Posted inଜାତୀୟ

ଶ୍ରମିକ-ଭୂମିହୀନ କୃଷକଙ୍କ ଋଣ ଛାଡ କରିବେ ପଞ୍ଜାବ ସରକାର

ଚଣ୍ଡିଗଡ,୨୧ ।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କ୍ଷେତରେ କାମ କରୁଥିବା ଶ୍ରମିକ, ଭୂମିହୀନ କୃଷକଙ୍କ ପାଇଁ ଏକ ବଡ ଆଶ୍ୱାସନା ଭରା ପ୍ୟାକେଜ ଘୋଷଣା କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ୨.୮୫ ଲକ୍ଷ କ୍ଷେତରେ କାମ କରୁଥିବା ଶ୍ରମିକ ଓ ଭୂମିହୀନ କୃଷକଙ୍କ ପାଇଁ ୫୨୦ କୋଟି ଟଙ୍କା ଋଣ ଛାଡ ଯୋଜନା ଆରମ୍ଭ କରିଛନ୍ତି । ସେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା କୃଷକଙ୍କ ସମର୍ଥନରେ ଅଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମଦିନରେ ରାଜ୍ୟର ଗରିବଙ୍କୁ ଏହି ଉପହାର ଦେଇଛନ୍ତି । ଏହି ଯୋଜନା ଲଞ୍ଚ କରି ସେ କହିଛନ୍ତି, ମୁଁ ଆଶା କରୁଛି ଏମିତି ଏକ ଦିନ ଆସିବ ଯେଉଁଦିନ ଆମ ଦେଶ ଗରିବ ମୁକ୍ତ ହୋଇଯିବ । ଯେଉଁ ସ୍ୱପ୍ନ ରାଜୀବ ଗାନ୍ଧୀ ଦେଖୁଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ବୋଲି କହି ଅମରିନ୍ଦର କହିଛନ୍ତି ସବୁବେଳେ ରାଜୀବ ପଚାରୁ ଥିଲେ କେବେ ସେ ଦିନ ଆସିବ ଯେଉଁଦିନ ଦେଶ ଗରିବ ମୁକ୍ତ ହେବ । ତେଣୁ ତାଙ୍କ ୭୭ ତମ ଜନ୍ମ ଦିନରେ ଏହି ଯୋଜନା ଘୋଷଣା କରିବା ଉଚିତ ହୋଇଛି ବୋଲି ଅମରିନ୍ଦର ମନେ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହିସାରରେ ୫ ହଜାର ବର୍ଷ ପୁରାତନ ସହରର ସନ୍ଧାନ…

ହିସାର, ୮।୫ : ହରିୟାଣାର ହିସାରରେ ୫ ହଜାର ବର୍ଷ ପୁରାତନ ସହରର ସନ୍ଧାନ ମିଳିଛି। ମାଟିତଳେ ପୋତି ହୋଇଥିବା ହରପ୍ପା ସଭ୍ୟତା ସମୟର ଏହି...

ଆତଙ୍କବାଦୀ-ପୋଲିସ ଗୁଳିବିନିମୟ: ୧୦ ଦିନରେ ମଲେଣି ୧୧ ଆତଙ୍କବାଦୀ

ଶ୍ରୀନଗର,୫।୧୦: ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୪ ଜଣ...

ଭେଲୋର ଆସନରେ ନିର୍ବାଚନ ବାତିଲ

ନୂଆଦିଲ୍ଲୀ,୧୭ା୪: ତାମିଲନାଡୁର ଭେଲୋର ଲୋକ ସଭା ଆସନରେ ନିର୍ବାଚନ ବାତିଲ କରିଦିଆଯାଇଥିବା ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ମାସ ପ୍ରାରମ୍ଭରେ ଜଣେ ଡିଏମ୍‌କେ...

ଏନ୍‌ଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ..

ନୂଆଦିଲ୍ଲୀ,୧୮।୮: ନ୍ୟାଶନାଲ ଡିଫେନ୍ସ୍‌ ଏକାଡେମୀ(ଏନ୍‌ଡିଏ) ପରୀକ୍ଷା ଛାତ୍ରୀମାନେ ଦେଇପାରିବେ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ସେପ୍ଟେମ୍ବର ୫ରେ...

ଦେଶରେ କରୋନା ସୁସ୍ଥ ହାର ୪୧.୬୧ ପ୍ରତିଶତ

ନୂଆଦିଲ୍ଲୀ,୨୬।୫: ଦେଶରେ କେରାନା ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ଅତିକ୍ରମ କରିଥିଲେ ମଧ୍ୟ ଏଠାରେ ସୁସ୍ଥ ହାର ଭଲ ରହିଛି ବୋଲି ସୋମବାର ପ୍ରକାଶ କରିଛନ୍ତି...

ଡ୍ରଗ୍ସ ନିଅନ୍ତି ସଲମାନ ଖାନ୍‌: ବାବା ରାମଦେବ

ନୂଆଦିଲ୍ଲୀ,୧୮।୯: ଯୋଗ ଗୁରୁ ବାବା ରାମଦେବ ଏକ କାର୍ଯ୍ୟକ୍ରମରେ ନିଶା ମୁକ୍ତି ଭାରତ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ସମୟରେ ସେ ବଲିଉଡର ଅଭିନେତା...

ଫଡନାଭିସ- କୋଶୟାରୀଙ୍କ ସହିତ ମେମନ ସମ୍ପୃକ୍ତି ନେଇ ଉଦ୍ଧବ ସମର୍ଥକ ଭାଜପାକୁ ଘେରିଲେ…

ମୁମ୍ବାଇ, ୧୦।୯ : ମହାରାଷ୍ଟ୍ରର ୟାକୁବ ମେମନଙ୍କ କବରକୁ ମଜାର ଆକାର ଦେବାକୁ ଚେଷ୍ଟା କରିବା ବର୍ତ୍ତମାନ ଏକ ନୂଆ ରାଜନୈତିକ ମୋଡ଼ ନେଇଛି। ଏହାକୁ...

ପରଲୋକରେ ପୂର୍ବତନ କ୍ରିକେଟର ୟଶପାଲ

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ର ବିଶ୍ୱ ବିଜେତା ଟିମ୍‌ର ସଦସ୍ୟ ରହିଥିବା ୟଶପାଲ ଶର୍ମାଙ୍କ ପରଲୋକ ଘଟିଛି। ମଙ୍ଗଳବାର ସକାଳେ ୭ଟା ୪୦ରେ...

Advertisement
Archives

Model This Week