Posted inଅପରାଧ

ଚର୍ଚ୍ଚିତ ଅମରେଶ ହତ୍ୟା ମାମଲା: ଦୁର୍ବଳ ତଦନ୍ତ ପାଇଁ ୪ ଅଭିଯୁକ୍ତଙ୍କୁ ମିଳିଗଲା ଜାମିନ

ଭୁବନେଶ୍ୱର,୧୪।୯ (ବ୍ୟୁରୋ):ଏୟାରଫିଲ୍ଡ ଥାନା ଅମରେଶ ନାୟକ(୨୭)ହତ୍ୟାକାଣ୍ଡ ମାମଲାରେ ୪ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନି ମିଳିଛି। ଅଭିଯୁକ୍ତମାନଙ୍କୁ କିଭଳି ଜାମିନି ମିଳିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ମୃତକଙ୍କ ପରିବାର ଏବଂ ଅମରେଶଙ୍କ ସାଥିମାନେ। ପୋଲିସର ଦୁର୍ବଳ ତଦନ୍ତ ପାଇଁ ଏବେ ହତ୍ୟାକାରୀ ବିନା ଦଣ୍ଡରେ ଜେଲରୁ ମୁକୁଳିଯାଇିଥିବା ଅଭିଯୋଗ ହେଉଛି। ପୋଲିସ ତଦନ୍ତରେ ଅବହେଳା ଏବଂ ଚାର୍ଜସିଟରେ ଅଭିଯୁକ୍ତମାନଙ୍କୁ ଅନୁକମ୍ପା ଦେଖାଇଥିବାରୁ ଅଭିଯୁକ୍ତମାନେ ଆଇନର ଗଳାବାଟ ଦେଇ ଜେଲରୁ ମିକୁଳି ଯାଇଛନ୍ତି। ଯାହାଫଳରେ ମୃତକଙ୍କ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ଜେଲରୁ ମୁକୁଳିଥିବା ଅଭିଯୁକ୍ତମାନେ ଜଣେ ଜଣେ କୁଖ୍ୟାତ ଅପରାଧିମାନେ। ତେଣୁ ସେମାନେ ଜେଲରୁ ବାହାରିବା ପରେ ଅମରେଶ ନାୟକଙ୍କ ସାଙ୍ଗ ଏବଂ ପରିବାର ଲୋକେ ଭିୟଭିତରେ ଅଛନ୍ତି। ଅଭିଯୁକ୍ତମାନେ ଗରଫ ହେବା ପରଠୁ ପରିବାର ଲୋକଙ୍କୁ ବୟାନ ବଦଳାଇବା ପାଇଁ ଧମକ ଦେଇ ଆସୁଥିଲେ। ଏପରିକି ଅମରେଶ ପରି ତାଙ୍କ ଭାଇଙ୍କୁ ହତ୍ୟା କରିବେ ବୋଲି ପରୋକ୍ଷରେ ଧମକ ଦେଇଥିଲେ। ଯେଉଁଥି ପାଇଁ ଅଭିଯୁକ୍ତମାନେ ଜାମିନରେ ଆସିବା ପୂର୍ବରୁ ପରିବାର ଲୋକେ ସାଲେପୁର ସ୍ଥିତ ଗଁାକୁ ପଳାଇଯାଇଛନ୍ତି।
ଗତ ଗୁରୁବାର ଝାରପଡା ଜେଲରୁ ଅଭିଯୁକ୍ତମାନେ ମୁକୁଳିବା ସମୟରେ ରାଜନେତା ଭଳି ବାଇକ ଚାଲି କରାଯାଇଥିଲା। ଖୋଲା ଜିପ୍‌ ଉପରେ ବସାଇ ଫୁଲ ମାଳ ପକାଇ ସ୍ବାଗତ କରାଯାଇଥିଲା। ଏପରିକି ଝାରପଡା ଜେଲରୁ ଏୟାରଫିଲ୍ଡ ଅଞ୍ଚଳ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି କରାଯାଇ ହଙ୍ଗାମା କରିଥିଲେ ଅଭିଯୁକ୍ତମାନଙ୍କ ସମର୍ଥକା। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ନାକେଦମ ହୋଇଥିଲା।
ପୋଲିସ କୋର୍ଟରେ ଦେଇଥିବା ଚାର୍ଜସିଟରେ ଜିତେନ୍ଦ୍ର ମଲ୍ଲିକଙ୍କୁ ଏହି ହତ୍ୟାକାଣ୍ଡ ପାଇଁ ଦୋଷୀ ବୋଲି ଦର୍ଶାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଅନୁକମ୍ପା ଦେଖାଇଥିଲା। ଶବ ବ୍ୟବଛେଦ ରିପୋଟରେ ଅମରେଶଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ରିପୋର୍ଟ ଦେଇଥିଲେ। ତେଣୁ ପ୍ରତ୍ୟେକ୍ଷ ଦର୍ଶି ବସନ୍ତ ବେଉରାଙ୍କୁ କହିବା ଅନୁଯାୟୀ ଜିତେନ୍ଦ୍ର ତାଙ୍କ ମୁଣ୍ଡକୁ ପଥରରେ ଛେଚିଥିବାରୁ ଅମରେଶଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ଅନ୍ୟମାନେ ତାଙ୍କୁ କେବଳ ସହଯୋଗ କରିଥିଲେ। ପୋଲିସର ଏହି ରିପୋର୍ଟକୁ ଅମରେଶଙ୍କ ସାଙ୍ଗମାନେ ମିଛ ବୋଲି ଅଭିଯୋଗ କରିଛନ୍ତି। ପୋଲିସ ଜାଣିଶୁଣି ବୟାନ ବଦଳାଇବାକୁ ଚାପ ପକାଇଥିଲା। ଏପରିକି ମିଛ ମାମଲାରେ ଫସାଇଦେବାକୁ ଧମକ ଦେଇଥିଲା। ତେଣୁ ଭୟରେ ଆସି ପିଲାମାନେ ପୋଲିସ କହିବା ଅନୁସରରେ ବୟାନ ଦେଇଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ରାଜନେତାଙ୍କ ବାହୁଛାୟା ତଳେ ରହୁଥିବାରୁ ପୋଲିସ ଚାର୍ଜସିଟରେ ଜଣଙ୍କ ଉପରେ ଦୋଷ ଦେଇ ଅନ୍ୟମାନଙ୍କ ଖସାଇଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ତଳକୋର୍ଟରେ ମେ ୧୨ ତାରିଖରେ ଜାମିନ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରିଥିଲେ। ଏହାପରେ ଅଭିଯୁକ୍ତମାନେ ହାଇକୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ଗତସପ୍ତାହରେ ସେମାନଙ୍କୁ ଜାମିନ ମିଳିଛି। ଅନ୍ୟପଟରେ ଅଭିଯୁକ୍ତମାନେ ଜାମିନରୁ ମୁକୁଳିଥିବାରୁ ଅମରେଶଙ୍କ ସାଥିମାନେ ଉତ୍ତେଜିତ ଅବସ୍ଥାରେ ଅଛନ୍ତି। ତେଣୁ ଆଗାମୀ ଦିନରେ ଗୋଷ୍ଠୀ ସଂଘର୍ଷର ସୂତ୍ରପାତର ହେବା ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ୨୦୧୯ ଅକ୍ଟୋବର ୨୭ ରାତିରେ ଦୀପାବଳୀ ଦିନ ଏକାମ୍ରକଲେଜ ପଛ ପଡିଆରେ ବାଣ ଫୁଟାଇବାକୁ ନେଇ ଅମରେଶଙ୍କୁ ହତ୍ୟା କରାଯାଇଥିଲା। ୧୦ ଜଣ ଯୁବକ ଘେରିପଡି ଅମରେଶଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏନେଇ ପୋଲିସ କେସ୍‌ ନଂ-୧୯୬/୧୯ ରୁଜୁ କରି ୯ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?