ଠିକ୍‌ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ

ଟିକିରି(ଡି.ଏନ୍‌.ଏ.)/ଭବାନୀପାଟଣା(ସ୍ବ.ପ୍ର.),୧୮ା୧୧:କଳାହାଣ୍ଡି ଜିଲାର ଅନେକ ଦୁର୍ଗମ ଅଞ୍ଚଳକୁ ଏବେବି ପକ୍କାରାସ୍ତା ହୋଇପାରି ନାହିଁ। ଫଳରେ ଅନେକ ସମୟରେ ରୋଗୀ ଏବଂ ଗର୍ଭବତୀଙ୍କୁ ଖଟିଆ, ଭାର ଏବଂ ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ନେବାକୁ ପଡ଼ୁଛି। ବିଭିନ୍ନ ସମୟରେ ଲୋକଙ୍କୁ ଠିକ୍‌ ସମୟରେ ଆମ୍ବୁଲାନ୍ସ ସେବା ମଧ୍ୟ ମିଳୁନାହିଁ। ଫଳରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଗର୍ଭବତୀ ଏବଂ ଶିଶୁଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଥୁଆମୂଳରାମପୁର ବ୍ଲକ ସିଲେଟ ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡପଦର ଗ୍ରାମରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି। ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚି ନ ପାରିବାରୁ ଦାଣ୍ଡପଦର ଗ୍ରାମର ଦାନସିଂ ମାଝିଙ୍କ ସ୍ତ୍ରୀ ଜୀବନଦେଈ ଘରେ ପ୍ରସବ କରିଛନ୍ତି। ପରେ ଶିଶୁପୁତ୍ରର ମୃତ୍ୟୁ ଘଟିବା ସହ ପ୍ରସୂତି ଗୁରୁତର ହୋଇଛନ୍ତି। ଥୁଆମୂଳରାମପୁରରେ ସମସ୍ତ ୧୦୮ ଆମ୍ବୁଲାନ୍ସ ଅନ୍ୟ କାମରେ ଯାଇଥିବାରୁ ପଡ଼ୋଶୀ ରାୟଗଡ଼ା ଜିଲା କାଶୀପୁର ବ୍ଲକରୁ ଆମ୍ବୁଲାନ୍ସ ଯାଇ ୬ କି.ମି. ରାସ୍ତା ଯାଇ ଜୀବନଦେଈଙ୍କୁ ଷ୍ଟ୍ରେଚରରେ ବୋହି ଆଣିବା ପରେ କାଶୀପୁର ଓ ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
କାଶୀପୁର ବ୍ଲକର ଆମ୍ବୁଲାନ୍ସ ଡ୍ରାଇଭର ପରିକ୍ଷିତ ନାୟକ କହିଛନ୍ତି, ଦାଣ୍ଡପଦର ଗାଁକୁ ଯିବାପାଇଁ ଭଲ ରାସ୍ତା ନ ଥିଲା। ଷ୍ଟ୍ରେଚର ନେଇ ୬ କି.ମି. ଚାଲିଚାଲି ଯିବା ବେଳକୁ ଶିଶୁପୁତ୍ରର ମୃତ୍ୟୁ ଘଟିସାରିଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ପ୍ରସୂତି ଜୀବନଦେଈ ମଧ୍ୟ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ଗାଁ ଲୋକେ ଡାକ୍ତରଖାନା ନେବା ପାଇଁ କିମ୍ବା ସାହାଯ୍ୟ କରିବାକୁ ରାଜିହୋଇ ନ ଥିଲେ। ପରିକ୍ଷିତ ନିଜେ ଗାଁର କେତେଜଣ ଲୋକଙ୍କୁ ୩୦୦ ଟଙ୍କା ଦେଇ ସେମାନଙ୍କ ସହାୟତାରେ ମହିଳାଙ୍କୁ ୬ କି.ମି. ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ସେଠାରୁ ତାଙ୍କୁ ରାୟଗଡ଼ା ଜିଲାକୁ ଆଣିଥିଲେ ବୋଲି ସେ କହିଛନ୍ତି। ପରିକ୍ଷିତଙ୍କ ଭଳି କେତେଜଣ ଆମ୍ବୁଲାନ୍ସ ଚାଳକଙ୍କ ମହତ କାର୍ଯ୍ୟ ଯୋଗୁ ଅନେକ ସମୟରେ ଅଞ୍ଚଳର ଗର୍ଭବତୀଙ୍କ ଜୀବନ ମଧ୍ୟ ବଞ୍ଚିଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri