କରୋନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାୟଗଡ଼ାର ବିଷମ କଟକ ଭଳି ଅନୁନ୍ନତ ଅଞ୍ଚଳରେ କରୋନା ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ମିଳିବ। ନୂଆଦିଲ୍ଲୀସ୍ଥିତ ସାମାଜିକ ଅନୁଷ୍ଠାନ ‘ଆଶ୍ରା’ ପକ୍ଷରୁ ଏପରି ଉଦ୍ୟମ ଆରମ୍ଭ ହୋଇଛି। ଶୁକ୍ରବାର ମଞ୍ଚେଶ୍ବରସ୍ଥିତ ଓଡ଼ିଶା ଡିଜେଲ୍‌ ଇଞ୍ଜିନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପରିସରରେ ଅନୁଷ୍ଠାନର ଉପଦେଷ୍ଟା ସସ୍ମିତା ଦଳେଇ ଓ ସେଣ୍ଟ୍ରାଲ୍‌ ଏକ୍ସସାଇଜ୍‌ ଆଣ୍ଡ୍‌ କଷ୍ଟମ୍‌ସର ପୂର୍ବତନ ଉପଆୟୁକ୍ତ ମହେନ୍ଦ୍ର ଚନ୍ଦ୍ର ସାହୁ ଆଶ୍ରାର ସଦସ୍ୟ ମହେଶ୍ବର ନାୟକଙ୍କୁ ଆମ୍ବୁଲାନ୍ସର ଚାବି ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ‘ଆଶ୍ରା’ ୨୦୦୨ରୁ ଓଡ଼ିଶା, ଝାଡ଼ଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଆସାମରେ ଅବହେଳିତ ଲୋକଙ୍କ ପାଇଁ କାମ କରି ଆସୁଥିବାବେଳେ କରୋନା ମହାମାରୀ ସମୟରେ ମାର୍ଚ୍ଚ ୧୮ ପରଠୁ ୧୮ ରାଜ୍ୟର ୩ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଥିଲା। ସମ୍ପ୍ରତି ବିଷମ କଟକର ୫ହଜାର ପରିବାର ପାଇଁ ଅନୁଷ୍ଠାନ କାମ କରୁଛି। ‘ଆଶା ହିଁ ଜୀବନ’ ଅଭିଯାନ ମାଧ୍ୟମରେ ୫ବର୍ଷ ହେଲା ଖାଦ୍ୟ, ବାସଗୃହ, ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକା ଯୋଗାଇ ଆସୁଛି। ମହେନ୍ଦ୍ର କହିଛନ୍ତି, ଆମ୍ବୁଲାନ୍ସ ଅଭାବରୁ ସେହି ଅଞ୍ଚଳର କରୋନା ରୋଗୀ ରିକ୍ସାରେ ଯାଉଥିବାରୁ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇ ଦିଆଯାଉ ନାହିଁ। କରୋନା ସଂକ୍ରମିତ ହୋଇ ମଧ୍ୟ ଅନେକ ହସ୍ପିଟାଲରେ ପହଞ୍ଚି ପାରୁନାହାନ୍ତି। ଏହାକୁ ହୃଦୟଙ୍ଗମ ପୂର୍ବକ ଆଦିବାସୀ ଓ ରୋଜଗାର ନ ଥିବା ଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଆଶ୍ରାର ମୁଖ୍ୟ ଶୁଭଜିତ ସାହୁ କହିଛନ୍ତି, ସେଠାରେ ଏଣିକି କେହି ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେବେ ନାହିଁ। ଏହି ଅବସରରେ ଆଶ୍ରାର ଉପସଭାପତି ପ୍ରଶାନ୍ତ ଘଡ଼େଇ, କର୍ମୀ ଉମାଶଙ୍କର ପାତ୍ର, ରାଜକିଶୋର ଦାସ, ଶୁଭଙ୍କରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ନୂଆ ‘କକ୍ରୋଚ ପାର୍ଟି’ର ଏଣ୍ଟ୍ରି: ମୁନିର-ଶେହବାଜଙ୍କ ଚିନ୍ତା ବଢ଼ାଇବା ଲୋକ କିଏ? ଜାଣନ୍ତୁ…

ଇସଲାମାବାଦ,୩୧।୭: ଭାରତରେ ଯେପରି ‘କକ୍ରୋଚ ଜନତା ପାର୍ଟି’ (CJP) ରହିଛି, ସେହି ଢାଞ୍ଚାରେ ବର୍ତ୍ତମାନ ପାକିସ୍ତାନରେ ଏକ ନୂତନ ଅନଲାଇନ ରାଜନୈତିକ ଗୋଷ୍ଠୀ ଦ୍ରୁତ ଗତିରେ ଚର୍ଚ୍ଚାରେ…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲେ ଧମେନ୍ଦ୍ର ପ୍ରଧାନ, ସମ୍ବଲପୁରବାସୀଙ୍କୁ…

ଭୁବନେଶ୍ୱର,୩୧।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି।…

ମୋଦି-ଶାହାଙ୍କୁ ରାହୁଲଙ୍କ କଡ଼ା ବାର୍ତ୍ତା, Gen Zଙ୍କୁ ନେଇ କହିଦେଲେ ଏମିତି

ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର ସେ…

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri