ଆଲ୍ଲୁ ଅର୍ଜୁନଙ୍କ ଓଜନ ବୃଦ୍ଧିକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ କଲେ ପ୍ରଶଂସକ

ଚେନ୍ନାଇ: ସାଉଥ୍ ଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ୍ ଦେଶର କୋଣେ କୋଣେ ଦେଖିବାକୁ ମିଳିଥିଲା । ଦର୍ଶକେ ତାଙ୍କ ଦେଶୀ ଲୁକ୍ସ ଉପରେ ଖୁବ୍ ଇମ୍ପ୍ରେସ୍ ହୋଇଥିବା ବେଳେ ଏହାକୁ କପି କରିବା ଦେଖାଯାଇଥିଲା । ବିଦେଶୀମାନେ ବି ଆଲ୍ଲୁଙ୍କ ପୁଷ୍ପା ଭର୍ସନକୁ ନେଇ ଖୁବ୍ ରିଲ୍ ତଆରି କରିଛନ୍ତି । ହେଲେ ଏବେ ଆଲ୍ଲୁ ଅର୍ଜୁନଙ୍କ ଶରୀରର ଓଜନ ବୃଦ୍ଧି ପାଇଥିବାରୁ ସେ ଆସିଯାଇଛନ୍ତି ଦର୍ଶକ ତଥା ପ୍ରଶଂସକଙ୍କ ଟାର୍ଗେଟକୁ ।
ସୋସିଆଲ ମିଡିଆରେ ଆଲ୍ଲୁ ଅର୍ଜୁନଙ୍କର ଏକ ଫଟୋ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ଲାଜ ଲାଗିଛି । ଭାଇରାଲ ହୋଇଥିବା ଫଟୋରେ ଆଲ୍ଲୁ ବ୍ଲୁ କଲର ଏକ ପ୍ରିଣ୍ଟେଟ ଟି ସର୍ଟ ପିନ୍ଧିଥିବା ବେଳେ ବ୍ଲାକ କଲର ଟ୍ରାଉଜର ପିନ୍ଧିଛନ୍ତି । ଏହି ଫଟୋରେ ସେ ୱେଟ ଗେନ କରିଥିବା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ତାଙ୍କର ଏହି ଓଜନ ବୃଦ୍ଧିକୁ ଦେଖି ୟୁଜର୍ସ ଆଲ୍ଲୁଙ୍କ ଆଲୋଚନା କରିଛନ୍ତି ।
ଜଣେ ୟୁଜର୍ସ ଲେଖିଛନ୍ତି, ୟେ ତୋ ସଡ଼କ ଛାପ ଚୋର ଜୈସେ ଲଗ ରହେ ହେ, ସାଉଥ କି ଲୋକ ୟେସେ ଭିକାରି କେ ଲିଏ ପାଗଲ ହେ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, କେଉଁଠୁ ନେଇଛ ଏହି ଟି ସର୍ଟ । ଅନ୍ୟ ଜଣେ କମେଣ୍ଟ କରିଛନ୍ତି, ବଡା ପାଓ ଲୁକ । ଆଉ ଜଣେ ଲେଖିଛନ୍ତି ଦିନକୁ ଦିନ ବୁଢା ହୋଇଯାଉଛନ୍ତି । ଆଉ କେହି କେହି ଲେଖିଛନ୍ତି, ଅଲ୍ଲୁ ପୁଷ୍ପା ୨: ଦ ରୁଲ ପାଇଁ ଓଜନ ବଢାଇଛନ୍ତି । ତେବେ ଏହା ତ ଫିଲ୍ମ ଆସିବା ପରେ ଜଣାପଡିବ କି ଆଲ୍ଲୁ ଅର୍ଜୁଙ୍କ ଓଜନ କାହିଁକି ବଢିଛି ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri