଂକ୍ରାମକ ଏହି ଭାରିଆଣ୍ଟ ଟିକା ନେଇ ନ ଥିବା ଲୋକଙ୍କ ମଧ୍ୟରେ ଅତିଶୀଘ୍ର ବ୍ୟାପୁଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌ କହିଛନ୍ତି।
ମହାମାରୀ ସାରା ବିଶ୍ୱରେ ୩୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ଏଥିରୁ ରକ୍ଷା ପାଇବା ଲାଗି ବିଭିନ୍ନ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଏହା ସଂକ୍ରମଣକୁ କମାଇଥିଲେ ମଧ୍ୟ ଡେଲ୍‌ଟା ଭାରିଆଣ୍ଟ କରୋନାର ଆଉ ଏକ ଲହର ଆଣିପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଏବଂ ଇସ୍ରାଏଲ୍‌ ପୁଣିଥରେ କଠୋର କୋଭିଡ୍‌ କଟକଣା ଲଗାଇଛନ୍ତି। ଗତ ସପ୍ତାହେ ମଧ୍ୟରେ ବ୍ରିଟେନରେ ୩୫,୨୦୪ ଡେଲ୍‌ଟା ଭାରିଆଣ୍ଟ ମାମଲା ଚିହ୍ନଟ ହେବା ଫଳରେ ସେଠାରେ ମୋଟ ମାମଲା ସଂଖ୍ୟା ୧,୧୧,୧୫୭ରେ ପହଞ୍ଚତ୍ଛି। ସେଠାରେ ଦେଖାଦେଇଥିବା ମୋଟ ମାମଲାର ପ୍ରାୟ ୯୫ ପ୍ରତିଶତ ହେଉଛି ଡେଲ୍‌ଟା ଭାରିଆଣ୍ଟ। ଟିକାକରଣର ସଫଳତା ସତ୍ତ୍ୱେ ମାମଲା ଏବଂ ହସ୍ପିଟାଲାଇଜେଶନ ମଧ୍ୟରେ ରହିଥିବା ଲିଙ୍କ୍‌କୁ ଭାଙ୍ଗିବା ଆରମ୍ଭ ହୋଇଛି ବୋଲି ବ୍ରିଟେନ୍‌ ସ୍ବାସ୍ଥ୍ୟ ସୁରକ୍ଷା ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଜେନି ହାରିସ୍‌ କହିଛନ୍ତି।
ଆମେରିକାରେ ଯେଉଁମାନେ ଭାକ୍ସିନ ନେଇନାହାନ୍ତି, ସେମାନେ ତୁରନ୍ତ ନେବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଡେଲ୍‌ଟା ଭାରିଆଣ୍ଟ ଅଧିକ ଲୋକଙ୍କ ଜୀବନ ନେଇପାରେ ବୋଲି ସେ ସତର୍କ କରାଇଦେଇଛନ୍ତି। ଟିକା ନେଇ ନ ଥିବା ଲୋକମାନଙ୍କ ପାଇଁ ଏହି ଭାରିଆଣ୍ଟ ଅଧିକ ବିପଜ୍ଜନକ ଏବଂ ଯୁବବର୍ଗଙ୍କ ପାଇଁ ମାରାତ୍ମକ ବୋଲି ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଆମେରିକାରେ ଡେଲ୍‌ଟା ସବୁଠୁ ସଂକ୍ରାମକ ଭାରିଆଣ୍ଟ ଭାବେ ବହୁସଂଖ୍ୟାରେ ଲୋକଙ୍କୁ ଆକ୍ରାନ୍ତ କରିପାରେ ବୋଲି ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନର ନିର୍ଦ୍ଦେଶକ ରେଚେଲେ ଓ୍ବାଲେନ୍‌ସ୍କି ସତର୍କ କରାଇଛନ୍ତି। ତେବେ ନୂଆ ଭାରିଆଣ୍ଟ କବଳରୁ ଟିକା ସୁରକ୍ଷା ଦେଇପାରିବ ବୋଲି ସେ କହିଛନ୍ତି। ଡେଲ୍‌ଟା ଭାରିଆଣ୍ଟ ଯୋଗୁ ରୁଷିଆରେ ମଧ୍ୟ ସଂକ୍ରମଣ ବଢ଼ିଚାଲିଛି। ଗତ ଶୁକ୍ରବାର ସେଠାରେ ୨୦,୩୯୩ ନୂଆ ମାମଲା ଚିହ୍ନଟ ହୋଇଥିଲା, ଯାହାକି ଜାନୁୟାରୀ ୨୪ ପରେ ସର୍ବାଧିକ। ମସ୍କୋରେ ୮୯.୩ ପ୍ରତିଶତ କୋଭିଡ୍‌ ରୋଗୀଙ୍କଠାରେ ଡେଲ୍‌ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ମେୟର ସେର୍ଗେଇ ସୋବ୍ୟାନିନ୍‌ କହିଛନ୍ତି।
ଦକ୍ଷିଣ-ପଶ୍ଚିମ ଫ୍ରାନ୍ସର କେତେକ ଅଞ୍ଚଳରେ ଡେଲ୍‌ଟା ଭାରିଆଣ୍ଟ ଦେଖାଦେଇଥିବାରୁ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ ଚିନ୍ତାବ୍ୟକ୍ତ କରିଛନ୍ତି। ଡେଲ୍ଟା ଆସିଯାଇଥିବାରୁ ଆମକୁ ଅଧିକ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି। ସେହିପରି ପର୍ତ୍ତୁଗାଲ୍‌ର ଲିସ୍‌ବନ୍‌ ଓ ଅନ୍ୟ ଦୁଇଟି ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ନୂଆ କଟକଣା ଜାରି ହୋଇଛି। ଅଷ୍ଟ୍ରେଲିଆରେ ସ୍ବାଭାବିକ ଅବସ୍ଥା ଫେରୁଥିବାବେଳେ ପୁଣି ଥରେ ସଂକ୍ରମଣ ବଢ଼ିବାରୁ ସିଡ୍‌ନୀ ମହାନଗରୀରେ ପୁଣିଥରେ ଲକ୍‌ଡାଉନ ଲାଗୁ ହୋଇଛି। ଟିକାକରଣରେ ସବୁଠୁ ସଫଳ ଦେଶ ଭାବେ ବିବେଚିତ ଇସ୍ରାଏଲ୍‌ରେ ପୁଣିଥରେ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ଡେଲ୍‌ଟା ଭାରିଆଣ୍ଟ ଯୋଗୁ ସଂକ୍ରମଣ ବଢ଼ୁଥିବା ମହାମାରୀ ମୁକାବିଲା ଟାସ୍କଫୋର୍ସ ମୁଖ୍ୟ ନାଚ୍‌ମାନ ଆସ୍‌ କହିଛନ୍ତି। ଡେଲ୍‌ଟା ଭାରିଆଣ୍ଟ ଯୋଗୁ ଫିଜିରେ ଗତ ଗୁରୁବାର ୩୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ।
ଆଫ୍ରିକା ମହାଦେଶର ଅନୂ୍ୟନ ୨୦ ଦେଶରେ ଡେଲ୍‌ଟା ଭାରିଆଣ୍ଟ ସଂକ୍ରମଣ ଦେଇଦେଇଛି। ଫଳରେ ଅଧିକ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ସହ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ସିଙ୍ଗାପୁରରେ ଡେଲ୍ଟା ଭାରିଆଣ୍ଟ ପ୍ରବେଶ କରିଥିବା ମେ’ ୩୧ରେ ଏହାର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ ସୂଚନା ଦେଇଥିଲେ। ଏହାପରେ ସେଠାରେ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ, କ୍ୱାରାଣ୍ଟାଇନକୁ ଜୋର୍‌ଦାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri