ଅସ୍ପଷ୍ଟ ଆଭିମୁଖ୍ୟ

ପୂଜାସ୍ଥଳ(ବିଶେଷ ପ୍ରାବଧାନ) ଅଧିନିୟମ, ୧୯୯୧ ଯେକୌଣସି ପୂଜାସ୍ଥଳୀର ରୂପାନ୍ତରଣକୁ ବାରଣ କରେ। ୧୫ ଅଗଷ୍ଟ ୧୯୪୭ରେ ପୂଜାସ୍ଥଳର ଧର୍ମୀୟ ସ୍ଥିତି ଯାହା ରହିଥିଲା ତାହାକୁ ପରିବର୍ତ୍ତନ ନ କରିବା ଲାଗି ଏହି ଆଇନରେ କୁହାଯାଇଛି। ଭିନ୍ନ ଭାବରେ ଲେଖାଯାଇଥିବା ଏହି ଆଇନ କହେ, ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ସ୍ତୂପ, ଗୁରୁଦ୍ୱାର ଇତ୍ୟାଦି ୧୯୪୭ରେ ଯେପରି ସ୍ଥିତିରେ ଥିଲା ତାହା ସେଭଳି ରହିବ। ଅର୍ଥାତ୍‌ ଏହିସବୁ ପୂଜାସ୍ଥଳରେ ଯେଉଁ ଧର୍ମ ପାଳନ କରାଯାଉଥିଲା ତାହା ଜାରି ରହିବ। ବାବ୍ରି ମସ୍‌ଜିଦ ଭାଙ୍ଗିବା ଭଳି ଘଟଣାକୁ ଭବିଷ୍ୟତରେ ରୋକିବା ପାଇଁ ସମ୍ଭବତଃ ଏହି ଆଇନ ଅଣାଯାଇଥିଲା। ହେଲେ ଏହାକୁ ଠିକ୍‌ ଭାବେ ଗଢ଼ାଯାଇ ପାରିଲା ନାହିଁ କିମ୍ବା ଏହାର ଉଦ୍ଦେଶ୍ୟ ଅଧିକ ସ୍ପଷ୍ଟ ହୋଇପାରିଲା ନାହିଁ। ତେବେ ଭାରତରେ ଆଇନ ଏପରି କି କୋର୍ଟ ଏଭଳି ଘଟଣାକୁ ରୋକିବା କ୍ୱଚିତ ଦେଖାଯାଏ। ୨୦୧୯ରେ ସୁପ୍ରିମକୋର୍ଟ ବାବ୍ରି ମସ୍‌ଜିଦ ସ୍ଥାନକୁ ମନ୍ଦିରକୁ ହସ୍ତାନ୍ତର କରିବା ପାଇଁ ରାୟ ଦେବା ପରେ ବାରାଣସୀର ଜ୍ଞାନବାପି ମସ୍‌ଜିଦ ସମ୍ପର୍କରେ ଉତ୍ତରପ୍ରଦେଶ ଏକ କୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ସର୍ଭେ କରିବା ପାଇଁ କୋର୍ଟ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ସେଠାରେ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ କହିଥିଲେ ଯେ, ପୂଜାସ୍ଥଳ ଅଧିନିୟମରେ କୌଣସି ସ୍ଥାନର ଧର୍ମୀୟ ସ୍ଥିତି ନିଶ୍ଚିତ କରିବା ବା ସାମ୍ନାକୁ ଆଣିବା ପାଇଁ ନିଷେଧ କରାଯାଇ ନାହିଁ। ସମ୍ଭବତଃ ଏହାର ଅର୍ଥ ହେଉଛି ଲୋକମାନେ ଏହି କାରଣରୁ କୋର୍ଟରେ ମକଦ୍ଦମା ଦାଏର କରିବାକୁ ସ୍ବାଧୀନ ହୋଇଗଲେ। ଅଦାଲତ ସର୍ଭେ ଜାରି ରଖିବାକୁ ଅନୁମତି ଦେଇଥିଲେ। ୨୦୨୩ରେ ମସଜିଦ୍‌ ଏକ ହିନ୍ଦୁ ମନ୍ଦିରର ପୁରାତନ ଢାଞ୍ଚା ଉପରେ ନିର୍ମିତ ହୋଇଥିଲା କି ନାହିଁ ତାହା ଅନୁଧ୍ୟାନ କରିବା ପାଇଁ ବାରାଣସୀ ଜିଲା କୋର୍ଟ ଏଏସ୍‌ଆଇକୁ କହିଥିଲେ।
