ଭତ୍ତା ଯୋଜନା-କିଛି ଉପେକ୍ଷିତ ଦିଗ

ଗରିବ ବ୍ୟକ୍ତି ଏବଂ ପରିବାରକୁ ସର୍ବନିମ୍ନ ଜାତୀୟସ୍ତରର ସାମାଜିକ ସୁରକ୍ଷା ଯୋଗାଇ ଦେବା ସରକାରଙ୍କ ଦାୟିତ୍ୱ। ଏକ ଜନମଙ୍ଗଳ ରାଷ୍ଟ୍ର ଭାବରେ ସମ୍ବିଧାନର Directive Principles of State Policy ନିର୍ଦ୍ଦେଶନାମା ଅନୁଚ୍ଛେଦ ୪୧ ଅନୁସାରେ ନିଜର ଉତ୍ତରଦାୟିତ୍ୱକୁ ପୂରଣ କରିବା ପାଇଁ ଭାରତ ସରକାର ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହା ମାଧ୍ୟମରେ ବେରୋଜଗାର, ବାର୍ଦ୍ଧକ୍ୟ, ଦୁର୍ବଳ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଭତ୍ତା ଆକାରରେ ଅର୍ଥ ରାଶି ଯୋଗାଇ ଦେବାର ବ୍ୟବସ୍ଥା ୧୯୯୫ ଅଗଷ୍ଟ ୧୫ରୁ ଆରମ୍ଭ କରାଯାଇଛି। ଏଥିରେ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ଜାତୀୟ ବିଧବା ଭତ୍ତା, ଜାତୀୟ ଭିନ୍ନକ୍ଷମ ଭତ୍ତା, ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଅନ୍ନପୂର୍ଣ୍ଣା ଭଳି ଯୋଜନା ଅନ୍ତର୍ଭୁକ୍ତ। ସର୍ବୋଚ୍ଚ ସ୍ତରରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଗ୍ରାମୀଣ ସ୍ତରରେ ଗ୍ରାମପଞ୍ଚାୟତ ଦ୍ୱାରା ଏହା ରୂପାୟନ ହୋଇଥାଏ।
ଯେତେବେଳେ ନିଜର କୌଣସି ଆୟ ପନ୍ଥା ନ ଥାଏ କିମ୍ବା ନିଜର ସନ୍ତାନସନ୍ତତି ଯତ୍ନ ନିଅନ୍ତି ନାହିଁ, ନିଜର ଜ୍ଞାତି ପରିଜନ, ବନ୍ଧୁବାନ୍ଧବ, ଭାଇ ସହୋଦର ହାତ ଛାଡ଼ି ଦିଅନ୍ତି, ସେତେବେଳେ ସାହାରା ଭାବରେ ଏହି ଯୋଜନା ସେହି ଦୁଃସ୍ଥ ବ୍ୟକ୍ତିମାନଙ୍କୁ ସର୍ବନିମ୍ନ ସାମାଜିକ ସୁରକ୍ଷା ସହିତ ଭରସା ଯୋଗାଇଥାଏ। ବୟସାନୁସାରେ ୫୦୦ରୁ ୯୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ସରକାରଙ୍କ ତରଫରୁ ଦିଆଯାଏ। ଅନେକ ସମୟରେ ଏହା ହିଁ ସେମାନଙ୍କର ଶେଷ ଆଶା। ସେହି ଦିନକୁ ଆତୁର ଭାବରେ ସେମାନେ ଅପେକ୍ଷା କରିଥାଆନ୍ତି, ଯେଉଁଦିନ ସେମାନେ ତାଙ୍କର ଭତ୍ତା ଗଣ୍ଡାକ ପାଇବେ। ସେହିପରି