ପ୍ରିତି ଜିଣ୍ଟାଙ୍କ ପୂର୍ବ ପ୍ରେମିକଙ୍କଠାରୁ ଆରମ୍ଭ କରି ବିକ୍ରମ ଭଟ୍ଟଙ୍କୁ ଡେଟ୍‌ କରିଛନ୍ତି ଏହି ଅଭିନେତ୍ରୀ; ହେଲେ ଆଜି ବି ଅବିବାହିତା…

ବମ୍ବେ: ୨୦୦୦ରେ ରିଲିଜ ହୋଇଥିବା ବ୍ଲକବଷ୍ଟର ଫିଲ୍ମ ‘କହୋ ନା ପ୍ୟାର ହୈ’ ଜରିଆରେ ବଲିଉଡ୍‌ରେ ପାଦ ରଖିଥିବା ଅଭିନେତ୍ରୀ ଅମିଶା ପଟେଲଙ୍କ ଆଜି ହେଉଛି ହାପି ବର୍ଥ ଡେ। ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି ସେ। ଏହି ଅବସରରେ ଅଭିନେତ୍ରୀଙ୍କ ନିକଟକୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସହକଳାକାରଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।

ଅମିଶାଙ୍କ ଅଭିନୟ ଜୀବନକୁ ଯଦି ଦେଖାଯାଏ ତେବେ ସେ ‘ହମରାଜ’, ‘ଗଦର’ ଭଳି ସୁପରହିଟ୍‌ ଫିଲ୍ମରେ ନାୟିକା ସାଜି ବାହାବା ସାଉଁଟିଥିଲେ। ମୋଟ ଉପରେ ସେ ୩୪ଟି ଫିଲ୍ମରେ କାମ କରିଛନ୍ତି। ହେଲେ ବ୍ୟକ୍ତିଗତ ଜୀବନରେ ଅମିଶା ଏକା। କହିବାର ଅର୍ଥ ୪୬ ବର୍ଷ ବୟସରେ ସେ ଅବିବାହିତା ଅଛନ୍ତି। ଡେଟିଂ ତାଲିକା ଲମ୍ବା ହୋଇଥିଲେ ହେଁ କାହାକୁ ଜୀବନସାଥୀ ଭାବେ ବାଛି ନାହାନ୍ତି ସେ।

ବି-ଟାଉନ୍‌ ଗସିପ୍‌ ଅନୁଯାୟୀ ପ୍ରିତି ଜିଣ୍ଟାଙ୍କ ପୂର୍ବତନ ପ୍ରେମିକ ନେସ୍‌ ଓ୍ବାଡିଆଙ୍କୁ ଡେଟ୍‌ କରିଛନ୍ତି ଅମିଶା। ଉଭୟଙ୍କ ଭେଟ ଜିମ୍‌ରେ ହୋଇଥିଲା। ହେଲେ ସମ୍ପର୍କ ଆଗକୁ ବଢ଼ି ନ ଥିଲା। ନେସ୍‌ଙ୍କ ଛଡ଼ା ଅମିଶା ବିକ୍ରମ ଭଟ୍ଟଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହୋଇଛି। ପାଞ୍ଚ ବର୍ଷ ଧରି ଉଭୟଙ୍କ ସମ୍ପର୍କ ଚାଲିଥିଲା। ହେଲେ ବିକ୍ରମ ପୂର୍ବରୁ ବିବାହିତ ଥିବାରୁ ଅମିଶା ଧିରେ ଧିରେ ଦୂରେଇ ଯାଇଥିଲେ। ପରେ ସେ ବ୍ୟବସାୟୀ କାନବ ପୁରୀଙ୍କୁ ଡେଟ୍‌ କରିଥିଲେ। ୨୦୧୦ରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏବେ ଅମିଶା ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ଛାଡ଼ି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ବେଳେବେଳେ ତାଙ୍କୁ ଏଥିପାଇଁ ଟ୍ରୋଲ ମଧ୍ୟ କରାଯାଇଛି।

ପରିବାର ସହ ସମ୍ପର୍କ ଦେଖିଲେ ଅମିଶା ଏଥିପାଇଁ ବିବାଦରେ ରହିଥିଲେ। ସେ ନିଜ ବାପାଙ୍କ ଉପରେ ୧୨ କୋଟି ଟଙ୍କା ଲୁଟ୍‌ର ଅଭିଯୋଗ କରିଥିଲେ। ଏହାଛଡ଼ା ତାଙ୍କୁ ମା’ ଚପଲରେ ପିଟି ଘରୁ ବାହାର କରିଦେଇଥିବା ସେ କହିଥିଲେ। ଏବେ ପରିବାର ସହ ତାଙ୍କର ସମ୍ପତ୍ତିକୁ ନେଇ ବିବାଦ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବେଲ୍‌ ବଟମ୍‌’ରେ ଅକ୍ଷୟଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ

ବମ୍ବେ: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ସହ କାମ କରିବାକୁ କିଏ ବା ନ ଚାହାନ୍ତି। ଏବେ ଅଭିନେତ୍ରୀ ବାଣୀ କପୁରଙ୍କୁ ନାୟିକା ହେବାର ସୁଯୋଗ...

‘ଦବଙ୍ଗ-୩’ ପାଇଁ ପଛରେ ପଡିଲା ‘ମର୍ଦାନୀ-୨’

ମୁମ୍ବାଇ: ଏଥର ଫ୍ରାଇଡେରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ-୩’। ପ୍ରଥମ ଦିନରେ ଏହା କଲେକ୍ସନ କରିଛି ପାଖାପାଖି ୨୪...

ବିକ୍ରମ ଭଟ୍ଟଙ୍କ ଫିଲ୍ମରୁ ବଲିଉଡ ଏଣ୍ଟ୍ରି କରିବେ ଅଭିକା

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିର ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ଅଭିକା ଗୋର ଖୁବ୍ କମ୍ ବୟସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ‘ବାଳିକା...

ଏହି ଲୋକପ୍ରିୟ ଗାୟିକାଙ୍କୁ ଜୀବନରେ ମାରିଦେବାର ଧମକ

ମୁମ୍ବାଇ: ବଲିଉଡ୍‌ ଗାୟିକା କନିକା କପୁର ଯିଏକି ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିଲେ। ମାର୍ଚ୍ଚରେ କରୋନା ପଜିଟିଭ୍‌ ହୋଇଥିବା କନିକାଙ୍କୁ ସେତେବେଳେ ଟ୍ରୋଲ ହେବାକୁ ପଡ଼ିଥିଲା।...

ପୁଅଙ୍କ ଟ୍ରୋଲ୍‌ ସହିପାରିଲେନି ବିଗ୍‌ ବି, ଦେଲେ ଏମିତି କଡ଼ା ଜବାବ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ ପୁଅ ଅଭିଷେକଙ୍କୁ ପ୍ରଶଂସା କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ‘ଦସବୀ’ର ଟ୍ରେଲର ରିଲିଜ ହେବା ସହିତ ଅଭିଷେକଙ୍କୁ...

ହାକିମ ବାବୁଙ୍କ ସ୍ମୃତିରେ କିଛି…

ତାଙ୍କ ରକ୍ତରେ ଥିଲା ଅଭିନୟର ନିଶା। ପିଲାବେଳୁ ଅଭିନୟର ନିଶା ବାରି ହୋଇପଡ଼ିଥିଲା। ବାପାଙ୍କ ବିରୋଧ ସତ୍ତ୍ୱେ ତାଙ୍କର ମନ ମାନି ନ ଥିଲା। ଦି’ପହରରେ...

ପିତାଙ୍କ ଗୋଟିଏ ସର୍ତ୍ତ ଯୋଗୁ ଆଜି ବି କୁଆଁରୀ ଅଛନ୍ତି ଏକତା

ବଲିଉଡ ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତା କପୁରଙ୍କୁ ଟେଲିଭିଜନ ରାଣୀ କୁହାଯାଏ। ଆଜି ଏକତା ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ...

ସନ୍ନିଙ୍କ ଫୁଟ୍‌ବଲ ପ୍ରେମ

ମୁମ୍ବାଇ: ବଲିଉଡ୍‌ ନାୟିକା ସନ୍ନିି ଲିଓନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରୁହନ୍ତି। ଫ୍ୟାନ୍‌ମାନଙ୍କ ସହ ଯୋଡ଼ିହୋଇ ରହିବାକୁ ସନ୍ନି ଇନ୍‌ଷ୍ଟାଗ୍ରାମରେ ନିଜର ଟିକିନିଖି ଅପ୍‌ଡେଟ୍‌ସ...

Advertisement
Archives

Model This Week