Posted inଜାତୀୟ

ଅମରନାଥ ଯାତ୍ରା ବନ୍ଦ

ନୂଆଦିଲ୍ଲୀ,୨୧।୬: ଜମ୍ମୁ-କଶ୍ମୀର ପ୍ରଶାସନ କରୋନା ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରି ଚଳିତ ବର୍ଷ ଅମରନାଥ ଯାତ୍ରାକୁ ସ୍ଥଗିତ କରିଛନ୍ତି। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସୋମବାର ଏହି ସୂଚନା ଦେଇଛନ୍ତି।

ଉପରାଜ୍ୟପାଳ ସିହ୍ନା କହିଛନ୍ତି, କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଅମରନାଥ ଯାତ୍ରାକୁ ସରକାର ସ୍ଥଗିତ କରିଛନ୍ତି। ହେଲେ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ପାଇଁ ସକାଳ ଏବଂ ସନ୍ଧ୍ୟାରେ ଅନ୍‌ଲାଇନ ମଧ୍ୟମରେ ଆଳତୀ ଦେଖିବା ପାଇଁ ବନ୍ଦୋବସ୍ଥ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୫୬ ଦିନିଆ ଅମରନାଥ ଯାତ୍ରା ଜୁନ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ଶେଷ ହୋଇଥାନ୍ତା। ଯାତ୍ରା ପାଇଁ ଏପ୍ରିଲ ୧ ତାରିଖରୁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇଥିଲା। ହେଲେ କରୋନା ଦ୍ୱିତୀୟ ଲହରକୁ ଦେଖି ଏପ୍ରିଲ ୨୨ ତାରିଖରୁ ରେଜିଷ୍ଟ୍ରେଶନ କାର୍ଯ୍ୟକୁ ବନ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁବବର୍ଗଙ୍କ ଉପରେ ଲାଠିଚାର୍ଜ ନେଇ ସରକାରଙ୍କୁ ଘେରିଲେ ରାହୁଲ-ବରୁଣ…

ଲକ୍ଷ୍ନୌ,୫।୧୨: ଉତ୍ତରପ୍ରଦେଶରେ ୬୯ ହଜାର ସହାୟକ ଶିକ୍ଷକ ନିଯୁକ୍ତିରେ ଅନିୟମିତତାକୁ ନେଇ ରାଜନୈତିକ ସ୍ଥିତି ବେଶ୍‌ ସରଗରମ ହେବାରେ ଲାଗିଛି। ଏହି ଘଟଣାରେ ଏକ କ୍ୟାଣ୍ଡେଲ...

୪୬୦ ଦିନରେ ଭାଙ୍ଗିଲା କମଲନାଥଙ୍କ ସରକାର

ଭୋପାଳ,୨୦।୩: ଯାହା ଆଶା କରାଯାଉଥିଲା ତାହାହିଁ ହେଲା। ମାତ୍ର ୧୫ ମାସ ଅର୍ଥାତ୍‌ ୪୬୦ ଦିନ ମଧ୍ୟରେ ମଧ୍ୟପ୍ରଦେଶରେ ଭାଙ୍ଗିଗଲା କଂଗ୍ରେସ ଶାସିତ କମଲନାଥ ସରକାର।...

ଲକ୍‌ଡାଉନ୍‌: ୪୦ କୋଟି ୮୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଘରେ ରହିଛି ୨୧ ଦିନର ଖାଦ୍ୟ ସାମଗ୍ରୀ !

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ୩୧.୪...

ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ

ତାମିଲନାଡୁ,୧୦।୧୧: ତାମିଲନାଡୁର ମଦୁରାଇ ଜିଲାର ଭାଡାକମ୍ପଟ୍ଟୀ ନିକଟରେ ଥିବା ବାଣ କାରଖାନାରେ ଗୁରୁବାର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

‘ସିଦ୍ଧୁଙ୍କୁ ଜିତାଇ ଦେବିନି’

ନୂଆଦିଲ୍ଲୀ,୨୩।୯: ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଜିତାଇ ଦେବେନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି।...

ପ୍ରିୟଙ୍କା ଯିବେ ରାଜ୍ୟ ସଭା !

ନୂଆଦିଲ୍ଲୀ,୧୫।୨: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଛତିଶଗଡ଼ରୁ ରାଜ୍ୟ ସଭା ଆସିବା ନେଇ ଏବେ ଚର୍ଚ୍ଚା ହେଉଛି। ଆସନ୍ତା ଏପ୍ରିଲ୍‌ରେ ଛତିଶଗଡ଼, ରାଜସ୍ଥାନ...

ତ୍ରିପୁରା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ କୁରେଶୀ

ଅଗରତାଲା,୧୭ା୧୧ (ଆଇଏଏନ୍‌ଏସ୍‌): ତ୍ରିପୁରା ହାଇକୋର୍ଟର ପଞ୍ଚମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଅକିଲ ଅବଦୁଲ ହମିଦ କୁରେଶୀ ଶନିବାର ଶପଥ ନେଇଛନ୍ତି। ସେ ପୂର୍ବରୁ ଗୁଜରାଟ...

ଟ୍ରମ୍ପଙ୍କ ଆଗ୍ରା ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି

ମଥୁରା,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଟ୍ରମ୍ପ ଓ ତାଙ୍କ ପରିବାରଙ୍କ ସୁରକ୍ଷା ଦାୟିତ୍ୱ...

Advertisement
Archives

Model This Week