ଐଶ୍ୱର୍ଯ୍ୟାଙ୍କ ଫିଲ୍ମକୁ ୧୨୫କୋଟିରେ କିଣିଲା ଆମାଜନ ପ୍ରାଇମ୍‌

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟଙ୍କ ବହୁ ପ୍ରତୀକ୍ଷିତ ତାମିଲ ଐତିହାସିକ ଫିଲ୍ମ ‘ପୋନିୟିନ ସେଲଭାନ୍‌’ ଚଳିତ ବର୍ଷ ସେପ୍ଟେମ୍ବରରେ ବଡ ପରଦାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମ ପୋନିୟିନ ସେଲଭାନ୍‌ ୨ଟି ଭାଗରେ ରିଲିଜ୍‌ କରାଯିବ। ପ୍ରଥମ ଭାଗ ସେପ୍ଟେମ୍ବର ୩୦ରେ ସିନେମା ହଲ୍‌ରେ ରିଲିଜ୍‌ ହେବ। ପରେ ଏହାକୁ ଡିଜିଟାଲ୍‌ ପ୍ଲାଟଫର୍ମରେ ଦେଖିପାରିବେ ଦର୍ଶକ। ଆମାଜନ ପ୍ରାଇମ ଭିଡିଓ ଫିଲ୍ମର ଡିଜିଟାଲ ଅଧିକାର ହାସଲ କରିଛି, ଯେଉଁଥିପାଇଁ ତା’କୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଆକ୍ସନ-ଆଡଭେଞ୍ଚରରେ ଭରପୂର ଥିବା ପୋନିୟିନ ସେଲଭାନ ଫିଲ୍ମର ଭାଗ-୧ ଏବଂ ଭାଗ-୨ର ଷ୍ଟ୍ରିମିଂ ଅଧିକାର ପାଇଁ ଆମାଜନ ପ୍ରାଇମକୁ ୧୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଫିଲ୍ମର ରାଇଟ୍ସକୁ ଏକ ରେକର୍ଡ ସଂଖ୍ୟକ ମୂଲ୍ୟରେ ବିକ୍ରି କରାଯାଇଛି। ନ୍ୟାସନାଲ ଫିଲ୍ମ ଆଓ୍ବାର୍ଡର ବିଜେତା ତଥା ନିର୍ମାତା ମଣି ରତ୍ନମ୍‌ଙ୍କ ବହୁ ପ୍ରତୀକ୍ଷିତ ପୋନିୟିନ ସେଲଭାନ୍‌ ଫିଲ୍ମ ଲେଖକ-କାର୍ଯ୍ୟକର୍ତ୍ତା କାଲ୍କି କୃଷ୍ଣମୂର୍ତ୍ତିଙ୍କ ଉପନ୍ୟାସ ଉପରେ ଆଧାରିତ। ଜଣେ ମହାନ ଭାରତୀୟ ରାଜା ଚୋଲଙ୍କ କାଳ୍ପନିକ କାହାଣୀ ଉପରେ ଏହି ପିଲ୍ମଟି ପର୍ଯ୍ୟବେଶିତ। ଦଶମ ଶତାବ୍ଦୀ ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମର ନିର୍ମାତାମାନେ ରିଲିଜ୍‌ ତାରିଖ ଘୋଷଣା କରିବା ସହ ଏହାର ପ୍ରଥମ ଲୁକ୍‌କୁ ଜାରି କରିଛନ୍ତି। ଏହାକୁ ଦେଖିବା ପରେ ପ୍ରଶଂସକ ବହୁ ଉତ୍ସାହର ସହ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି। ତାମିଲ ଭାଷାର ଏହି ଐତିହାସିକ ଫିଲ୍ମକୁ ଅନ୍ୟ ୪ଟି ଭାଷାରେ ରିଲିଜ୍‌ କରାଯିବ। ଯଥା ହିନ୍ଦୀ, କନ୍ନଡ, ମାଲାୟାଲମ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଫିଲ୍ମ ରିଲିଜ ହେବାର କିଛି ସମୟ ପରେ ଏହାକୁ ଡିଜିଟାଲ ପ୍ଲାଟଫର୍ମରେ ଦେଖାଯିବ। କିନ୍ତୁ ଏବେ ଏହାର ତାରିଖ ଘୋଷଣା କରାଯାଇନାହିଁ। ଏହି ଫିଲ୍ମାର ଜୟମ ରବି,ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତ୍ରିଶାଙ୍କ ସମେତ ଅନ୍ୟ କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ। ଏଥିରେ ଐଶ୍ୱର୍ଯ୍ୟା ନନ୍ଦିନୀ ଓ ମନ୍ଦାକିନି ଦେବୀଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?