ଏହି କ୍ଲବରେ ଅନୁଷ୍ଠିତ ହେଲା ‘ନେକେଡ ପାର୍ଟି’, ଉଲଗ୍ନ ଭାବରେ ଯୋଗଦେଲେ ରାଜନେତା ଠାରୁ ସେଲିବ୍ରେଟି,ଆଉ ତା’ ପରେ…

ମସ୍କୋ,୧୨।୧: ଦେଶ ବା ବିଦେଶରେ ଥିବା କ୍ଲବରେ ବିଭିନ୍ନ ପ୍ରକାର ଥିମ୍‌ରେ ପାର୍ଟି ଆୟୋଜନ କରାଯାଇଥାଏ। ଆଉ ସେହି ଅନୁସାରେ ପାର୍ଟିରେ ଯୋଗ ଦେଉଥିବା ସଦସ୍ୟଙ୍କୁ ଡ୍ରେସକୋଡ ଓ କଷ୍ଟ୍ୟୁମ ପିନ୍ଧିବାକୁ ପଡିଥାଏ। କିନ୍ତୁ ଋଷିଆରେ ଏପରି ଏକ ପାର୍ଟି ଆୟୋଜନ ହୋଇଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ମସ୍କୋର ଏହି କ୍ଲବରେ ‘ନେକେଡ ପାର୍ଟି’ ଅନୁଷ୍ଠିତ ହୋଇଛି। ଯେଉଁଠି ସମସ୍ତେ ଉଲଗ୍ନ ଭାବରେ ଏଥିରେ ଯୋଗଦାନ କରିଥିଲେ। ଏପରି ପାର୍ଟିର ଆୟୋଜନ ପରେ ଋଷିଆରେ ଚହଳ ପଡିଯାଇଛି। ରାଜନୀତି ମହଲ ଠାରୁ ଆରମ୍ଭ କରି ମନୋରଞ୍ଜନ କ୍ଷେତ୍ରରେ ସବୁଠି ହଇଚଇ ସ୍ଥିତି ସୃଷ୍ଟି ହୋଇଛି।
ସୂଚନାଥାଉ କି, ଏହି ପାର୍ଟିରେ ଲୋକେ ବିନା ପୋଷାକରେ ଯୋଗ ଦେଇଥିଲେ। ଏଥିରେ କେବଳ ସାଧାରଣ ଲୋକ ନୁହନ୍ତି ବଡ ବଡ ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଯାଏଁ ଉଲଗ୍ନ ଭାବେ ଶାମିଲ ହୋଇଥିଲେ। ଯାହାକୁ ନେଇ ଋଷିଆର ରାଜନୈତିକ ମାହୋଲରେ ହଇଚଇ ସୃଷ୍ଟି ହୋଇଛି। ମସ୍କୋର ମୁତାବୋର ଭେନ୍ୟୁରେ ଆୟୋଜିତ ନେକେଡ ପାର୍ଟିରେ ହାଇ-ପ୍ରୋଫାଇଲ ଲୋକମାନେ ଅର୍ନ୍ତବସ୍ତ୍ର କିମ୍ବା ଶରୀର ଲୁଚୁ ନ ଥିବା ପୋଷାକ ପିନ୍ଧିଥିଲେ।
ପାର୍ଟିକୁ ଋଷିଆବାସୀ ନିନ୍ଦା କରିବା ସହ ଏହି ଘଟଣା କୋର୍ଟରେ ପହଞ୍ଚିଛି। ଯାହାପରେ କୋର୍ଟ ଏହି କ୍ଲବକୁ ୩ମାସ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଶୁଣାଣିବେଳେ କହିଛନ୍ତି ଯେ, କ୍ଲବ ସ୍ବଚ୍ଚତା ଓ ମହାମାରୀ ସମ୍ବନ୍ଧ ନିୟମକୁ ଉଲ୍ଲଘଂନ କରିଛି।

ସୂଚନାଯୋଗ୍ୟ, ଅନୁମାନ କରାଯାଉଛି, କ୍ରେମଲିନ(ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ) ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପର ଠାରୁ ଋଢିବାଦୀ ବୟାନବାଜୀ ତୀବ୍ର କରିଛି। ଏହିକ୍ରମରେ ଋଷିଆର ରାଜେନୈତିକ ମହଲରେ ପାର୍ଟିକୁ ନେଇ ତୀବ୍ର ନିନ୍ଦା ଓ ସମାଲୋଚନା କରାଯାଉଛି।
ସମାଲୋଚନାର ଶିକାର ହୋଇ ପାର୍ଟିରେ ଯୋଗ ଦେଇଥିବା ଋଷିଆର ବଡ ବଡ ସେଲିବ୍ରେଟି ଓ ରାଜନେତା ଏପରିକି ସାମ୍ବାଦିକମାନେ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଛାତ୍ର ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୨୨।୫: ଲକ୍ଷ୍ନୌର ଆଲିଗଞ୍ଜରେ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଛାତ୍ର କୋଚିଂ ସେଣ୍ଟର…

ଲାଲୁ ଜଣେ ବଡ଼ ଖଳନାୟକ: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ପାଟନା,୨୨।୬:ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛନ୍ତି। ଲାଲୁ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

ଷ୍ଟାର୍ମରଙ୍କ ଇସ୍ତଫା ପରେ ଜାଣନ୍ତୁ କିଏ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨।୬: ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଷ୍ଟାର୍ମର କହିଛନ୍ତି,…

ଲେବର ପାର୍ଟିରେ ଉତ୍ତେଜନା ମଧ୍ୟରେ ୟୁକେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କିର୍‌ ଷ୍ଟାର୍ମର

ଲଣ୍ଡନ,୨୨।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର (ଜୁନ ୨୨) କିର୍‌ ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri