ଶକ୍ତି ପ୍ରଦର୍ଶନ କଲେ ଅମର

ଚଣ୍ଡିଖୋଲ/ବଡ଼ଚଣା,୨ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ବଡ଼ଚଣାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସକାରାତ୍ମକ ଭାବେ କାର୍ଯ୍ୟ କରିଛି। ବଡ଼ଚଣାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅସ୍ଥା ରଖିଛନ୍ତି। କେତେଜଣ ଲୋକ ମିଥ୍ୟା ଅପପ୍ରଚାର କରୁଛନ୍ତି। ଆଜିର ଅଦ୍ଭୁତ ପୂର୍ବ ସମାବେଶ ତା’ର ଜବାବ୍‌ ଦେଇଛି। ଏଠାରେ ସାଙ୍ଗଠନିକ ସ୍ଥିତି ସବୁଠାରୁ ମଜଭୁତ ଅଛି। ବିକାଶର ବାର୍ତ୍ତା ହିଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ସୃଷ୍ଟି କରିଛି। ପ୍ରତ୍ୟେକ ପଞ୍ଚାୟତରେ ଦୀର୍ଘ ୨୪ ବର୍ଷ ମଧ୍ୟରେ ନୂତନ ବିକାଶର କଥା ଦେଖାଯାଉଛି। ଏଠାରେ କୌଣସି ଦ୍ୱନ୍ଦ୍ୱ ନାହିଁ। ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶାରେ ଖୁସିର ଲହରୀ ଖେଳି ଯାଇଛି ବୋଲି ସୋମବାର ବଡ଼ଚଣା ମହୋତ୍ସବ ପଡ଼ିଆରେ ବିଜେଡିର ମହାସମାବେଶରେ ଯୋଗ ଦେଇ ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରକାଶ କରିଛନ୍ତି।
ବଡ଼ଚଣା ବିଜୁ ଜନତା ଦଳର ସଭାପତି ଅରବିନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହାସମାବେଶରେ ଛାତ୍ର ଜନତା ସଭାପତି ଯଚିନ୍ଦ୍ର କୁମାର ନାୟକ ଯୋଗଦେଇ ଗତ ୨୯ ତାରିଖରେ ଖଇରା ମେଲଣ ପଡ଼ିଆରେ କେତେଜଣ ବ୍ୟକ୍ତି କହିଥିଲେ ବିଧାୟକଙ୍କ ଲୋକ ସମ୍ପର୍କ ନାହିଁ ା ସେମାନେ ଆସି ଦେଖିଯିବା ଆବଶ୍ୟକ ଯେ ଆଜିର ସମାବେଶରେ କିପରି ସ୍ବତପ୍ରବୃତ୍ତ ଭାବେ ୨୫ ହଜାର ଲୋକଙ୍କ ସମାଗମ ହୋଇଛି। ଦୀର୍ଘ ୩୪ ବର୍ଷ ଧରି ବଡ଼ଚଣାବାସୀଙ୍କ ସେବା କରି ଜଣେ ଲୋକପ୍ରିୟ ବିଧାୟକ ହୋଇଛନ୍ତି। ସେଥିପାଇଁ ବଡ଼ଚଣାବାସୀ ବିଧାୟକଙ୍କୁ ୬ ଥର ବିଧାୟକ ଭାବେ ନିର୍ବାଚିତ କରି ପଠାଇଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ ା
ଅନ୍ୟମାନଙ୍କ ମଧ୍ୟରେ ଦଳର ସମ୍ପାଦକ ବିପିନ ବିହାରୀ ଜେନା, ଉପ ସଭାପତି ନିରଞ୍ଜନ ସେନାପତି, ପଞ୍ଚାନନ ଧଳ, ଜିଲା ଉପ ସଭାପତି ସାରଦା ପ୍ରସନ୍ନ ମହାନ୍ତି, ପୂର୍ବତନ ଜିଲା ପରିଷଦ ସଭ୍ୟ ସୁମତି ବାସ୍କେ,ମନୋରଞ୍ଜନ ଜେନା,ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ ଓ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ବିଧାୟକଙ୍କ ବିରୋଧରେ କେତେକ କର୍ମୀ ଏକ ସମ୍ମିଳନୀ କରି ବିଭିନ୍ନ ମନ୍ତବ୍ୟ ଦେଇ ଥିଲେ। ଏହାକୁ ଜବାବ୍‌ ଦେବା ପାଇଁ ସୋମବାର ବିଧାୟକଙ୍କ ପକ୍ଷରୁ ଏପରି ଶକ୍ତି ପ୍ରଦର୍ଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?