ଥାନାର ଦ୍ୱାରସ୍ଥ ହେଲେ ଅମଲା ସଂଘ ସଦସ୍ୟ

ଜୟପୁର,୧୬।୫(ନି.ପ୍ର.): କୋରାପୁଟ ଜିଲା ଅମଲା ସଂଘ ସଦସ୍ୟମାନେ ରବିବାର କୋରାପୁଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସଂଘର ପୁରୁଣା ସଭାପତି ଓ ସମ୍ପାଦକ ଦାୟିତ୍ୱ ହସ୍ତାନ୍ତର କରୁ ନ ଥିବା ନେଇ ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, କୋରାପୁଟ ଜିଲା ଅମଲା ସଂଘ ପୁରୁଣା କମିଟିର କାର୍ଯ୍ୟକାଳ ୨୦୧୮ରୁ ସରିଯାଇଛି। ରାଜ୍ୟ ସଂଘ ପୁରୁଣା କମିଟିକୁ ବିଘଟନ କରି ସେହି ସ୍ଥାନରେ ନୂତନ କମିଟିକୁ ଅନୁମୋଦନ କରିଥିଲେ। ଏହି ଅନୁମୋଦିତ ପତ୍ରର ନକଲ କୋରାପୁଟ ଜିଲାପାଳ, ଏସ୍‌ପି, ଗୃହ ଶାସନ ସଚିବ ଓ ନୂତନ କମିଟି ସମ୍ପାଦକ ଶଶୀଭୂଷଣ ଦାଶଙ୍କ ନିକଟକୁ ପଠାଯାଇଥିଲା। ଏଥିସହ ସଂଘ ବିରୋଧୀ କାର୍ଯ୍ୟ ପାଇଁ ସଂଘର ପୂର୍ବତନ ସଭାପତି ଓ ସମ୍ପାଦକଙ୍କୁ ସଂଘର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା। ନୂତନ କମିଟିକୁ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନୂତନ କମିଟି ପକ୍ଷରୁ ମଧ୍ୟ ପୂର୍ବତନ ସମ୍ପାଦକଙ୍କୁ ଦାୟିତ୍ୱ ହସ୍ତାନ୍ତର ନିମନ୍ତେ ବାରମ୍ବାର ଅନୁରୋଧ କରାଯାଇଥିଲା। କିନ୍ତୁ ସେ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି। ୧୫ ତାରିଖ ରବିବାର ଦିନ ୧୦ଟାରେ ସମସ୍ତ ଅମଲାଙ୍କ ଉପସ୍ଥିତିରେ ଦାୟିତ୍ୱ ହସ୍ତାନ୍ତର କରିବେ ଓ ତା’ପରେ ଏକ ବୈଠକ ଅନୁଷ୍ଠିତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ, ରବିବାର ଶତାଧିକ ଅମଲା ଆସିଥିଲେ। କିନ୍ତୁ ପୂର୍ବତନ ସମ୍ପାଦକ କିମ୍ବା ଅମଲା ସଂଘ ପୁରାତନ କମିଟିର ଜଣେ ବି ସଦସ୍ୟ ଆସି ନ ଥିଲେ। ଫଳରେ ଅମଲାମାନେ ଦିନ ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରି ପ୍ରଚଣ୍ଡ ଖରାରେ ରାଜରାସ୍ତାରେ ବୈଠକ କରିଥିଲେ। ଶେଷରେ ସେମାନେ କୋରାପୁଟ ଥାନାର ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

ବେସରକାରୀ ଛାତରେ ଲାଗିଛି ସରକାରୀ ହୋର୍ଡିଂ

ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍‌ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି।...

ତୃତୀୟ ଦିନରେ କୋରାପୁଟ ଲୋକ ସଭା ପାଇଁ ୨ ପ୍ରାର୍ଥୀ, ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୦ା୪(ଅମିତାଭ ବେହେରା): ଶନିବାର ନାମାଙ୍କନପତ୍ର ଦାଖଲର ତୃତୀୟ ଦିନ ହୋଇଥିବା ବେଳେ କୋରାପୁଟ ଲୋକ ସଭା ଆସନ ପାଇଁ ୨ ଜଣ ଓ କୋରାପୁଟ ବିଧାନସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri