ଏସ୍‌ସିବିରେ ଅମ୍ବୋଦର ପାଇଲେ ନୂଆ ଜୀବନ

କଟକ,୨୦।୩(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଏସ୍‌ସିବି ମେଡିକାଲର କାର୍ଡିଆଥେରିକ୍‌ ଭାସ୍କୁଲାର ସର୍ଜରି ବିଭାଗରେ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଅମ୍ବୋଦର ମାରାଣ୍ଡି ନୂଆ ଜୀବନ ପାଇଛନ୍ତି। ରବିବାର ସନ୍ଧ୍ୟାରେ ସେ ମହୁଲ ତୋଳିବା ପାଇଁ ଗଛରେ ଚଢିଥିଲେ। ହଠାତ୍‌ ଗଛର ଡାଳ ଭାଙ୍ଗି ପଡିବାରୁ ସେ ତଳେ ପଡିଯାଇଥିଲେ। ଏହି ସମୟରେ ତାଙ୍କ ପିଠିରେ ଗଛ ଡାଳର କିଛି ଅଂଶ ପଶିଯାଇଥିଲା। ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସୋମବାର ଅପରାହ୍ନରେ ତାଙ୍କୁ ଏସ୍‌ସିବି ମେଡିକାଲ କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ହୃଦ୍‌ରୋଗ ବିଭାଗକୁ ସ୍ଥାନାନ୍ତର କରାଯାଇ ସମସ୍ତ ପରୀକ୍ଷା କରାଯାଇଥିଲା। ପରେ ତାଙ୍କର ଅସ୍ତ୍ରୋପଚାର ପାଇଁ ମେଡିକାଲ ପକ୍ଷରୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲା। ରାତି ୯ଟାରୁ ୨ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ଧରି ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ। କାର୍ଡିଆଥେରିକ୍‌ ଭାସ୍କୁଲାର ସର୍ଜରିି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଆନାସ୍ଥେସିଆ, ୟୁରୋଲୋଜି, ଜେନାରଲ ସର୍ଜନ, ହୃଦ୍‌ରୋଗ ବିଭାଗର ଡାକ୍ତର ଏହି ଅସ୍ତ୍ରୋପଚାରରେ ସାମିଲ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି। ପ୍ରଫେସର ପଟ୍ଟନାୟକ କହିଛନ୍ତି, ଏହି ଅସ୍ତ୍ରୋପଚାର ଆମ ପାଇଁ ଚ୍ୟାଲେଞ୍ଜିଂ ଥିଲା। ଗଛ ଡାଳ ପଶିବା ଯୋଗୁ ସଂକ୍ରମଣ ହେବାର ସମ୍ଭାବନା ଥିଲା। ଅସ୍ତ୍ରୋପଚାର ମାଧ୍ୟମରେ ଅମ୍ବୋଦରଙ୍କ ପିଠିରୁ ଗଛ ଡାଳର କିଛି ଅଂଶ ବାହାର କରାଯାଇଛି। ଏବେ ସେ ବିପଦମୁକ୍ତ ଅଛନ୍ତି। ଅପରପକ୍ଷରେ ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ଏଭଳି କେସ୍‌ ମେଡିକାଲକୁ କ୍ୱଚିତ୍‌ ଆସିଥାଏ। ଡାକ୍ତରମାନେ ସଫଳ ଭାବେ ଅସ୍ତ୍ରୋପଚାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ଡଗଆଉଟ୍‌ରେ ଅଣସ୍ବୀକୃତି ପ୍ରାପ୍ତ ଲୋକ: ଚିନ୍ତା ପ୍ରକଟ କଲା ଏସିଏସ୍‌ୟୁ

ନୂଆଦିଲ୍ଲୀ,୮ା୫: ଆଇପିଏଲ୍‌ର ଆଣ୍ଟି କରପଶନ ଏବଂ ସିକ୍ୟୁରିଟି ୟୁନିଟ୍‌ (ଏସିଏସ୍‌ୟୁ) ଚଳିତ ସିଜନରେ ଦଳର ଡଗ୍‌ଆଉଟ୍‌, ବସ୍‌, ହୋଟେଲ, ଖେଳାଳି ଓ ମ୍ୟାଚ୍‌ ଅଫିସିଆଲ୍ସ ଏରିଆ (ପିଏମ୍‌ଓଏ)ରେ…

ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍‌ ହେବାପରେ ଖୋଲିଗଲା ସବୁ ରାଜ୍‌

ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି।…

ଥାଲାପତି ବିଜୟଙ୍କ ସହ ୧୦୮ ବିଧାୟକ ଇସ୍ତଫା ଦେଲେ ମିଳିବ କି ପେନଶନ? ଜାଣନ୍ତୁ କଣ ରହିଛି ନିୟମ…

ଚେନ୍ନାଇ,୮।୫: ନିର୍ୱାଚନ ଫଳାଫଳ ପରେ ତାମିଲନାଡୁରେ ସରକାର ଗଠନ ପ୍ରକ୍ରିୟା ଏବେ ଏକ ନାଟକୀୟ ମୋଡ଼ରେ ପହଞ୍ଚିଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି…

ଅଖିଳେଶଙ୍କୁ ଭାଜପା ନେତାଙ୍କ ଭୟଙ୍କର ଚେତାବନୀ: ମମତା ବାନାର୍ଜୀଙ୍କୁ ଯିଏ ଯିଏ ଭେଟିବାକୁ ଯିବେ…

ନୂଆଦିଲ୍ଲୀ,୮।୫: ପଶ୍ଚିମବଙ୍ଗ ନିର୍ବାଚନରେ ଏକ ବଡ଼ ପରାଜୟ ସତ୍ତ୍ୱେ, ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ମନା କରିଦେଇଥିଲେ। ଏହି ନିଷ୍ପତ୍ତି ବଙ୍ଗଳା ବିଧାନସଭା ଭାଙ୍ଗି ଦେଇଥିଲା।…

ଟି-୨୦ ଅଧିନାୟକ ପଦରୁ ବିଦା ଦେବେ ସୂର୍ଯ୍ୟକୁମାର: ଏହି କ୍ରିକେଟର୍‌ଙ୍କୁ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ,୮।୫: ୨୦୨୬ ଆଇପିଏଲ ସିଜିନ ଶେଷ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ପୁଣି ଥରେ ଆରମ୍ଭ ହେବା ସହିତ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ। କିଛି…

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରିବାକୁ ବିହାରରୁ ଆସିଥିଲେ ଶାର୍ପସୁଟର, ମର୍ଡର ପାଇଁ ହୋଇଥିଲା ଏତିକି ଟଙ୍କାର ଡିଲ୍‌

କୋଲକାତା,୮ା୫: ପଶ୍ଚିମବଙ୍ଗରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବ(ପିଏ) ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡର ତଦନ୍ତ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଶୁଭେନ୍ଦୁ ନିଜେ କହିଛନ୍ତି ଯେ, ତଦନ୍ତ…

ମଦ ନିଶାରେ ଝିଅକୁ ବଳାତ୍କାର କଲେ ବାପା, ଦେଢ଼ବର୍ଷରେ ପରେ ଥାନାରେ ଏତଲା

ମୁମ୍ବାଇ,୮।୫: ମହାରାଷ୍ଟ୍ରର ପୁଣେରୁ ରକ୍ତ ସମ୍ପର୍କକୁ  ଲଜ୍ଜିତ କରୁଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ, ଜଣେ ବାପା ନିଜେ ତାଙ୍କ ନିଜ…

ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନଆକ୍ରୋଶ ସମାବେଶ: ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରି…

ମୋହନା,୮।୫( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ମଣ୍ଡଳ ଦମାଦୁଆଠାରେ ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri