ଉଚ୍ଛେଦ ହେଲା ଏମାର ମଠ

ପୁରୀ ଅଫିସ, ୨୬ା୨: ବହୁଚର୍ଚ୍ଚିତ ତଥା ପୁରୀର ସବୁଠୁ ବିତ୍ତଶାଳୀ ମଠ ଭାବେ ପରିଚିତ ଏମାର ମଠର ଉଚ୍ଛେଦ ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଶୁକ୍ରବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ ମଠର ଅବଶିଷ୍ଟ ପୁରୁଣା ଓ ଦୁର୍ବଳ କୋଠାଗୁଡ଼ିକୁ ଭଙ୍ଗାଯାଇଛି। ଦୁଇଜଣ ମାଜିଷ୍ଟ୍ରେଟ ଏବଂ ଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଦୁଇଟି ବୁଲଡୋଜର ସହାୟତାରେ ଏହି ଉଚ୍ଛେଦ କରାଯାଇଥିଲା। ଯେପରି ଭକ୍ତଙ୍କର କୌଣସି ପ୍ରକାର ଅସୁବିଧା ନ ହେବ ସେଥିଲାଗି ପ୍ରଶାସନ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିଥିଲା। କାୈଣସି ଅଘଟଣକୁ ଏଡ଼ାଇବା ପାଇଁ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ମଠର ଆସ୍ଥାନ ଓ ଗାଦିକୁ ଛାଡ଼ି ସମସ୍ତ ଅସୁରକ୍ଷିତ ତଥା ବିପଦସଙ୍କୁଳ କୋଠାଗୁଡ଼ିକୁ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ୂଚନାଯୋଗ୍ୟ, ୨୦୧୧ରେ ଏମାର ମଠରୁ ୫୨୨ ଖଣ୍ଡ ରୁପାଇଟା ଜବତ ହୋଇଥିଲା। ସେହିପରି ଗତବର୍ଷ ଏପ୍ରିଲରେ ଆଉ ୪୫ଖଣ୍ଡ ରୁପାଇଟା ମିଳିଥିଲା। ଏହି ମଠରେ ସୁନା, ରୁପା ଭଳି ବହୁ ଗୁପ୍ତଧନ ଥିବା ନେଇ ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ପରେ ପ୍ରଶାସନ ପକ୍ଷରୁ ମଠର କିଛି ଅଂଶକୁ ଭଙ୍ଗାଯାଇଥିଲେ ମଧ୍ୟ ଗୁପ୍ତଧନ ଥିବା ସନ୍ଦେହରେ ଅନେକ ଅଂଶ ଛାଡ଼ିଦିଆଯାଇଥିଲା। ଗତବର୍ଷ ସେପ୍ଟେମ୍ବର ୧୬ରେ ମଠ ପରିସରର କିଛି ଅଂଶକୁ ଚିହ୍ନଟ କରାଯାଇଥିଲା। ଗୁପ୍ତଧନ ଥିବା ସନ୍ଦେହରେ ଗତ ୨ତାରିଖରେ ବୈଷୟିକ ଟିମ୍‌ ସହାୟତାରେ ଉକ୍ତ ସ୍ଥାନଗୁଡ଼ିକୁ ଖନନ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉପଜିଲାପାଳ, ମଠ ପରିଚାଳନା କମିଟି ଏବଂ ଟ୍ରଷ୍ଟ ସଦସ୍ୟଙ୍କ ଉପସ୍ଥିତିରେ ତିନୋଟି ସ୍ଥାନ ଖନନ କରାଯିବା ସତ୍ତ୍ୱେ ଲୁହାକଣ୍ଟା ଓ ଲୁହାମୁଣ୍ଡା ବ୍ୟତୀତ କିଛି ମିଳି ନ ଥିଲା। ଏବେ ଆଉ କୌଣସି ଗୁପ୍ତଧନ ମିଳିବାର ସମ୍ଭାବନା ନ ଥିବାରୁ ମଠର ଅବଶିଷ୍ଟ ଅଂଶକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସେହିପରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ କାର୍ଯ୍ୟ ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ ପ୍ରାୟ ସରିଛି। ଆଉ ଅଳ୍ପ କିଛି ଜମି ଅଧିଗ୍ରହଣ ପାଇଁ ବାକି ଅଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅନୁଯାୟୀ କାର୍ଯ୍ୟ ଚାଲିଛି। ସମସ୍ତଙ୍କ ସହଯୋଗ ଓ ସହଭାଗିତାରେ କାର୍ଯ୍ୟ କରାଯିବ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋକିମଙ୍କ ପିଟିଶନ ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୨୧ା୬: ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲାର ଶୁଣାଣି କରି ବିଧାୟକ ମହମ୍ମଦ ମୋକିମଙ୍କ ପିଟିଶନକୁ ହାଇକୋର୍ଟ ସୋମବାର ଖାରଜ କରିଛନ୍ତି। ଏଥିସହ ବିଧାୟକ ମହମ୍ମଦ...

କେବିକେ ଯୁଗ୍ମ ପ୍ରଶାସକ ଭାବେ ନିଯୁକ୍ତ ହେଲେ ଡ. ନୃପରାଜ ସାହୁ

ଭବାନୀପାଟଣା,୪।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବରିଷ୍ଠ ଓଏଏସ୍‌ ଅଧିକାରୀ ଡ. ନୃପରାଜ ସାହୁଙ୍କୁ ରାଜ୍ୟ ସରକାର କେବିକେ ଯୁଗ୍ମ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। କୋରାପୁଟଠାରେ ଥିବା...

ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଘେରାଉ

ବାସୁଦେବପୁର,୧୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନଗର କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ନେଇ ବୁଧବାର ପୌରପାଳିକା କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲା କଂଗ୍ରେସ...

ସରିଲା ମତଦାନ: ଇଭିଏମରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଭଦ୍ରକ ଅଫିସ, ୩।୧୧: ଧାମନଗର ଉପନିର୍ବାଚନ ପାଇଁ ସରିଲା ମତଦାନ ପ୍ରକ୍ରିୟା। ଇଭିଏମରେ ସିଲ୍‌ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ମୋଟ ୬୬.୬୩ ପ୍ରତିଶତ ମତଦାନ...

କରୋନାକୁ ହରାଇ ପୁଣିଥରେ କାର୍ଯ୍ୟରେ ଯୋଗଦେଲେ ଏହି ଯୋଦ୍ଧା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଅଫିସ,୯।୭ : କର୍ତ୍ତବ୍ୟ ଆଗରେ ସବୁ କିଛି ହାର ମାନିଛି। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବାଣପୁରର ଜଣେ...

ଅଜନା ରୋଗ୍‌ରେ ପୀଡ଼ିତ ଅଭିଜିତ: ଚିକିତ୍ସା ଲାଗି ଟଁକା ବାଧକ

ବୌଦ୍ଧ,୩।୬(ସ୍ବ.ପ୍ର):  ମା’ବାପ୍‌ ପୁଓଟେ ପାଏବାର ଲାଗି କେତେ ଉପାସ, ପୂଜାପାଠ୍‌ କଲେ। ଶେଷେ ପୁଓଟେ ପାଏଲେ। ହେଲେ ପୁଓ ଜନମ ହେବାର ମାସକେତେ ଉତାରୁ କେହେନ୍‌ସି...

ଗହୀରମଥାରୁ ୨ ଟ୍ରଲର ଜବତ, ୨୨ ମତ୍ସ୍ୟଜୀବୀ କୋର୍ଟ ଚାଲାଣ

ରାଜନଗର,୨୨।୧୨(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ରବିବାର ବେଆଇନ ଭାବରେ ମାଛ ଧରୁଥିବା ଦୁଇଟି ଟ୍ରଲରକୁ ରାଜନଗର ବନବିଭାଗ ଜବତ କରିଛି।...

ଧାନ ବିକ୍ରି ବକେୟା ପ୍ରାପ୍ୟ ମିଳୁନି: ସମବାୟ ସମିତି କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ହୋହଲ୍ଲା

ବାସୁଦେବପୁର, ୮ା୧(ଡି.ଏନ୍‌.ଏ.)- ବାସୁଦେବପୁର ବ୍ଲକ ଇରମ ସେବା ସମବାୟ ସମିତି ଅଧୀନରେ ପ୍ରାୟ ୨୧ ଜଣ ଚାଷୀ ସେମାନଙ୍କର ପୂର୍ବବର୍ଷ ଧାନବିକ୍ରି ଟଙ୍କା ପାଇପାରିନାହାନ୍ତି। ଏହାର...

Advertisement
Archives

Model This Week