ଓଷ୍ଟା କୋରାପୁଟ ଶାଖାର ରାସ୍ତାକୁ ଓହ୍ଲାଇବା ଚେତାବନୀ

ସୁନାବେଡ଼ା,୧୬।୫(ସ୍ବ.ପ୍ର.): ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁରୁବାର ଗଣଶିକ୍ଷା ବିଭାଗ ପକ୍ଷରୁ ବେତନ ପ୍ରଦାନ ପଦ୍ଧତି (ମୋଡାଲିଟି) ପ୍ରକାଶ ପାଇଛି। ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୋରାପୁଟ ଓଷ୍ଟା ସଂଘ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ସପ୍ତମ ବେତନ ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। କ୍ୟାବିନେଟ୍‌ ଅନୁମୋଦନ ପରେ ଜାନୁୟାରୀ ୧୧ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏହାର ପାଞ୍ଚ ମାସ ପରେ ମୋଡାଲିଟି ପ୍ରକାଶ ପାଇଛି। ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଚଞ୍ଚକତାପୂର୍ଣ୍ଣ ବୋଲି ସଂଘ କହିଛି। ଏଥିସହ ସରକାରଙ୍କ ଏହି ନିଷ୍ପତ୍ତି ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ମଞ୍ଚର ନେତୃମଣ୍ଡଳୀଙ୍କ ସହିତ ବାରମ୍ବାର ବୈଠକ କରାଯାଇଛି। ତେବେ ବିଜ୍ଞପ୍ତି ପ୍ରକାଶ ପାଇବାବେଳକୁ ଏଥିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସବୁ ବିଦ୍ୟାଳୟ, ମହାବିଦ୍ୟାଳୟକୁ ସପ୍ତମ ବେତନ ଦିଆ ନ ଯାଇ କେବେଳ ଶତପ୍ରତିଶତ ଦରମା ପାଉଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ବିଜ୍ଞପ୍ତି ଅନ୍ତର୍ଭୁକ୍ତ କରାଗଲା। ୭୫ ପ୍ରତିଶତ ଓ ଗୋଟିଏ ଦିନ ପରେ ୧୦୦ ପ୍ରତିଶତ ଦରମା ପାଇବା ପାଇଁ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ମଧ୍ୟ ବାଦ୍‌ ଦିଆଗଲା। ଏଭଳି ଏକ ବିଜ୍ଞପ୍ତି ପ୍ରକାଶ କରି ଶିକ୍ଷକମାନଙ୍କୁ ରାସ୍ତାକୁ ପୁନର୍ବାର ଆସିବା ପାଇଁ ସରକାର ବାଧ୍ୟ କରୁଛନ୍ତି ବୋଲି ସଂଘ କହିଛି। କରୋନା ପାଇଁ ଦୀର୍ଘ ୨ ବର୍ଷ ପରେ ସ୍ବାଭାବିକ ହୋଇ ଆସୁଥିବା ଶିକ୍ଷାଦାନ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି ବୋଲି ସେମାନେ କହିଛନ୍ତି। ୧୭ ତାରିଖ ସୁଦ୍ଧା ଏହାର ସମାଧାନ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଯଦି ଏଥିରେ ପରିବର୍ତ୍ତନ କରା ନ ଯାଏ, ତେବେ ପୁନର୍ବାର ହଜାର ହଜାର ଶିକ୍ଷକ, କର୍ମଚାରୀ ରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି। ସରକାରଙ୍କ ଉକ୍ତ ପଦ୍ଧତି (ମୋଡାଲିଟି) ଅନୁଯାୟୀ ଦରମା ଗ୍ରହଣ କରାଯିବ ନାହିଁ। ଦରକାର ପଡିଲେ ୧୮ରେ ବିଇଓ, ଡିଇଓ ଅଫିସ ଅଚଳ କରାଯିବ ବୋଲି କୋରାପୁଟ ଜିଲା ସମ୍ପାଦକ ଅଶୋକ ପଟ୍ଟନାୟକ କହିଛନ୍ତି। ସଭାପତି ସୁଶାନ୍ତ ଖୁଣ୍ଟିଆ, ରାଜ୍ୟ ଉପସଭାପତି ରାମକୃଷ୍ଣ ସାବତ, ଜିଲା କାର୍ଯ୍ୟକାରୀ ସଭାପତି ବିଜୟ ଭଟ୍ଟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ବୈଦ୍ୟ, ଜିଲା ଉପସଭାପତି ସରୋଜ ପାଢ଼ୀଙ୍କ ସମେତ ସମସ୍ତ ବ୍ଲକ ସଭାପତି ଓ ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସରକାରଙ୍କ ଉଦାସୀନତାରୁ ସୀମାନ୍ତବାସୀ ଆନ୍ଧ୍ରମୁହାଁ’

ପଟ୍ଟାଙ୍ଗୀ/କୋରାପୁଟ, ୧୧।୩(ଡି.ଏନ୍‌.ଏ./ସ୍ବ.ପ୍ର.):ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୁଧବାର କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତ ଗସ୍ତ କରିଛନ୍ତି।...

କଥା ଦେଇ ପ୍ରତିଶ୍ରୁତି ପୂରଣ କଲେ ସରପଞ୍ଚ

ଦଶମନ୍ତପୁର,୧୫ା୧୧ (ଡି.ଏନ୍‌.ଏ.): ଅନେକେ ଅଛନ୍ତି ନିର୍ବାଚନ ସମୟରେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ ରଖନ୍ତି ନାହିଁ। ମାତ୍ର ଏଭଳି କିଛି କମ ରାଜନେତା ଅଛନ୍ତି ଯେଉଁମାନେ ପ୍ରତିଶ୍ରୁତି...

ନିୟମିତ ଡାକ୍ତର ରହୁ ନ ଥିବାରୁ ଉତ୍ତେଜନା

ଦଶମନ୍ତପୁର, ୧୩।୯ ( ଅରବିନ୍ଦ ନାୟକ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ବିରିଗୁଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ଅବ୍ୟବସ୍ଥା ଲାଗି ରହିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ...

ପ୍ରଶାସନ ଚୁପ୍‌, ଆଗେଇଆସିଲେ ସ୍ବେଚ୍ଛାସେବୀ:ସଚେତନତା ପାଇଁ ଟାଙ୍ଗିଲେ ଫଳକ

ଜୟପୁର,୧୫ା୩(ଡି.ଏନ୍‌.ଏ.) ରାସ୍ତାଘାଟ ପରି ସାର୍ବଜନୀନ ସ୍ଥାନରେ ଲୋକଙ୍କ ସୁରକ୍ଷା ଓ ସଚେତନତା ପାଇଁ ପ୍ରଶାସନ କିଛି ନାମଫଳକ ଲଗାଇବା କଥା। କିନ୍ତୁ ପ୍ରଶାସନ ନିଜ ଦାୟିତ୍ୱ...

ଜାତୀୟ ପରିବାର ମଙ୍ଗଳ ଯୋଜନାରେ ବିପିଏଲ୍‌ କାର୍ଡ ବାଧକ

ବୈପାରିଗୁଡା,୨୮ା୮(କଳ୍ପତରୁ ମହାନ୍ତି): ପରିବାର ମଙ୍ଗଳ ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ରୋଜଗାରକ୍ଷମ ୬୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ଯଦି ମୃତ୍ୟୁ ଘଟେ...

ଲାଞ୍ଚ ନେଇ ଭିଜିଲାନ୍ସରେ ଧରାପଡିବା ଘଟଣା: ଗିରଫ ହେଲେ ଫାଣ୍ଡି ଅଧିକାରୀ

ଜୟପୁର,୭ା୮(ପବନ ପାଣିଗ୍ରାହୀ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ରବିବାର ଧରାପଡିଥିବା ଆମ୍ବାଗୁଡା ଫାଣ୍ଡି ଅଧିକାରୀ ପ୍ରଶାନ୍ତ ମହାନ୍ତିଙ୍କୁ ସୋମବାର ଗିରଫ କରାଯାଇଛି। ସେ ସେଠାରେ ଏସ୍‌ଆଇ...

ଦାଦନ ଯାଇ ବଳିପଡିଲା ଦୁଃଖ

ନନ୍ଦପୁର,୧୫ା୯ (ଶଙ୍କର ପୂଜାରୀ): ୧୩ବର୍ଷ ତଳେ ପରିବାରର ଆର୍ଥିକ ଦୁର୍ଗତି ଯୋଗୁ ରୋଜଗାର ଖୋଜିବାକୁ ଆନ୍ଧ୍ର ଅଞ୍ଚଳକୁ ଗ୍ରାମର କିଛି ମହିଳାଙ୍କ ସହ ଦାଦନ ଖଟିବାକୁ...

ନିର୍ବାଚନ ନୁହେଁ, ସହମତିରେ ଚୟନ

କୋରାପୁଟ,୨୧ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତରେ ନିର୍ବାଚନ ହେବ ନାହିଁ। ସହମତିଭିତ୍ତିରେ ଜନପ୍ରତିନିଧି ଚୟନ ହେବେ ବୋଲି କୋରାପୁଟସ୍ଥିତ ଏକ ହୋଟେଲରେ ଗୁରୁବାର ସନ୍ଧ୍ୟାରେ...

Advertisement
Archives

Model This Week