ପଦ ସମ୍ଭାଳିବା ପରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଦୌଡି ଦୌଡି କୋର୍ଟରେ ପହଞ୍ଚିଲେ ୨୦ ରାଜ୍ୟ

ଓ୍ବାଶିଂଟନ୍‌,୨୨।୧: ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବା ପରଠାରୁ ଆକ୍ସନ ମୋଡରେ ଅଛନ୍ତି। ପଦ ଗ୍ରହଣ କରିବା ମାତ୍ରେ ଟ୍ରମ୍ପ ଏପରି ଏକ ପଦକ୍ଷେପ ନେଇଥିଲେ, ଯାହା ପରେ ଜୋ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିରେ ଅରାଜକତା ଦେଖାଦେଇଛି। ଆମେରିକାର ୨୦ଟି ରାଜ୍ୟ ଏବଂ ସହରରେ ଡେମୋକ୍ରାଟିକ ପାର୍ଟି କ୍ଷମତାରେ ଅଛି। ଏହି ସମସ୍ତ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ପ୍ରକୃତରେ ଏହି ସମ୍ପୂର୍ଣ୍ଣ ମାମଲା ଟ୍ରମ୍ପଙ୍କ ଜନ୍ମଗତ ନାଗରିକତା ସମାପ୍ତ କରିବାର ନିଷ୍ପତ୍ତି ସହିତ ଜଡିତ। ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ସ୍ପଷ୍ଟ କରିସାରିଥିଲେ ଯେ ବେଆଇନ ଭାବରେ ଆମେରିକାରେ ପ୍ରବେଶ କରିଥିବା ଲୋକଙ୍କଠାରୁ ଜନ୍ମିତ ପିଲାମାନଙ୍କର ନାଗରିକତା ମଧ୍ୟ ରଦ୍ଦ କରାଯିବ।

ଜୋ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟି ଅଭିଯୋଗ କରିଛି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ଅର୍ଡର ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନକୁ ଉଲ୍ଲଂଘନ କରୁଛି, ଯାହା ଆମେରିକାରେ ଜନ୍ମିତ ସମସ୍ତ ପିଲାଙ୍କୁ ନାଗରିକତାର ସାମ୍ବିଧାନିକ ଅଧିକାର ପ୍ରଦାନ କରେ। ୱାଶିଂଟନ ଡିସି ଏବଂ ସାନ ଫ୍ରାନ୍ସିସ୍କୋ ସମେତ 18ଟି ରାଜ୍ୟ ଦ୍ୱାରା ଦାୟର କରାଯାଇଥିବା ମାମଲାରେ କୁହାଯାଇଛି, ପ୍ରବାସୀ ନୀତି ନିର୍ଦ୍ଧାରଣ କରିବାରେ ରାଷ୍ଟ୍ରପତିଙ୍କ ବ୍ୟାପକ କ୍ଷମତା ସତ୍ତ୍ୱେ, ନାଗରିକତା କାଢ଼ି ନେବାର ଆଦେଶ ରାଷ୍ଟ୍ରପତିଙ୍କ କ୍ଷମତାର ଆଇନଗତ ସୀମାରୁ ବହୁ ଦୂର। ଏହି ମାମଲା ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର କାର୍ଯ୍ୟସୂଚୀ ଅନୁଯାୟୀ ଆମେରିକୀୟ ସୁପ୍ରିମକୋର୍ଟର ପ୍ରଥମ ପ୍ରମୁଖ ଚ୍ୟାଲେଞ୍ଜିଂ ନିଷ୍ପତ୍ତି ହୋଇପାରେ।

ଆମେରିକାର ସୁପ୍ରିମକୋର୍ଟ ପୂର୍ବରୁ ଜନ୍ମ ଆଧାରିତ ନାଗରିକତା ବଳବତ୍ତର ରଖିଥିଲେ। ଏହି ସମ୍ପର୍କରେ କଂଗ୍ରେସ (ଆମେରିକୀୟ ସଂସଦ) ଦ୍ୱାରା ଗୃହୀତ ଏକ ସଂଘୀୟ ଆଇନ ମଧ୍ୟ ଅଛି, ଯାହା ପ୍ରମାଣିତ କରେ ଯେ ଆମେରିକୀୟ ମାଟିରେ ଜନ୍ମିତ ପିଲାମାନେ ନାଗରିକତ୍ୱ ପାଇବାର ହକଦାର।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଦେଢ ବର୍ଷ ସରକାରରେ ଏତେ ଦେଶ ଉପରେ ଆକ୍ରମଣ କରିଛନ୍ତି ଟ୍ରମ୍ପ, ଜାଣିଲେ ତାଜୁବ ହେବେ…

ଓ଼୍ବାଶିଂଟନ,୨୮।୫: ରାଷ୍ଟ୍ରପତି ହେବା ପରଠାରୁ, ଟ୍ରମ୍ପ ଦେଶଗୁଡ଼ିକର ଏକ ଆଶ୍ଚର୍ଯ୍ୟଜନକ ତାଲିକା ପ୍ରସ୍ତୁତ କରିଛନ୍ତି ଯେଉଁ ଦେଶଗୁଡ଼ିକୁ ସେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ଏବଂ କିଛି…

ବିନା ପେଟ୍ରୋଲ୍‌ରେ ଚାଲିବ ବାଇକ୍‌! Hero ଆଣୁଛି ଦେଶର ପ୍ରଥମ ଇଥାନଲ୍ ଚାଳିତ ଫ୍ଲେକ୍ସ-ଫ୍ୟୁଏଲ୍ ବାଇକ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୫: ଭାରତରେ ପରିବେଶ ଅନୁକୂଳ ତଥା ବିକଳ୍ପ ଜାଳେଣିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ଦୁଇଚକିଆ ଯାନ…

‘VVIPଙ୍କ ଗସ୍ତ ସୂଚନା ଲିକ୍‌ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୮ା୫: ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା ଜାରି କରିଛନ୍ତି ସରକାର। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ଶେୟାର୍‌ କଲେ ଏଣିକି ହେବ କାର୍ଯ୍ୟାନୁଷ୍ଠାନ।…

ମା’ଙ୍କୁ ନେଇ ହସ୍ପିଟାଲ ଯାଉଥିବା ବେଳେ ଜଳିଗଲା କାର୍; ୪ ଜୀବନ୍ତ ଦଗ୍ଧ, ଜିଲା ପରିଷଦ…

ଜୟପୁର,୨୮ା୫:  ରାଜସ୍ଥାନର ଆଜମେର ଜିଲାର ବୋରାଡା ପୋଲିସ ଷ୍ଟେସନ ଅଞ୍ଚଳର ଶ୍ରୀରାମପୁରା ଗାଁରେ ଗୁରୁବାର ସକାଳେ ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ଘଟିଛି । ହଠାତ୍…

ମଣ୍ଡି ଉଦ୍‌ଘାଟନ ପରେ ବି ଉଠୁନି ଚାଷୀଙ୍କ ଧାନ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ…

ଆଉଟ୍‌ ହେବା ପରେ କାହାକୁ ଗାଳି ଦେଲେ ବୈଭବ ସୂର୍ଯ୍ୟବଂଶୀ? ଚମକାଉଛି Video

ନୂଆଦିଲ୍ଲୀ,୨୮।୫: ଆଇପିଏଲ୍‌ ୨୦୨୬ର ଏଲିମିନେଟର୍‌ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ରାଜସ୍ଥାନର ବିଜୟର ହିରୋ ସାଜିଛନ୍ତି ୧୫…

ବିଜୁଳି ଚୋରି ଧରିବାକୁ ଯାଇଥିବା JEଙ୍କ ଉପରକୁ ମରଣାନ୍ତକ ଆକ୍ରମଣ; ପ୍ରଥମେ ଲାତ ଗୋଇଠା ମାରିଲେ, ପରେ ପୋଷା କୁକୁର ଛାଡିଦେଲେ

ଲକ୍ଷ୍ନୌ,୨୮।୫: ବିଦ୍ୟୁତ୍ ବିଭାଗ ବର୍ତ୍ତମାନ ସାରା ଦେଶରେ ବିଦ୍ୟୁତ୍ ଚୋରମାନଙ୍କୁ ଦମନ କରିବା ପାଇଁ ଏକ ଅଭିଯାନ ଚଳାଇଛି। ଏହି ଅଭିଯାନ ସମୟରେ, ବୁଧବାର ସନ୍ଧ୍ୟାରେ LESA…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri