Advertisement

ରାସ୍ତା ଅବରୋଧ ଯୋଗୁ ଘଣ୍ଟାଏ ଅଟକିଲା ଆମ୍ବୁଲାନ୍ସ

ରାୟଗଡ଼ା ଅଫିସ,୧୯ା୧୧: ରାଜପଥ ଉପରେ ଗାଡ଼ି ପାର୍କିଂ କରି ଲୋକେ ପିକ୍‌ନିକ୍‌ରେ ମସଗୁଲ ଥିବାବେଳେ ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଘଣ୍ଟାଏ ଅଟକି ରହିବାକୁ ପଡ଼ିଥିଲା। ରାୟଗଡ଼ା ସହର ନିକଟସ୍ଥ ହାଲୁଆ ସ୍ଥିତ ଆମ୍ବତୋଟା ନିକଟରେ ଶୁକ୍ରବାର ଏଭଳି ପରିସ୍ଥିତି ଉପୁଜିଥିଲା।
ସୂଚନା ଅନୁଯାୟୀ, ଆମ୍ବତୋଟାରେ ପିକନିକ୍‌ ଚାଲିଥିବା ବେଳେ ଶତାଧିକ ଯାନବାହନ ରାଜପଥ ଉପରେ ପାର୍କିଂ କରି ମଉଜ ମସ୍ତି କରୁଥିଲେ। ରାସ୍ତାରେ ଯାଉଥିବା ଲୋକେ ଗାଡ଼ି ହଟାଇବାକୁ କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏହି ସମୟରେ କୋରାପୁଟ ଯାଉଥିବା ଏକ ଆମ୍ବୁଲାନ୍ସକୁ ମଧ୍ୟ ରାସ୍ତା ଛାଡ଼ି ନ ଥିଲେ। ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଆମ୍ବୁଲାନ୍ସ ଅଟକି ରହିଥିଲା। ସୂଚନା ପାଇ ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଏବଂ ଅନ୍ୟ ପୋଲିସ୍‌ କର୍ମଚାରୀ ପହଞ୍ଚି ଗାଡ଼ିଗୁଡ଼ିକୁ ହଟାଇବା ପରେ ଆମ୍ବୁଲାନ୍ସ କୋରାପୁଟ ଅଭିମୁଖେ ଯାଇଥିଲା। ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ କୌଣସି ସମସ୍ୟା ହେଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ପିକ୍‌ନିକ୍‌ ଋତୁ ଚାଲିଥିବାରୁ ପୋଲିସ ପାଟ୍ରୋଲିଂ ବଢ଼ାଇବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କୁ ମାଡ଼ ଅଭିଯୋଗ: ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଚଳ, ରୋଗୀ ହନ୍ତସନ୍ତ

ଆଳି,୧୯।୩(ଡି.ଏନ୍‌.ଏ.): ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗରେ ଗୁରୁବାର ସକାଳୁ ମେଡିକାଲରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ମେଡିକାଲରେ ଡାକ୍ତର ନ...

ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା: ୪ ଜେଟିପିଙ୍କୁ ପଚରାଉଚରା

ପୁରୀ ଅଫିସ,୫।୪: ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣାରେ ସୁରକ୍ଷାରେ ନିୟୋଜିତ ୪ ଜଣ ଜେଟିପିଙ୍କୁ ସିଂହଦ୍ୱାର ପୋଲିସ ପଚରାଉଚରା କରୁଛି। ସେହିପରି ସନ୍ଧ୍ୟାଧୂପ ପର୍ଯ୍ୟନ୍ତ...

ଫଟା ପାଇପ୍‌ରୁ ପାଣି ନେଉଛନ୍ତି ଗ୍ରାମବାସୀ

କଣାସ,୨।୧୧(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ବର୍ଷାସାରା ପାନୀୟ ଜଳ ସମସ୍ୟା ଲାଗି ରହିଛି। ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ କେତୋଟି...

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସ୍ଥାୟୀ କୋଠାର ଭିତ୍ତିପ୍ରସ୍ତର

ବ୍ରହ୍ମପୁର ଅଫିସ,୧ା୭-ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ସ୍ଥାପନର ୫ବର୍ଷ ପରେ ଏହାର ନିଜସ୍ବ କୋଠା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପାଲୁରହିଲ୍‌ସ୍ଥିତ ସତଚିତ ଆନନ୍ଦ ବିହାରଠାରେ ବୁଧବାର...

ଫୁଲଝର ଆର୍ଡେଣ୍ଟ ଷ୍ଟିଲ୍‌ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ରାଇସୁଆଁ,୩।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତରେ ଥିବା ଆର୍ଡେଣ୍ଟ ଷ୍ଟିଲ୍‌ପ୍ଲାଣ୍ଟରେ ଗୁରୁବାର ରାତିରେ କୌଣସି କାରଣରୁ ଯନ୍ତ୍ରାଶଂରେ ନିଆଁ ଲାଗିଯାଇଥିଲା। ରାତିରେ ଲଘୁଚାପ...

ଯୁବକଙ୍କୁ ଛୁରିରେ ଆକ୍ରମଣ କରି ଅଭିଯୁକ୍ତ କୋର୍ଟ ଚାଲାଣ

ହିଞ୍ଜିଳିକାଟୁ,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ନୂଆଗଡ଼ ଗ୍ରାମରେ ଗତ ୧୬ ତାରିଖରେ ମୋହନ ପଟ୍ଟନାୟକଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ମୋହନଙ୍କୁ ସ୍ଥାନୀୟ...

ବାରହା ଫାଶରେ ଯୁବକ

କୋରାପୁଟ,୨୪।୧୦(ସ୍ବ.ପ୍ର.): କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ ଉମ୍ବଲ ପଞ୍ଚାୟତ ମେଡିପୁଟ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ବିଦ୍ୟୁତ୍‌ ତା’ର ସଂସ୍ପର୍ଶରେ ଆସି ଜଣେ...

ଉଲିବୁରୁ ଖଣି ଦୁର୍ନୀତି: ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ, ୮ା୮: ରାଜ୍ୟର ବହୁଚର୍ଚ୍ଚିତ କେନ୍ଦୁଝର ଜିଲା ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଛି।...

Advertisement
Archives

Model This Week