ସମ୍ଭବତଃ ଏହି ଘଟଣାଗୁଡ଼ିକ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଅନ୍ୟ ରାଜ୍ୟଗୁଡ଼ିକରେ ବିଚାରପତିମାନେ ଭାରତରେ ନିର୍ମିତ ମଧ୍ୟଯୁଗୀୟ ମସ୍‌ଜିଦଗୁଡ଼ିକର ଧର୍ମୀୟ ସ୍ଥିତି ଜାଣିବା ତଥା ସର୍ଭେ ନିର୍ଦ୍ଦେଶ ଦେବା ପାଇଁ କରାଯାଇଥିବା ଆବେଦନକୁ ବିଚାର ଲାଗି ଗ୍ରହଣ କରିଥିଲେ। ୧୧୯୯ରେ କୁତୁବୁଦ୍ଦିନ ଆଇବାକ (ଯିଏ ଦିଲ୍ଲୀରେ କୁତବ ମୀନାର ମଧ୍ୟ ନିର୍ମାଣ କରିଥିଲେ)ଙ୍କ ଦ୍ୱାରା ନିର୍ମିତ ରାଜସ୍ଥାନ ଆଜ୍‌ମେରର ଅଢ଼ାଇ ଦିନ କା ଝୋଁପଡ଼ା ମସ୍‌ଜିଦ ଏବଂ ମୋଇନୁଦ୍ଦିନ ଚିସ୍ତି ନିର୍ମାଣ କରିଥିବା ଆଜମେର ଦର୍ଗା ଉପରେ ସର୍ଭେ କରିବାକୁ ଦାବି ଉଠିଥିଲା। ଏହି ମସ୍‌ଜିଦ ଏକ ସଂରକ୍ଷିତ ସ୍ଥାନ ଭାବେ ଏଏସ୍‌ଆଇ ଅଧୀନରେ ରହିଛି। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଉଠୁଥିବା ଦାବିକୁ ଲକ୍ଷ୍ୟ କରି ରାଜ୍ୟ ବିଧାନସଭାରେ ବାଚସ୍ପତି ଏହି ସ୍ଥାନରେ ପୂର୍ବରୁ ଏକ ସଂସ୍କୃତ ମହାବିଦ୍ୟାଳୟ ଥିଲା ବୋଲି ହେଉଥିବା ଦାବି ସତ୍ୟ କି ନୁହେଁ ତାହା ଜାଣିବାକୁ ଏଏସ୍‌ଆଇ ସର୍ଭେ କରିବାକୁ ଚାହଁିଥିଲେ। ଶାହାଜାହାନଙ୍କ ଦ୍ୱାରା ନିର୍ମିତ ଲକ୍ଷ୍ନୌର ସବୁଠାରୁ ବଡ଼ ତିଲେୱାଲି ମସ୍‌ଜିଦକୁ ଲକ୍ଷ୍ମଣଙ୍କ ନାମରେ ନାମିତ ଏକ ପ୍ଲାଟଫର୍ମ ବା ଚୌତରା ଉପରେ ନିର୍ମାଣ କରାଯାଇଥିଲା ବୋଲି ଦାବି ଉଠିଥିଲା। ବାଦାଉଁରେ ଇଲତୁତ୍‌ମିଶଙ୍କ ଦ୍ୱାରା ନିର୍ମିତ ଜାମା ମସ୍‌ଜିଦ ଶାମସି ଉପରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦାବି ଉତ୍‌ଥାପନ କରିଥିଲା। ଏହା ବ୍ୟତୀତ ଉତ୍ତରପ୍ରଦେଶ ଜୌନପୁରର ଅଟାଲା ମସ୍‌ଜିଦ ଭିତରେ ପୂଜା କରିବାର ଅଧିକାର ଦାବି କରି ସ୍ବରାଜ ବାହିନୀ ଆସୋସିଏଶନର ଏକ ଗୋଷ୍ଠୀ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
ନିକଟରେ ମାର୍ଚ୍ଚ ୨୦୨୪ରେ ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ଧର୍‌ ଜିଲାର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଭୋଜଶାଳା-କମଲ ମୌଲା କମ୍ପ୍ଲେକ୍ସ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ବୈଜ୍ଞାନିକ ସର୍ବେକ୍ଷଣର ସ୍ଥଳ ପାଲଟିଗଲା। ଗତ ବର୍ଷ ନଭେମ୍ବରରେ ପଶ୍ଚିମ ୟୁପିର ଏକ କୋର୍ଟ ସମ୍ବଲ ଜାମା ମସ୍‌ଜିଦ ଉପରେ ଏକ ପିଟିଶନର ଶୁଣାଣି କରି ମସ୍‌ଜିଦ ପରିସରରେ ସର୍ଭେ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଓ ସେହିଦିନ ତାହା କରାଯାଇଥିଲା। ସର୍ଭେ କରୁଥିବା ଟିମ୍‌ ରବିବାର ସକାଳୁ ଦ୍ୱିତୀୟ ଥର ମସ୍‌ଜିଦରେ ପହଞ୍ଚିଥିଲା ଏବଂ ଏହା ମସ୍‌ଜିଦ ତଳ ଖୋଳୁଥିବା ଗୁଜବ ପ୍ରଚାରିତ ହୋଇଥିଲା। ବିକ୍ଷୋଭକାରୀଙ୍କ ଭିଡ଼ ଜମିଥିଲା ଏବଂ ପୋଲିସ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲା। ଏହି ଦୁଃଖଦ ଘଟଣାକୁ କୋର୍ଟରେ ଦିଆଯାଇଥିବା ମନ୍ତବ୍ୟ ସହିତ ସିଧାସଳଖ ଦର୍ଶାଇ ପାରିବା। ବାସ୍ତବରେ ସୁପ୍ରିମକୋର୍ଟରେ ଦିଆଯାଇଥିବା ଏହି ମନ୍ତବ୍ୟର କୌଣସି ବାଇଣ୍ଡିଂ ଅଥରିଟି ବା କାର୍ଯ୍ୟକାରିତାର ବୈଧତା ନାହିଁ ବୋଲି ବିଶେଷଜ୍ଞମାନେ ସୂଚିତ କରିଛନ୍ତି। ନିର୍ଦ୍ଦେଶରେ ଲିପିବଦ୍ଧ ହୋଇ ନ ଥିବା ଶବ୍ଦଗୁଡ଼ିକ ଜଣାପଡ଼ିବାର ଏକମାତ୍ର କାରଣ ହେଉଛି ସେଗୁଡ଼ିକ ଉଚ୍ଚାରଣ କରାଯିବା ସମୟରେ ରିପୋର୍ଟ କରାଯାଇଥିଲା। ସୁପ୍ରିମକୋର୍ଟ ପୂଜାପାଠ ଅଧିନିୟମକୁ ସ୍ଥଗିତ କିମ୍ବା ରଦ୍ଦ କରି ନ ଥିଲେ। ଏଣୁ ଏବେ ଏହା ବଳବତ୍ତର ରହିଛି ଏବଂ ଯଦି ୧୫ ଅଗଷ୍ଟ ୧୯୪୭ରେ ଏକାଧିକ ଧର୍ମ ଦ୍ୱାରା କୌଣସି ଏକ ପୂଜାପୀଠ ସକ୍ରିୟ ଭାବରେ ବ୍ୟବହୃତ ହୋଇ ନ ଥିବ, ତେବେ ଏହାକୁ ବିବାଦ ଭାବେ କୋର୍ଟକୁ ଅଣାଯାଇପାରିବ ନାହିଁ। ତଥାପି ଆମେ ଦେଖିପାରୁଛୁ, ସପ୍ତମ ଶତାବ୍ଦୀର ପୁରୁଣା ସ୍ଥଳିକୁ ନେଇ ସମ୍ପତ୍ତିଗତ ବିବାଦୀୟ ମାମଲା ସଂଖ୍ୟା ବଢୁୁଛି। ଅଯୋଧ୍ୟା ବିବାଦ ବଢ଼ି ବିସ୍ଫୋରକ ସ୍ଥିତି ଉପୁଜିଲା ପରେ ତିନି ଦଶନ୍ଧି ଧରି ରାଜନୀତିରେ ଏହା ମୂଳ ପ୍ରସଙ୍ଗ ହୋଇ ରହିଥିଲାବେଳେ ଏବେ ଏହିସବୁ ଘଟଣାରୁ ଅତ୍ୟନ୍ତ ଉଦ୍‌ବେଗଜନକ ସ୍ଥିତି ଉପୁଜୁଛି। ଏଥିପାଇଁ ଅତ୍ୟଧିକ ଜାତୀୟ ଶକ୍ତି ଏବଂ ରକ୍ତପାତ ଘଟୁଛି।
ଗତ ମାସରେ ସୁପ୍ରିମକୋର୍ଟ ଅଦାଲତମାନଙ୍କୁ ଏଭଳି ନୂତନ ମକଦ୍ଦମା ପଞ୍ଜୀକରଣରୁ ନିବୃତ୍ତ କରିଥିଲେ। ଏହା ମଧ୍ୟ କହିଥିଲେ ଯେ, ପୂଜାସ୍ଥଳ ଅଧିନିୟମର ବୈଧତା ଉପରେ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ବିଚାରାଧୀନ ମକଦ୍ଦମାଗୁଡ଼ିକ କ୍ଷେତ୍ରରେ କୌଣସି ମଧ୍ୟବର୍ତ୍ତିକାଳୀନ କିମ୍ବା ଚୂଡ଼ାନ୍ତ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। ଖୁବ୍‌ଶୀଘ୍ର କୋର୍ଟ ଏହି ମାମଲାର ଶୁଣାଣି କରିବେ, ଯେଉଁଥିରୁ ଆମେ ଜାଣିପାରିବା ଯେ ଏହି ଆଇନ ଉପରେ ମୋଦି ସରକାରଙ୍କ ଆଭିମୁଖ୍ୟ କ’ଣ ରହିଛି। ସମସ୍ତ ସରକାର ଏହି ଆଇନକୁ ରକ୍ଷା କରିବେ ବୋଲି ଆଶା କରାଯାଉଛି, କିନ୍ତୁ ପୂଜାସ୍ଥଳ ଆଇନ ପ୍ରଣୟନ କରି ସେଥିରୁ ଉପକୃତ ହୋଇଥିବା ଦଳର ନେତୃତ୍ୱରେ ଚାଲିଥିବା ଏହି ସରକାରଙ୍କ ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?