କମ୍‌ ବୟସରେ ସ୍ବାମୀ ଛାଡ଼ିଗଲା ପରେ ସ୍ତ୍ରୀଟି ପ୍ରାୟତଃ ବେସାହାରା ହେଇଯାଇଥାଏ। ଅନେକ ସମୟରେ ଛୋଟ ଛୋଟ ପିଲା ଛୁଆଙ୍କୁ ଧରି ବିଧବା ଜଣକ ଅନେକ ହଇରାଣ ହୋଇଥାଏ। ବେଳେବେଳେ ଶାଶୁଘର ଲୋକ ପଚାରନ୍ତି ନାହିଁ। ସେତିକିବେଳେ ସେମାନଙ୍କୁ ସାମାଜିକ ଭାବରେ ସୁରକ୍ଷା ପାଇଁ ସରକାର ବିଧବା ଭତ୍ତା ସାହାଯ୍ୟ କରିଥାଏ। ଭତ୍ତା ସ୍ବଳ୍ପ ହେଲେ ମଧ୍ୟ ଅଭାବ ସମୟରେ ଏହା ବଡ଼ ମହୌଷଧି।
ଏତଦ୍‌ ଭିନ୍ନ ଦିବ୍ୟାଙ୍ଗମାନଙ୍କୁ ଜାତୀୟ ଭିନ୍ନକ୍ଷମ ଭତ୍ତା ଯୋଜନାରେ ସରକାର ସାମାଜିକ ସୁରକ୍ଷା ଏବଂ ସହାୟତା ଯୋଗାଇ ଆସୁଛନ୍ତି। ଭତ୍ତା ବ୍ୟତିରେକେ ସାମାଜିକ ସୁରକ୍ଷା ଯୋଜନାରେ ପରିବାର ମଙ୍ଗଳ ଯୋଜନା ମାଧ୍ୟମରେ ପରିବାରର ମୁଖ୍ୟ ଆୟକାରୀଙ୍କ ମୃତ୍ୟୁ ହେଲେ ଏକକାଳୀନ ସହାୟତା ରାଶି ଏବଂ ଅତିଶୟ ଗରିବ ପରିବାରକୁ ଅନ୍ନପୂର୍ଣ୍ଣା ଯୋଜନାରେ ବିନା ମୂଲ୍ୟରେ ୧୦ କେଜି ଚାଉଳ ଇତ୍ୟାଦି ଯୋଗାଇ ଦିଆଯାଉଛି। ଉପରୋକ୍ତ ଭତ୍ତା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ନିଜସ୍ବ ଭତ୍ତା ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାରୁ ବଞ୍ଚତ୍ତ ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟ ସରକାର ନିଜସ୍ବ ଯୋଜନା କରିଛନ୍ତି।
ଉପରୋକ୍ତ ଯୋଜନା ଭଲ, ଆଭିମୁଖ୍ୟ ମଧ୍ୟ ଭଲ; କିନ୍ତୁ ଉପଯୁକ୍ତ କାର୍ଯ୍ୟକାରିତାର ଅଭାବ ରହିଛି। ପୂର୍ବରୁ ଭତ୍ତା ଯୋଜନାରେ ଅର୍ଥରାଶି ହାତକୁ ହାତ ଦେବାର ବ୍ୟବସ୍ଥା ଥିଲା। କିନ୍ତୁ ଦେଖାଗଲା ଯେ, ଅନେକ ହିତାଧିକାରୀଙ୍କ ପାଖକୁ ପଇସା ପହଞ୍ଚତ୍ ପାରିଲା ନାହିଁ। ଅନେକ ଲୋକ ମାସ ମାସ ଧରି ତାଙ୍କ ଭତ୍ତା ପାଇପାରିଲେ ନାହିଁ। ପଇସା ବାଟମାରଣାର ଅନେକ ଘଟଣା ସାମ୍ନାକୁ ଆସିଲା। ଏହାକୁ ରୋକିବା ପାଇଁ ସରକାର ସମସ୍ତଙ୍କୁ ତାଙ୍କର ନିଜସ୍ବ ବ୍ୟାଙ୍କ ଖାତାକୁ ଭତ୍ତାଟଙ୍କା ପଠାଇବାର ବ୍ୟବସ୍ଥା କଲେ। ମାତ୍ର ଏଥିରେ ବି କେତେକ କ୍ଷେତ୍ରରେ ଅସୁବିଧା ଦେଖାଗଲା, ଯାହା ଫଳରେ ଅନେକ ହିତାଧିକାରୀ ହଇରାଣ ହେଲେ। ଅନେକ ସମୟରେ ହିତାଧିକାରୀଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଦିଆଯାଇ ଥିବାରୁ କେଉଁଥିରେ ପଇସା ଜମାହେଉଛି ଜଣାପଡ଼ୁ ନାହିଁ। ବ୍ୟାଙ୍କ ତରଫରୁ ସଠିକ୍‌ ତଥ୍ୟ ହିତାଧିକାରୀଙ୍କୁ ଦିଆଯାଉ ନାହିଁ। ବ୍ୟାଙ୍କ ପାସ୍‌ ବହି ପ୍ରିଣ୍ଟକରି ହିତାଧିକାରୀଙ୍କ ସନ୍ଦେହ ଦୂର କରିବା ପାଇଁ ବ୍ୟାଙ୍କଗୁଡ଼ିକର ଇଚ୍ଛା ନାହିଁ। ଅନେକ ଲୋକଙ୍କର ନିଜ ବାସସ୍ଥାନରୁ ଦୂରରେ ଥିବା ବ୍ୟାଙ୍କରେ ଜମାଖାତା ଥିବାରୁ ସେମାନେ ସେଠାକୁ ଯାଇ ଭତ୍ତା ଟଙ୍କା ଆଣି ପାରୁ ନାହାନ୍ତି। ଅନେକ ଲୋକଙ୍କୁ ଜମାଖାତା ବଦଳରେ ବ୍ୟାଙ୍କ ଛୋଟ ଛୋଟ କାର୍ଡ ଦେଇଛନ୍ତି, ଯା’ ଫଳରେ ତାଙ୍କ ଜମାଖାତାରେ କେତେ ଟଙ୍କା ଜମା ହେଲା କେତେ ଉଠାଣ ହେଲା ସେମାନଙ୍କ ପାଖରେ ପ୍ରମାଣ ରହୁନାହିଁ। ଅନେକ ସମୟରେ ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ଠିକ୍‌ ଭାବରେ ନେଉ ନ ଥିବାରୁ ଅନେକ ମାସ ଧରି ଭତ୍ତା ପାଇ ପାରୁ ନାହାନ୍ତି।
ଅନେକ ସମୟରେ ଜନସେବା କେନ୍ଦ୍ରଗୁଡ଼ିକରେ ହିତାଧିକାରୀମାନଙ୍କୁ ଠିକ୍‌ ତଥ୍ୟ ପ୍ରଦାନ କରାଯାଉ ନାହିଁ। ଜନସେବା କେନ୍ଦ୍ରର କର୍ମଚାରୀମାନେ ହିତାଧିକାରୀମାନଙ୍କର ଫିଙ୍ଗର ପ୍ରିଣ୍ଟ ଛଳନା ପୂର୍ବକ ନେଇ ଭତ୍ତା ହଡ଼ପ କରି ନେଉଥିବାର ହିତାଧିକାରୀମାନେ ଅଭିଯୋଗ କରୁଛନ୍ତି। ବହୁ ସମୟରେ ପଞ୍ଚାୟତ ଅଧିକାରୀମାନଙ୍କର ହିତାଧିକାରୀମାନଙ୍କ ପ୍ରତି ବ୍ୟବହାର ରୁକ୍ଷ ହେଉଥିବା ଦେଖାଯାଇଥାଏ। ପ୍ରତ୍ୟେକ ମାସର ୧୫ ତାରିଖ ଦିନ ସାର୍ବଜନୀନ ଭତ୍ତା ଦିବସ ଭାବରେ ସରକାର ଘୋଷଣା କରିଥିବା ସତ୍ତ୍ୱେ ବିଗତ ଅନେକ ମାସ ହେଲା ୧୫ ତାରିଖ ସୁଦ୍ଧା ହିତାଧିକରୀମାନଙ୍କୁ ଭତ୍ତା ଦିଆଯାଇପାରିଲା ନାହିଁ। ଅନେକ ସମୟରେ ଠିକ୍‌ ସମୟରେ ଟଙ୍କା ପଞ୍ଚାୟତରେ ପହଞ୍ଚତ୍ ପାରୁ ନାହିଁ। ଫଳରେ ହିତାଧିକାରୀମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼େ। ଅନେକ ବୁଢ଼ାବୁଢ଼ୀ, ଭିନ୍ନକ୍ଷମ ପଞ୍ଚାୟତ ଅଫିସକୁ ଆସିବାକୁ ଅକ୍ଷମ। କିଛି ଲୋକ ରୋଗଶଯ୍ୟାରେ ପଡ଼ିଥିବାରୁ ଭତ୍ତା ନେବାକୁ ଆସି ପାରନ୍ତି ନାହିଁ। ତେଣୁ ସେମାନଙ୍କୁ ତାଙ୍କ ଦୁଆରମୁହଁରେ ଭତ୍ତା ପହଞ୍ଚାଇବାର ବ୍ୟବସ୍ଥା କରିପାରିଲେ ନାହିଁ। ଆଜିବି ୭୦-୮୦ ବର୍ଷର ଅନେକ ଲୋକ ଭତ୍ତା ପାଇଁ ଅନେଇ ରହିଛନ୍ତି। ସେପଟେ ଲୋକଙ୍କ ବୟସ ହେଲେ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, କିନ୍ତୁ ଏପଟେ କହୁଛନ୍ତି ଟାର୍ଗେଟ୍‌ ନାହିଁ। କେତେକ କର୍ମଚାରୀଙ୍କ ଅପାରଗତା ହେତୁ କେତେ ହିତାଧିକାରୀ ପ୍ରକୃତରେ ଭତ୍ତା ପାଇବା ପାଇଁ ଯୋଗ୍ୟ, ତା’ର ତଥ୍ୟ ସରକାରଙ୍କ ପାଖରେ ନାହିଁ।
କେତେକ ଛୋଟଛୋଟ ପଦକ୍ଷେପ ଦ୍ୱାରା ଏଭଳି ଅସୁବିଧାକୁ କେତେକାଂଶରେ କମ୍‌ କରାଯାଇପାରିବ। ଯେପରିକି ସମସ୍ତ ହିତାଧିକାରୀଙ୍କୁ ବାଧ୍ୟତାମୂଳକ ବ୍ୟାଙ୍କ ଜମାଖାତା ଦେବାର ବ୍ୟବସ୍ଥା। ନିର୍ଦ୍ଦିଷ୍ଟ ଦୂରତାରେ କିୟୋସ୍କ ବ୍ୟାଙ୍କ ସ୍ଥାପନ। କିୟୋସ୍କ ବ୍ୟାଙ୍କଗୁଡ଼ିକରେ ଜମା ବହି ଅପଡେଟ୍‌ ଏବଂ ମୁଦ୍ରଣର ବ୍ୟବସ୍ଥା। ନିର୍ଦ୍ଦିଷ୍ଟ ଦିନରେ ଭତ୍ତା ଦେବାର ବ୍ୟବସ୍ଥା ଏବଂ ଅନୁପସ୍ଥିତ ହିତଧିକାରୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ଅତିଶୟ ବୟସ୍କ ଏବଂ ଶଯ୍ୟାଶାୟୀ ହିତାଧିକାରୀଙ୍କୁ ଦୁଆର ମୁହଁରେ ପଞ୍ଚାୟତ ଏବଂ ବ୍ୟାଙ୍କ ତରଫରୁ ଭତ୍ତା ଦେବାର ବ୍ୟବସ୍ଥା। ଅତ୍ୟାବଶ୍ୟକ ସ୍ଥଳେ କିଛି ହିତାଧିକାରୀଙ୍କୁ ନଗଦ ଭତ୍ତା ଦେବାର ବ୍ୟବସ୍ଥା। ନିୟମିତ ବ୍ୟବଧାନରେ )ହିତାଧିକାରୀମାନେ ଭତ୍ତା ପାଉଛନ୍ତି କି ନାହିଁ ତାହାର ଯାଞ୍ଚ କଲେ ଉପରୋକ୍ତ ସମସ୍ୟାକୁ କେତେକାଂଶରେ ଦୂର କରାଯାଇପାରିବ।

  • ରାଜୀବ କର୍ମି
    ଶଗଡ଼ା, ବୌଦ୍ଧ
    ମୋ: ୮୩୨୮୮୪୮୧୪୫

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?