ଐଶ୍ୱର୍ଯ୍ୟାଙ୍କ ଫିଲ୍ମକୁ ୧୨୫କୋଟିରେ କିଣିଲା ଆମାଜନ ପ୍ରାଇମ୍‌

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟଙ୍କ ବହୁ ପ୍ରତୀକ୍ଷିତ ତାମିଲ ଐତିହାସିକ ଫିଲ୍ମ ‘ପୋନିୟିନ ସେଲଭାନ୍‌’ ଚଳିତ ବର୍ଷ ସେପ୍ଟେମ୍ବରରେ ବଡ ପରଦାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମ ପୋନିୟିନ ସେଲଭାନ୍‌ ୨ଟି ଭାଗରେ ରିଲିଜ୍‌ କରାଯିବ। ପ୍ରଥମ ଭାଗ ସେପ୍ଟେମ୍ବର ୩୦ରେ ସିନେମା ହଲ୍‌ରେ ରିଲିଜ୍‌ ହେବ। ପରେ ଏହାକୁ ଡିଜିଟାଲ୍‌ ପ୍ଲାଟଫର୍ମରେ ଦେଖିପାରିବେ ଦର୍ଶକ। ଆମାଜନ ପ୍ରାଇମ ଭିଡିଓ ଫିଲ୍ମର ଡିଜିଟାଲ ଅଧିକାର ହାସଲ କରିଛି, ଯେଉଁଥିପାଇଁ ତା’କୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଆକ୍ସନ-ଆଡଭେଞ୍ଚରରେ ଭରପୂର ଥିବା ପୋନିୟିନ ସେଲଭାନ ଫିଲ୍ମର ଭାଗ-୧ ଏବଂ ଭାଗ-୨ର ଷ୍ଟ୍ରିମିଂ ଅଧିକାର ପାଇଁ ଆମାଜନ ପ୍ରାଇମକୁ ୧୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଫିଲ୍ମର ରାଇଟ୍ସକୁ ଏକ ରେକର୍ଡ ସଂଖ୍ୟକ ମୂଲ୍ୟରେ ବିକ୍ରି କରାଯାଇଛି। ନ୍ୟାସନାଲ ଫିଲ୍ମ ଆଓ୍ବାର୍ଡର ବିଜେତା ତଥା ନିର୍ମାତା ମଣି ରତ୍ନମ୍‌ଙ୍କ ବହୁ ପ୍ରତୀକ୍ଷିତ ପୋନିୟିନ ସେଲଭାନ୍‌ ଫିଲ୍ମ ଲେଖକ-କାର୍ଯ୍ୟକର୍ତ୍ତା କାଲ୍କି କୃଷ୍ଣମୂର୍ତ୍ତିଙ୍କ ଉପନ୍ୟାସ ଉପରେ ଆଧାରିତ। ଜଣେ ମହାନ ଭାରତୀୟ ରାଜା ଚୋଲଙ୍କ କାଳ୍ପନିକ କାହାଣୀ ଉପରେ ଏହି ପିଲ୍ମଟି ପର୍ଯ୍ୟବେଶିତ। ଦଶମ ଶତାବ୍ଦୀ ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମର ନିର୍ମାତାମାନେ ରିଲିଜ୍‌ ତାରିଖ ଘୋଷଣା କରିବା ସହ ଏହାର ପ୍ରଥମ ଲୁକ୍‌କୁ ଜାରି କରିଛନ୍ତି। ଏହାକୁ ଦେଖିବା ପରେ ପ୍ରଶଂସକ ବହୁ ଉତ୍ସାହର ସହ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି। ତାମିଲ ଭାଷାର ଏହି ଐତିହାସିକ ଫିଲ୍ମକୁ ଅନ୍ୟ ୪ଟି ଭାଷାରେ ରିଲିଜ୍‌ କରାଯିବ। ଯଥା ହିନ୍ଦୀ, କନ୍ନଡ, ମାଲାୟାଲମ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଫିଲ୍ମ ରିଲିଜ ହେବାର କିଛି ସମୟ ପରେ ଏହାକୁ ଡିଜିଟାଲ ପ୍ଲାଟଫର୍ମରେ ଦେଖାଯିବ। କିନ୍ତୁ ଏବେ ଏହାର ତାରିଖ ଘୋଷଣା କରାଯାଇନାହିଁ। ଏହି ଫିଲ୍ମାର ଜୟମ ରବି,ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତ୍ରିଶାଙ୍କ ସମେତ ଅନ୍ୟ କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ। ଏଥିରେ ଐଶ୍ୱର୍ଯ୍ୟା ନନ୍ଦିନୀ ଓ ମନ୍ଦାକିନି ଦେବୀଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri