ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା

ମୋହନା,୧୧ା୩(ମନ୍ମଥ ମିଶ୍ର): ସରକାର ଅନେକ ଯୋଜନା ପ୍ରସ୍ତୁତ କରିଥିବାବେଳେ ଆଜି ବି ଜନନୀ ଯନ୍ତ୍ରଣା ଥମିନି। ରାସ୍ତା ଖରାପ ପାଇଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ମହିଳା ଘରେ ସନ୍ତାନ ପ୍ରସବ କରିଛନ୍ତି।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ସଦରମହକୁମାଠାରୁ ମାତ୍ର ୫ କିଲୋମିଟର ଦୂର ହୁଏରି ଗାଁରେ। ୩୦ ପରିବାର ଏହି ଗାଁରେ ବସବାସ କରୁଥିବା ବେଳେ ୧୨୦ରୁ ଊଦ୍ଧର୍‌ବ ଲୋକ ଅଛନ୍ତି। ଗାଁରେ ମୁଖ୍ୟ ସମସ୍ୟା କହିଲେ ରାସ୍ତା ସମସ୍ୟା। ପାହାଡ଼ିଆ ପଥୁରିଆ ରାସ୍ତା ଗାଁକୁ ଏକ ମାତ୍ର ସାହା ଭରସା। ମୋହନା ସହରଠାରୁ ଗାଣ୍ଡାପଦର ଗାଁ ପର୍ଯ୍ୟନ୍ତ ଗାଡ଼ି ଯାତାୟାତ କରୁଥିବା ବେଳେ ଗାଣ୍ଡାପଦରଠାରୁ ହୁଏରୀ ଯିବାକୁ ହେଲେ ଘାଟି ରାସ୍ତା ହୋଇଥିବାରୁ ଗାଡ଼ି ଯାଇ ପାରୁନାହିଁ। ଯାହାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଗାଁର ମିଟୁ ମଲ୍ଲିକଙ୍କ ସ୍ତ୍ରୀ ଚନ୍ଦ୍ରିକା ମଲ୍ଲିକ ପ୍ରସବ ବେଦନା ହୋଇଥିଲା। ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥଲେ। ହେଲେ ରାସ୍ତା ଖରାପ ହେତୁ ଗାଁକୁ ଯାଇ ପାରି ନ ଥିଲା। ଶେଷରେ ବିଳମ୍ବିତ ରାତିରେ ନିଜ ଘରେ ଚନ୍ଦ୍ରିକା ଏକ ଶିଶୁକନ୍ୟା ପ୍ରସବ କରିଥିଲେ। ଆଜି ଉଭୟ ମା’ ଓ ଶିଶୁକନ୍ୟାଙ୍କୁ ଦୁଇ କିଲୋମିଟର ଖଟିଆରେ ଭାର କରି ମୋହନା ମେଡିକାଲରେ ଚିକିତ୍ସା କରାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପିଟିଲା ସ୍କର୍ପିଓ, ବସ୍‌ ସହ ମୁହାଁମୁହିଁ ହେଲା କାର୍‌, ଚାଲିଗଲା ୪ ଜୀବନ

କରଞ୍ଜିଆ,୨୭ା୪(କବିତା ମହାନ୍ତ) : ମୟୂରଭଞ୍ଜ କରଞ୍ଜିଆ ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ସ୍କର୍ପିଓ ପିଟିଥିବାରୁ ବାଇକ୍‌ରେ ଯାଉଥିବା ସ୍ବାମୀ-ସ୍ତ୍ରୀଙ୍କ ଜୀବନ ଯାଇଛି। ମୃତ…

ପାଣି ପାଇଁ ତାତିଲେ ମହିଳା: ବ୍ଲକ କାର୍ଯ୍ୟାଳୟ ଘେରାଉ…

ଆଳି,୨୭।୪(ବନମାଳୀ ସେନାପତି): ପାଣି ପାଇଁ ତାତିଲେ ମହିଳା। ପାଇପ ଯୋଗେ ଠିକ ଭାବେ ପାଣି ମିଳୁ ନ ଥିବାରୁ ମହିଳାମାନେ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ତୁରନ୍ତ…

ବାଚସ୍ପତିଙ୍କୁ ଭେଟିଲେ ବିଜେଡି ନେତା: ନିଲମ୍ବିତ ବିଧାୟକଙ୍କ ଉପରେ ହେବ କଡ଼ା…

ଭୁବନେଶ୍ୱର,୨୭।୪: ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ପାଇଁ ୬ ବିଧାୟକଙ୍କୁ ନିଲମ୍ବନ କରିଥିଲା ବିଜେଡି। ତେବେ ଏହି ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ…

ସରକାରଙ୍କ ଅଜବ ନିଷ୍ପତ୍ତି, ‘ମାଙ୍କଡ଼ ଧରାନ୍ତୁ ୬୦୦ ପାଆନ୍ତୁ’

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ ବଢ଼ୁଥିବା ମଣିଷ-ମାଙ୍କଡ଼ ଭିତରେ ସଂଘର୍ଷ ମଧ୍ୟରେ, ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହା ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯିଏ…

ଭୋଟିଂ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ ମୋଦି, ଥରିଉଠିଲା ବିରୋଧୀଙ୍କ ଛାତି

କୋଲକାତା,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର (୨୭ ଏପ୍ରିଲ) ପଶ୍ଚିମବଙ୍ଗର ବାରାକପୁରରେ ଏକ ‘ବିଜୟ ସଂକଳ୍ପ ସଭା’ (ବିଜୟ ପ୍ରତିଜ୍ଞା ରାଲି) ଆୟୋଜନ କରିଥିଲେ। ନିର୍ବାଚନ ରାଲିକୁ…

‘ପକେଟ୍‌ରେ ଗୋଟିଏ ପିଆଜ ରଖ, କିଛି ହେବନି’, ପ୍ରଚଣ୍ଡ ଗରମରୁ ମୁକ୍ତି ପାଇବା ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଲେ ଉପଚାର

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀରୁ ଚେନ୍ନାଇ ପର୍ଯ୍ୟନ୍ତ, ସମଗ୍ର ଦେଶ ବର୍ତ୍ତମାନ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି । ତାପମାତ୍ରା ୫୦ ଡିଗ୍ରୀ ଛୁଇଁବାକୁ ଯାଉଛି। ଏପ୍ରିଲ ଶେଷ ହେବା…

ମୋକିମଙ୍କ ଘରେ ଦିଲୀପ, ବଢ଼ିଲା ରାଜନୈତିକ ଚର୍ଚ୍ଚା

କଟକ,୨୭।୪: ରାଜ୍ୟ ସଭା ଏମ୍‌ପି ଦିଲ୍ଲୀପ ରାୟ ସୋମବାର କଟକ ଗସ୍ତରେ ଆସି ବରିଷ୍ଠ ନେତା ମହମ୍ମଦ ମୋକିମ୍‌ଙ୍କୁ ଭେଟିଛନ୍ତି। ଏପରିକି ମୋକିମଙ୍କ ବାସଭବନରେ ଦିଲୀପ ବିଧାୟିକା…

ଜୟପୁର ସହରରରେ ସେକ୍ସ ର଼୍ୟାକେଟ୍‌: ମାଷ୍ଟର ମାଇଣ୍ଡ ସମେତ ବସ୍‌ଷ୍ଟାଣ୍ତରୁ ୩ ମହିଳାଙ୍କୁ ଉଠାଇନେଲା…

ଜୟପୁର,୨୭।୪(ପବନ ପାଣିଗ୍ରାହୀ)-ଜୟପୁର ସରକାରୀ ବସଷ୍ଟାଣ୍ତ ନିକଟରୁ ସେକ୍ସ ର଼୍ୟାକେଟ୍‌ ଅଭିଯୋଗରେ ଟାଉନ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିବା ସହ ୨ ନାବାଳିକାଙ୍କୁ ବାଳସୁଧାର ଗୃହକୁ ପଠାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri