ବିଜେଡିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଅମର, ପ୍ରତିକ୍ରିୟାରେ କହୁକହୁ କହିଦେଲେ…

ଯାଜପୁର,୧୦ା୧୦: ଯାଜପୁର ବିଜେଡି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅମର ଶତପଥୀ ଯୋଗ ନ ଦେବାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚା ଜୋର୍‌ ଧରିଛି। ଅମର କାହିଁକି ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହେଲେ ନାହିଁ। ବିଭିନ୍ନ ଚର୍ଚ୍ଚା, ଆଲୋଚନା, ତର୍କ ବିତର୍କ ଭିତରେ ମୁହଁ ଖୋଲିଛନ୍ତି ଅମର।

ଦଳ ତାଙ୍କୁ ଅଣଦେଖା କରୁଛି କି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି ଦଳ ଜାଣିଥିବ। ଏମିତିରେ ବି ସେ କିଛିଦିନ ହେବ ରାଜନୈତିକ କାର୍ଯ୍ୟକ୍ରମରୁ ନିଜକୁ ନିବୃତ୍ତ ରଖିଥିବା କହିଛନ୍ତି।

ତେବେ ସବୁଠୁ ବଡ଼ କଥା ଏହି କିଛିଦିନ ତଳେ ବିଜେଡିକୁ ଭାଜପା ନେତା ଅରବିନ୍ଦ ଢାଲିଙ୍କ ମନ୍ତବ୍ୟରେ ବିଜେଡିର ପୂର୍ବତନ ବିଧାୟକ ଅମର ଶତପଥୀ କଡ଼ା କଥା ଶୁଣାଇଥିଲେ। ସେ କହିଥିଲେ, ଦଳର ଆମୂଳଚୁଳ ସଂଗଠନ ଠିକ ନ କଲେ ଆଗକୁ ଅନେକ ଅଘଟଣ ଘଟିବ। ସେ ଏହା ମଧ୍ୟ ଥିଲେ କି ଆମ ସମସ୍ତଙ୍କର ଏ ଦିଗରେ ଅନୁଭବ ରହିଛି। ସଂଗଠନ ଠିକ୍‌କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଦେଖାଯାଉ କ’ଣ ହେଉଛି।
ଅନ୍ୟପକ୍ଷେ ମମତା ମହାନ୍ତ ଭାଜପାରେ ମିଶିବାକୁ ନେଇ ବିଜେଡିକୁ ଟାର୍ଗେଟ କରି ଭାଜପା ନେତା ଅରବିନ୍ଦ ସେତେବେଳେ କହିଥିଲେି ବିଜେଡି ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି।
ଜାତୀୟ ଦଳର ବିଲୟ ହୁଏନି, ଆଞ୍ଚଳିକ ଦଳର ବିଲୟ ହୁଏ। ଯିଏ ଆଞ୍ଚଳିକ ଦଳ ଗଢ଼ିଥାଏ, ଅସୁସ୍ଥ ବା ଆଉ କ’ଣ ହେଲେ ଦଳ ରୁହେନି। ବିଜେଡିରେ ବାକ୍‌ ସ୍ବାଧୀନତା ନାହିଁ, ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ। ବିଜେଡିରେ ସମସ୍ତେ ଅସନ୍ତୁଷ୍ଟ ଥିଲେ, ପାଣ୍ଡିଆନ ସର୍ବେସର୍ବା ଥିଲେ ବୋଲି ଢାଲି କହିଥିଲେ। ଢାଲିଙ୍କ ପରେ ଅମର ତାଙ୍କ ପ୍ରତିକ୍ରିୟା ରଖିଥିଲେ।

ଯେଉଁ ଅମର ଦିନେ ଭାଜପା କ’ଣ ଟିକେ କହି ଦେଉଥିଲେ ବିଜେଡି ସପକ୍ଷରେ ବାହାରୁଥିଲେ ସେହି ଅମର ଆଜି କାହିଁକି କୋଣଠେସା ହେଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପାଣିପାଗ କେନ୍ଦ୍ର କହିଲା ୩ ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧ା୭: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମ୍‌ଡି…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri