Posted inଖେଳ

ଚମତ୍କାର ଅନୁଭବ, ସ୍ବପ୍ନ ସାକାର ହୋଇଛି…

ନୂଆଦିଲ୍ଲୀ, ୨୪।୯ ଭାରତୀୟ ମହିଳା ଓ ପୁରୁଷ ଦଳ ପ୍ରଥମଥର ପାଇଁ ଚେସ୍‌ ଅଲିମ୍ପିଆଡ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ଏଥିପାଇଁ ଦେଶର ଚେସ୍‌ ମହଲରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଚଳିତ ବର୍ଷର ଶେଷ ଭାଗରେ ବିଶ୍ୱ ଚେସ୍‌ ଚାମ୍ପିୟନଶିପ୍‌ରେ ଚ୍ୟାଲେଞ୍ଜ ଦେବାକୁ ଯାଉଥିବା ଡି. ଗୁକେଶ ଭାରତୀୟ ପୁରୁଷ ଦଳର ନେତୃତ୍ୱ ନେଇ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଅପରାଜେୟ ରହି ଦଳଗତ ସ୍ବର୍ଣ୍ଣ ସହ ବ୍ୟକ୍ତିଗତ ଟପ୍‌ ବୋର୍ଡରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ‘ଏହା ଏକ ଚମତ୍କାର ଅନୁଭବ, ସ୍ବପ୍ନ ସାକାର ହୋଇଛି’ ବୋଲି ପ୍ରକାଶ କରିଛନ୍ତି ଗୁକେଶ।

୧୮ ବର୍ଷୀୟ ଗୁକେଶ ଚେସ୍‌ ଇତିହାସରେ ସର୍ବକନିଷ୍ଠ ପ୍ରତିଯୋଗୀଭାବେ ଆଗାମୀ ନଭେମ୍ବରରେ ଚାଇନାର ଡିଙ୍ଗ ଲିରେନଙ୍କୁ ବିଶ୍ୱ ଚେସ୍‌ ଚାମ୍ପିୟନଶିପ୍‌ରେ ଚ୍ୟାଲେଞ୍ଜ ଦେବେ। ‘ମୁଁ ଏବେ ଅତ୍ୟନ୍ତ ଖୁସି’ ବୋଲି ରବିବାର ଅଲିମ୍ପିଆଡ୍‌ର ଶେଷ ରାଉଣ୍ଡରେ ଜିଆଣ୍ଟ-କିଲର ସ୍ଲୋଭେନିଆର ଭ୍ଲାଡିମିର ଫେଡୋସିଭଙ୍କୁ ହରାଇବା ପରେ ପ୍ରକାଶ କରିଥିଲେ ଗୁକେଶ। ୧୦ ଗେମ୍‌ ଖେଳି ୯ ପଏଣ୍ଟ ହାସଲ କରିଥିଲେ ଗୁକେଶ। ଏହା ମଧ୍ୟରେ ୮ ବିଜୟ ଓ ୨ ଡ୍ର ସାମିଲ ଥିଲା। ତାଙ୍କର ଏହି ପ୍ରଦର୍ଶନ ଭାରତକୁ ସମ୍ଭାବ୍ୟ ୨୨ରୁ ୨୧ ପଏଣ୍ଟ ହାସଲ କରିବାରେ ବିଶେଷ ସହାୟକ ହୋଇଥିଲା। ଗତ ଅଲିମ୍ପିଆଡ୍‌ ବିଜେତା ଉଜବେକିସ୍ତାନ ବିପକ୍ଷରେ କେବଳ ଭାରତୀୟ ପୁରୁଷ ଦଳ ଡ୍ର ରଖିଥିଲା। ”ବ୍ୟକ୍ତିଗତଭାବେ ଏହା ମୋ ପାଇଁ ଏବଂ ଦଳ ଲାଗି ଏକ ସୁନ୍ଦର ଅନୁଭବ। ସ୍ବପ୍ନ ସାକାର ହୋଇଛି“ ବୋଲି ଅଲିମ୍ପିଆଡ୍‌ର ଅନ୍ତିମ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ଗୁକେଶ।

ପୁରୁଷ ଦଳର ସଫଳତାରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ବୋର୍ଡ-୩ରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଲାଭ କରିଥିବା ଅର୍ଜୁନ ଇରିଗାସି ପୂରା ୧୧ଟି ମ୍ୟାଚ ଖେଳି ୧୦ ପଏଣ୍ଟ ହାସଲ କରିଥିଲେ। ଲାଇଭ୍‌ ଓ୍ବାଲର୍‌ଡ ର଼୍ୟାଙ୍କିଙ୍ଗ୍‌ରେ ସେ ଏବେ ନରଓ୍ବେର ମ୍ୟାଗ୍ନସ କାର୍ଲସେନ ଓ ଆମେରିକାର ହିକାରୁ ନାକାମୁରାଙ୍କ ପଛକୁ ୩ ନମ୍ବର ସ୍ଥାନ ହାସଲ କରିଛନ୍ତି। ବର୍ତ୍ତମାନ ୨୭୯୭ ରେଟିଂ ପଏଣ୍ଟରେ ଥିବା ଅର୍ଜୁନ ମ୍ୟାଜିକ୍‌ ୨୮୦୦ ରେଟିଂ ସ୍ପର୍ଶ କରିବାଠାରୁ ମାତ୍ର ୩ ପଏଣ୍ଟ ଦୂରରେ ରହିଛନ୍ତି। ର଼୍ୟାଙ୍କିଙ୍ଗ୍‌ର ଦ୍ୱିତୀୟ ସ୍ଥାନରେ ଥିବା ନାକାମୁରାଙ୍କଠାରୁ ସେ ମାତ୍ର ୫ ପଏଣ୍ଟ ପଛରେ ଅଛନ୍ତି। ମାତ୍ର କାର୍ଲସେନ ୨୮୩୦ ପଏଣ୍ଟ ସହ ବହୁ ଆଗରେ ରହିଛନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିଲେ ମଧ୍ୟ ସେ ଏହାକୁ ସେତେ ଗୁରୁତ୍ୱ ଦେଉ ନାହାନ୍ତି। ”ଏହା ଏକ ସୁନ୍ଦର ଅନୁଭବ, ମାତ୍ର ୧୦ରୁ ୧୫ ସମାନ ଦକ୍ଷତାସମ୍ପନ୍ନ ଖେଳାଳି ରହିଛନ୍ତି। ତେଣୁ ୩ ନମ୍ବର ହେଉ କି ୪ ର଼୍ୟାଙ୍କିଙ୍ଗ୍‌ ସମ୍ପର୍କରେ ମୁଁ ବିଶେଷ କିଛି ଭାବୁନି“ ବୋଲି ସେ ପ୍ରକାଶ କରିଛନ୍ତି। ଅର୍ଜୁନ ଭାରତୀୟ ଦଳର ସବୁଠାରୁ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଖେଳାଳି ହୋଇଥିଲେ ମଧ୍ୟ ଟପ୍‌ ବୋର୍ଡରେ ନ ଖେଳି କାହିଁକି ୩ ନମ୍ବର ବୋର୍ଡରେ ଖେଳିଥିଲେ ତାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ରହିଛି। ମାତ୍ର ଏହା ଦଳୀୟ ରଣନୀତିର ଅଂଶବିଶେଷ ଥିଲା ବୋଲି ଇରିଗାସି ସ୍ପଷ୍ଟ କରିଛନ୍ତି। ”ଆମେ ଭାବିଲୁ ଗୁକେଶ ବୋର୍ଡ-୧ରେ ଭଲ ଖେଳିବେ ଏବଂ ମୁଁ ବୋର୍ଡ-୩ରେ ପ୍ରଭାବୀ ରହିପାରିବି। ଏହା କିନ୍ତୁ ବଢ଼ିଆ କାମଦେଲା ସେଥିପାଇଁ ଅନୁଶୋଚନା ନାହିଁ“ ବୋଲି ସେ କହିଛନ୍ତି।

ଉଭୟ ଗୁକେଶ ଓ ଇରିଗାସି ଶ୍ରେଷ୍ଠ ପ୍ରଦର୍ଶନ କରି ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଆଉ ଜଣେ ଭାରତୀୟ ଖେଳାଳି ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ସେ ହେଉଛନ୍ତି ଭିତିଥ ସନ୍ତୋଷ ଗୁଜରାଠି। ଗୁଜରାଠି ୧୦ ଗେମ୍‌ ଖେଳି ୭.୫ ପଏଣ୍ଟ ହାସଲ କରିଥିଲେ। ମାତ୍ର ପରଫର୍ମାନ୍ସ ରେଟିଂରେ ବୋର୍ଡ-୪ରେ ୪ ନମ୍ବର ସ୍ଥାନରେ ରହି ଯାଇଥିଲେ। ଆର. ପ୍ରଜ୍ଞାନନ୍ଦଙ୍କ ପ୍ରଦର୍ଶନ ଯଦିଓ ଆଶାନୁରୂପ ହୋଇ ନ ଥିଲା ତେବେ ପରଫେକ୍ଟ ଆଙ୍କର ଭୂମିକା ନିର୍ବାହ କରିଥିଲେ। ବିଶେଷ କରି ୯ମ ଗେମ୍‌ ପର୍ଯ୍ୟନ୍ତ ଦଳକୁ ସ୍ଥିର ପୋଜିଶନରେ ରଖିବାରେ ସେ ବଡ଼ ଦାୟିତ୍ୱ ତୁଲାଇଥିଲେ। ପୂରା ଟୁର୍ନାମେଣ୍ଟରେ ସେ ଏକମାତ୍ର ଆମେରିକାର ଓ୍ବେସଲି ସୋ’ଙ୍କଠାରୁ ହାରିଥିଲେ। ମାତ୍ର ପରବର୍ତ୍ତୀ ଗେମ୍‌ରେ ବିଜୟୀ ହୋଇ ଭାରତକୁ ସ୍ବର୍ଣ୍ଣ ବିଜେତା କରିବାରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଏହି ଯୁବ ଖେଳାଳିଙ୍କ ଦକ୍ଷତାକୁ ପ୍ରତିପାଦିତ କରୁଛି।

ଟିମ୍‌ କ୍ୟାପ୍‌ଟେନ ଏନ. ଶ୍ରୀନାଥ ସ୍ବାଭାବିକଭାବେ ଉଲ୍ଲସିତ ହୋଇଛନ୍ତି। ”ସମସ୍ତ ଖେଳାଳି ପେସାଦାର ହୋଇଥିବାରୁ ସେମାନଙ୍କୁ ବିଶେଷ ପରାମର୍ଶ ଦେବା ଆବଶ୍ୟକ ପଡ଼ି ନ ଥିଲା। କ’ଣ କରିବାକୁ ଆବଶ୍ୟକ ସେମାନେ ଭଲଭାବେ ଜାଣିଥିଲେ। କେବଳ ସେମାନଙ୍କୁ ଏକାଠି କରି କେତେକ ଅଭ୍ୟାସ କରାଇବା ଏବଂ ସେମାନଙ୍କ ପଛରେ ଛିଡ଼ାହୋଇ ଖେଳକୁ ଅନୁଧ୍ୟାନ କରିବାକୁ ପଡ଼ିଥିଲା“ ବୋଲି ଶ୍ରୀନାଥ ପ୍ରକାଶ କରିଛନ୍ତି। ଭାରତୀୟ ଦଳ ସୋମବାର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ପ୍ରକୃତ ସେଲିବ୍ରେଶନ କିଛିଦିନ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ବିଶ୍ୱରେ ଯେ ଭାରତ ଏବେ ଚେସ୍‌ର ପାଓ୍ବାର ହାଉସ ଏଥିରେ କୌଣସି ଦ୍ୱିଧା ନ ଥିବା ଏହି ଅଲିମ୍ପିଆଡ୍‌ରୁ ପ୍ରମାଣ ମିଳିଛି। ରବିବାର ଟିମ୍‌ ବୈଠକ ହୋଇଥିଲା। ଆମେ ଏବେ ସେଲିବ୍ରେଶନ ମୁଡ୍‌ରେ ଅଛୁ। ଆମେ ଯଦି ଅନ୍ତିମ ମ୍ୟାଚ ହାରିଥାନ୍ତୁ ଟାଇବ୍ରେକ୍‌ର ସୁଯୋଗ ଥିଲା। ମାତ୍ର ଆମେ ବିଜୟୀ ହେବାକୁ ଚେଷ୍ଟା କରିଥିଲୁ। ଖୁସି ଲାଗୁଛି ଯେ ମୁଁ ଏବଂ ଅର୍ଜୁନ ନିଜ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିପାରିଲୁ। ଆମେ ଏବେ ରିଲାକ୍ସ ଅନୁଭବ କରୁଛୁ“ ବୋଲି ଗୁକେଶ କହିଛନ୍ତି। ଭାରତୀୟ ପୁରୁଷ ଦଳ ପୂର୍ବରୁ ୨୦୧୪ ଓ ୨୦୨୨ରେ ଦୁଇଥର ବ୍ରୋଞ୍ଜ ପଦକ ହାସଲ କରିଥିଲା। ଚେସ୍‌ ଅଲିମ୍ପିଆଡ୍‌ରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?