ଆଧାରକାର୍ଡ ନ ଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ଆମେରା

ଆଳି,୧ା୧୧(ଡି.ଏନ.ଏ.):ପ୍ରତ୍ୟେକ କାର୍ଯ୍ୟରେ ଏବେ ଆଧାର କାର୍ଡ ଜରୁରୀ ହୋଇପଡ଼ିଥିବା ବେଳେ ଆଧାର କାର୍ଡଟିଏ ନ ଥିବାରୁ ସରକାରୀ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି ଜଣେ ମହିଳା। ମହିଳା ଜଣକ ଏବେ ମସ୍ତିଷ୍କ ଜନିତ ରୋଗରେ ରୋଗାକ୍ରାନ୍ତ ଥିବା ବେଳେ ସ୍ବାସ୍ଥ୍ୟକାର୍ଡ ନ ଥିବାରୁ ଚିକିତ୍ସା ନିମନ୍ତେ ଆର୍ଥତ୍କ ସମସ୍ୟା ଦେଖାଦେଇଛି। ଏଭଳି ଜଣେ ମହିଳା ହେଉଛନ୍ତି ଆଳି ବ୍ଲକ ମେଣ୍ଢପୁର ପଞ୍ଚାୟତ ପଦନପୁର ଗଁାର ଅବଦୁଲ କୁଦୁସଙ୍କ ୩୨ ବର୍ଷୀୟ ଝିଅ ଆମେରା ର୍ଫିଦୋଷ। ୨୪ ବର୍ଷ ବୟସରେ ଆମେରାଙ୍କ ସାଲେପୁର ରାଇଶୁଙ୍ଗୁଡା ଗଁାର ସୟଦ ଅରିଫଙ୍କ ସହ ବିବାହ ହୋଇଥିଲା। ବିବାହର ୪ବର୍ଷ ପରେ ହଠାତ ଆମେରା ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ନେଇ ଚିକିତ୍ସା କରାଇଥିଲେ। ସେଠାରେ ତାଙ୍କର ବ୍ରେନ ଅପରେଶନ ହୋଇଥିଲା। ଆମେରାଙ୍କ ସ୍ବାସ୍ଥ୍ୟ କାର୍ଡ ନ ଥିବାରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହୋଇ ଫେରିଥିଲେ। ଆମେରାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ନ ଥିବାରୁ ସେ ଏବେ ବାପଘର ଆଳି ପଦନପୁର ଗ୍ରାମରେ ରହୁଛନ୍ତି। ଏବେ ତାଙ୍କର ଦ୍ୱିତୀୟ ଅପରେଶନ ନିମନ୍ତେ ଡାକ୍ତର କହିବାରୁ ପାଖରେ ସମ୍ବଳ ନାହିଁ। ଏଥିନିମନ୍ତେ ସେ ସୋମବାର ମେଣ୍ଢପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ପଲ୍ଲୀରେ ପ୍ରଶାସନ ଶିବିରକୁ ଆସି ଆଧାରକାର୍ଡ ନ ଥିବାରୁ ସେମାନେ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଥିବା ନେଇ ଅଭିଯୋଗ କରିଥିଲେ। ଆମେରାଙ୍କ ଆଧାର କାର୍ଡ ନ ଥିବାରୁ ତାଙ୍କର ରାଶନ କାର୍ଡ ହୋଇନାହିଁ। ରାଶନ କାର୍ଡ ଥିଲେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଚିକିତ୍ସା ସୁବିଧା ପାଇଥାନ୍ତେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରଥମ ଥର ବ୍ରେନ ଅପରେଶନ ହୋଇଥିବା ବେଳେ ଦ୍ୱିତୀୟ ଥର ଅପରେଶନ ନିମନ୍ତେ ସେ ସରକାରୀ ସହାୟତା ଲୋଡିଛନ୍ତି। ସରକାରୀ ସ୍ତରରେ ତାଙ୍କର ଆଧାରକାର୍ଡ କରିବା ସହ ରାଶନ ଓ ସ୍ବାସ୍ଥ୍ୟକାର୍ଡ ଖୁବ୍‌ଶୀଘ୍ର ଯୋଗାଇ ଦେବାକୁ ସେ ବିଡିଓଙ୍କ ନିକଟରେ ଗୁହାରି କରିଥିଲେ। ବିଡିଓ ଦ୍ୱିବେନ୍ଦୁ ଦାସ ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଯାହା କିଛି ସମ୍ଭବ ତାହା କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ୍ ଶାହାଙ୍କ ଗସ୍ତ ପୂର୍ବରୁ ଘରୋଇ ବସ୍ ମାଲିକ ସଂଘର ଚରମ ନିଷ୍ପତ୍ତି: ଇ.ଭି ବସ୍ ଚଳାଚଳ ବନ୍ଦ ନ ହେଲେ ଆମେ…

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଘରୋଇ ବସ୍ ମାଲିକ ସଂଘ ଆହ୍ୱାନରେ ବୁଧବାର ବରଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ୱେଷ୍ଟର୍ଣ୍ଣ ଆଣ୍ଡ୍ ସାଉଥ୍ ଇଷ୍ଟ…

ପ୍ରତିଶ୍ରୁତି ରକ୍ଷା କଲା ଯାତ୍ରା କମିଟି, ନିର୍ଦ୍ଧାରିତ ସମୟରେ ହିସାବ ଦାଖଲ କରି…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ବୁଧବାର ଦାଖଲ ହୋଇଛି। ଏନେଇ ଭଞ୍ଜନଗର ଠାକୁରାଣୀ ମନ୍ଦିରରେ ଯାତ୍ରା କମିଟି କର୍ମକର୍ତ୍ତାଙ୍କ…

ସମ୍ବଲପୁରରେ ବେଆଇନ ନିଶା କଫସିରପ୍ ରାକେଟ‌ର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧।୭(ପ୍ରମୋଦ ବହିଦାର): ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଷିଦ୍ଧ ନିଶା କଫସିରପ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri