ଗୁରୁତରଙ୍କୁ ନେଲାନି ଆମ୍ବୁଲାନ୍ସ: ଚାଲିଗଲା ମନୋଜଙ୍କ ଜୀବନ

ବ୍ରହ୍ମପୁର ଅଫିସ,୨୮।୭: କରୋନା ମହାମାରୀ ଭୟରେ ହଜିଯାଉଛି ମାନବିକତା। ସଂକ୍ରମଣ ଯୋଗୁ ମଣିଷ ଅଛୁଅଁା ପାଲଟିଯାଉଛି। ଏଭଳି ଅମାନବିକତା ଯୋଗୁ ସୋମବାର ଚାଲିଯାଇଛି ଜଣେ ବ୍ୟକ୍ତିଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁରସ୍ଥିତ ପ୍ରହଲ୍ଲାଦନଗର ଦ୍ୱିତୀୟ ଗଳି ଅଞ୍ଚଳରେ। ସୋମବାର କରୋନା ସନ୍ଦେହରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟ ଓ ପ୍ରଶାସନିକ କଟକଣା ଯୋଗୁ ଜଣେ ଗୁରୁତର ରୋଗୀ ମନୋଜ ପ୍ରହରାଜଙ୍କ ଜୀବନ ଦୀପ ଲିଭିଯାଇଛି।
ମନୋଜ ପୂର୍ବରୁ ମଧୁମେହରେ ପୀଡିତ ଥିଲେ। ସୋମବାର ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା। ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେବା ଲାଗି ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ ଘର ନିକଟରେ ପହଞ୍ଚିଥିଲା। କିନ୍ତୁ ମନୋଜଙ୍କୁ ନେବାକୁ ଆମ୍ବୁଲାନ୍ସ କର୍ମଚାରୀ ମନାକରି ଦେଇଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିବା କହି କର୍ମଚାରୀ ସଂକ୍ରମଣ ଭୟରେ ତାଙ୍କୁ ଆମ୍ବୁଲାନ୍ସରେ ନେବାକୁ ମନାକରି ଦେଇଥିଲେ। ମନୋଜଙ୍କ ନାବାଳକ ପୁଅ ରୋଗଗ୍ରସ୍ତ ବାପାଙ୍କୁ ଆମ୍ବଲାନ୍ସରେ ନେବାକୁ କର୍ମଚାରୀଙ୍କ ନିକଟରେ ବହୁ ନେହୁରା ହୋଇଥିଲେ। କିନ୍ତୁ କରୋନା ଭୟରେ ଆମ୍ବୁଲାନ୍ସ ତାଙ୍କୁ ନ ନେଇ ଫେରି ଯାଇଥିଲା। ଶେଷରେ ଚିକିତ୍ସିତ ହୋଇ ନ ପାରି ଘରେ ତାଙ୍କର ମୃତ୍ୟୁ ଘଟିଥିଲା। କରୋନା ଯୋଗୁ ମଣିଷ ମନରୁ ହଜି ଯାଉଥିବା ମାନବିକତା ଯୋଗୁ ମନୋଜଙ୍କୁ ହରାଇ ତାଙ୍କ ପରିବାର ଏବେ ସର୍ବସ୍ବାନ୍ତ ହୋଇପଡିଛନ୍ତି। ମନୋଜ ନିଜ ମାତାପିତାଙ୍କର ଏକମାତ୍ର ପୁଅ ହୋଇଥିବା ବେଳେ ପରିବାରର ସମ୍ପୂର୍ଣ୍ଣ ଦାୟିତ୍ୱ ତାଙ୍କ ଉପରେ ରହିଥିଲା। ଘରେ ବିଧବା ମା’, ସ୍ତ୍ରୀ ଗୋଟିଏ ପୁଅ ଓ ଝିଅକୁ ନେଇ ତାଙ୍କ ସଂସାର। ଏବେ ମନୋଜ ଚିକିତ୍ସା ନ ପାଇ ପ୍ରାଣ ହରାଇବା ଯୋଗୁ ତାଙ୍କ ପରିବାର ବେସାହାରା ହୋଇପଡିଛିି। କେବଳ ମନୋଜ ନୁହନ୍ତି, ସହରରେ ଜରୁରୀକାଳୀନ ସେବା ଅଭାବରୁ ଅନେକ ରୋଗୀ ମୃତ୍ୟୁମୁଖରେ ପଡୁଥିବା ଦୃଷ୍ଟିକୁ ଆସୁଛି।

କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ନେବ ଆମ୍ବୁଲାନ୍ସ

ଗଛତ୍ରପୁର, (ଡି.ଏନ.ଏ. ) ଗଞ୍ଜାମ ଜ଼ିଲାର ବିଭିନ୍ନ ସ୍ଥାନରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ୧୦୮ ଓ ୧୦୪ ଆମ୍ବୁଲାନ୍ସ କର୍ମଚାରୀ ନେଉନାହାନ୍ତି। ଏନେଇ କେତେକଙ୍କ ଜୀବନ ଦୀପ ଲିଭିଯାଇଛି। ଆମ୍ବୁଲାନ୍ସ ଗୁରୁତର ରୋଗୀଙ୍କୁ ନେଉ ନ ଥିବାରୁ ଚିକିତ୍ସା ସେବା ପାଇବାରେ ବିଳମ୍ବ ହେଉଛି। ଏହିସବୁ ଘଟଣା ଦୃଷ୍ଟିକୁ ଆସିବା ପରେ ସୋମବାର ଜିଲା ପ୍ରଶାସନର ନିୟମ ବଦଳିଛି। ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ସମ୍ପର୍କରେ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ୧୦୮ ଓ ୧୦୪ ଆମ୍ବୁଲାନ୍ସ ନେବ। ଏହି ଜରୁରୀ ପରିସ୍ଥିତିରେ ସମସ୍ତଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବା ଆବଶ୍ୟକ। ସମସ୍ତ ୧୦୮ ଓ ୧୦୪ ଆମ୍ବୁଲାନ୍ସ ଚାଳକ ଓ ଷ୍ଟାଫଙ୍କୁ ପିପିଇ କିଟ୍‌ ପ୍ରଦାନ କରିବାକୁ ସିଡିଏମ୍‌ଓଙ୍କୁ ଜ଼ିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆମ୍ବୁଲାନ୍ସ ଷ୍ଟାଫଙ୍କୁ ସହଯୋଗ କରନ୍ତୁ, ସେମାନଙ୍କୁ ଦୁର୍ବ୍ୟବହାର କରନ୍ତୁନି। କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଜ଼ିଲାପାଳ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri