Posted inଜାତୀୟ

ବିବାହ କରି ସାରିଛି, ତେଣୁ ରାଗୁ ନାହିଁ: ଖାର୍ଗେଙ୍କୁ ଧନକରଙ୍କ ମଜାଳିଆ ଜବାବ…

ନୂଆଦିଲ୍ଲୀ,୩।୮ : ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ ହଟ୍ଟଗୋଳ ଥମିବାର ନାମ ନେଉ ନାହିଁ। ବିରୋଧୀ ଧାରା ୨୬୭ ଅଧୀନରେ ଲଗାତାର ଆଲୋଚନା ପାଇଁ ଦାବି କରୁଛନ୍ତି। ଏଥି ସହିତ ସରକାର କହିଛନ୍ତି ବିରୋଧୀ ଦଳ ନିଜେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି। ଏବେ ପୁଣି ଥରେ ଏହି ପ୍ରସଙ୍ଗରେ ରାଜ୍ୟସଭାରେ ତୀବ୍ର ବିତର୍କ ଦେଖିବାକୁ ମିଳିଛି। ମଣିପୁରକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ବାଚସ୍ପତି ଜଗଦୀପ ଧନକରଙ୍କ ମଧ୍ୟରେ ତୀବ୍ର ବାକ୍ୟ ଆଦାନ ପ୍ରଦାନ ହୋଇଥିଲା। ତେବେ ଏହି ସମୟରେ ଜଗଦୀପ ଧନକର ମଧ୍ୟ ଏକ ମଜାଳିଆ ସ୍ବରରେ କଥା ହେଉଥିବା ଦେଖିବାକୁ ମିଳିଥିଲା।
ଖାର୍ଗେ କହିଥିଲେ ମଣିପୁରକୁ ଭାଜପା ଏକ ସମ୍ମାନର ପ୍ରସଙ୍ଗ ନ କରି ଏହା ଉପରେ ଆଲୋଚନା କରିବା ଆବଶ୍ୟକ। ସେ ବାଚସ୍ପତି କହିଥିଲେ, ବୋଧହୁଏ ଆପଣ ଗତକାଲି ରାଗିଯାଇଥିଲେ। ଏହା ଉପରେ ଧନକର ଥଟ୍ଟା କରି କହିଥିଲେ ମୁଁ ୪୫ ବର୍ଷ ହେଲା ବିବାହ କରିଛି। ଏବେ ଆଉ ରାଗୁ ନାହିଁ। ଆଇନଜୀବୀ ଭାବରେ ମଧ୍ୟ ଆମର କ୍ରୋଧ କରିବାର ଅଧିକାର ନାହିଁ।

ଜଗଦୀପ ଧନକରଙ୍କୁ ଜବାବ ଦେଇ ଖାର୍ଗେ କହିଛନ୍ତି, ଆପଣ ଏହାକୁ ପ୍ରକାଶ କରି ନ ପାରନ୍ତି ନାହିଁ କିନ୍ତୁ ଆପଣ ଭିତରୁ କ୍ରୋଧିତ ହେଉଥିବେ। ଏହା ପରେ ଖାର୍ଗେ ଅଭିଯୋଗ କରିଥିଲେ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁରକ୍ଷା କରୁଛନ୍ତି। ଧନକର ଉତ୍ତର ଦେଇ କହିଥିଲେ, ପ୍ରଧାନମନ୍ତ୍ରୀଙ୍କର କୌଣସି ସୁରକ୍ଷା ଦରକାର ନାହିଁ। ତାଙ୍କର ଏକ ବିଶ୍ୱସ୍ତରୀୟ ପରିଚୟ ଅଛି। ଆମେରିକାର ସଂସଦରେ ତାଙ୍କ ଭାଷଣ ଶୁଣିବା ପରେ ଦେଶର ସାଧାରଣ ଲୋକମାନେ କେତେ ଗର୍ବ ଅନୁଭବ କରୁଛନ୍ତି ଭାବନ୍ତୁ । ତିରିଶ ବର୍ଷ ପରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଥିବା ଏକ ସରକାର ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?