‘ଅନୁପ୍ରବେଶ’କୁ ଅନୁମତି

ଆମ ପଡ଼ୋଶୀ ରାଜ୍ୟଗୁଡ଼ିକ ଆମ ଅଞ୍ଚଳକୁ ଜବରଦଖଲ ବା ଅନୁପ୍ରବେଶ କରିବାରେ ଲାଗିଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକର ଅଧିବାସୀଙ୍କୁ ମନ ଭୁଲାଣିଆ କଥା କହି, ସୁବିଧା ସୁଯୋଗ ଦେଇ ସେମାନେ ଅନୁପ୍ରବେଶ କରିବା ଖବର ରାଜ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ଏକ ସାଧାରଣ କଥା ହୋଇଯାଇଛି। ପ୍ରତିଦିନ ଏଭଳି ଖବର ଖବରକାଗଜ ପୃଷ୍ଠାମଣ୍ଡନ କରୁଛି। ଆମ ଅଞ୍ଚଳକୁ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ ସରକାର ଏଭଳି ବେଆଇନ ଭାବେ ଅନୁପ୍ରବେଶ କରିବାରେ ଲିପ୍ତ ରହିଛନ୍ତି। ଏପରି କି ବାଂଲାଦେଶୀମାନେ ସମୁଦ୍ର ବାଟ ଦେଇ କେନ୍ଦ୍ରାପଡ଼ା ଜିଲାକୁ ଆସି ସେଠାକାର ସ୍ଥାୟୀ ବାସିନ୍ଦା ପ୍ରମାଣ କରିବା ଲାଗି ସରକାରୀ ପ୍ରମାଣପତ୍ର ହାତେଇ ଥାଆନ୍ତି। ଆମ ରାଜ୍ୟରେ ଏଭଳି ବେଆଇନ ଅନୁପ୍ରବେଶ ଏକ ସାଧାରଣ ଘଟଣା। ଆମ ରାଜ୍ୟର ଦକ୍ଷିଣ ପାର୍ଶ୍ୱରେ ଥିତ୍ବା ଆନ୍ଧ୍ରପ୍ରଦେଶ ଏଭଳି ଜବରଦଖଲ କରିବାରେ ସବୁଠୁ ଧୁରନ୍ଧର। କୋରାପୁଟ ଏବଂ ଗଜପତି ଜିଲାର ସୀମାନ୍ତ ଗ୍ରାମଗୁଡ଼ିକୁ ଦଖଲ କରିବା ପାଇଁ ଏହା ଆପ୍ରାଣ ଚେଷ୍ଟା କରି ଆସୁଛି। ଆନ୍ଧ୍ର ସରକାର କୋରାପୁଟର କୋଟିଆ ଗ୍ରାମ ପଞ୍ଚାୟତର କେତେକ ଗ୍ରାମର ନଁା ବଦଳାଇ ନୂଆ ନାମ ଦେଇଛି। ଆନ୍ଧ୍ରର ଅଧିକାରୀମାନେ ସେଠାରେ ତାଙ୍କ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ସହ ଗ୍ରାମବାସୀଙ୍କୁ ସରକାରୀ ସୁବିଧା ସୁଯୋଗ ଦେବା ସହିତ ରାଶନ ସାମଗ୍ରୀ ବଣ୍ଟନ କରୁଛନ୍ତି। ଏଣୁ ହିତାଧିତ୍କାରୀମାନେ ଆନ୍ଧ୍ର ଆଡ଼କୁ ଢଳିବାରେ ସେମିତି କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କିଛି ଦିନ ପୂର୍ବେ ବାଲେଶ୍ୱରର ସୀମାନ୍ତ ଗ୍ରାମଗୁଡ଼ିକରେ ପଶ୍ଚିମବଙ୍ଗ ସରକାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରୁଥିବା ଖବର ପ୍ରକାଶ ପାଇଥିଲା। କହିବାକୁ ଗଲେ ଆମ ଅଞ୍ଚଳକୁ ଅନୁପ୍ରବେଶ କରିବାରେ ପଡ଼ୋଶୀ ରାଜ୍ୟଗୁଡ଼ିକଙ୍କ ଏଭଳି ପ୍ରଚେଷ୍ଟା ସମ୍ପୂର୍ଣ୍ଣ ନିନ୍ଦନୀୟ। ଏହା ଭୂ-ଆଇନ ବିରୋଧୀ। ପଡ଼ୋଶୀ ରାଜ୍ୟଗୁଡ଼ିକର ଏହି କାର୍ଯ୍ୟକୁ ପ୍ରତିରୋଧ କରିବାକୁ ଆମ ସରକାର ଅଧିକ ପଦକ୍ଷେପ ନେଇନାହାନ୍ତି। ତେବେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେବା ଉଚିତ। ଜବରଦଖଲ ସମ୍ପର୍କିତ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଏବଂ ଶୀର୍ଷ କୋର୍ଟ ତାଙ୍କ ରାୟ ଶୀଘ୍ର ଦେବେ ବୋଲି ଅନୁମାନ କରାଯାଉଛି।
ଆମ ଅଞ୍ଚଳକୁ ଏଭଳି ଅନୁପ୍ରବେଶ କରିବା ଅପଚେଷ୍ଟାରୁ ପଡ଼ୋଶୀ ରାଜ୍ୟଗୁଡ଼ିକ କ୍ଷାନ୍ତ ହେବା ଉଚିତ। ହେଲେ ଏହି ରାଜ୍ୟଗୁଡ଼ିକ ସହ ଆମେ ବାଣିଜ୍ୟ ଓ ବ୍ୟବସାୟିକ ଚୁକ୍ତି ବା କାରବାର କାହିଁକି ବନ୍ଦ କରିବା ତା’ର କୌଣସି କାରଣ ନାହିଁ । ଆନ୍ଧ୍ରପ୍ରଦେଶର କେତେକ ଡାଇରି ଫାର୍ମ ଗଜପତି ଜିଲାର ଡାଇରି ଫାର୍ମର ବା ଦୁଗ୍ଧଚାଷୀମାନଙ୍କ ସହ କାରବାର ଜାରି ରଖିବା ଏକ ଦୃଷ୍ଟାନ୍ତ। ଗତ ସପ୍ତାହରେ ପ୍ରକାଶ ପାଇଥିଲା ଯେ,ଗଜପତିର କେତେକ ଅଞ୍ଚଳର ଡାଇରି ଫାର୍ମର ବା ଦୁଗ୍ଧ ଚାଷୀମାନଙ୍କଠାରୁ ଆନ୍ଧ୍ରର ଡାଇରି କମ୍ପାନୀଗୁଡ଼ିକ ଉଚ୍ଚ ମୂଲ୍ୟରେ ଦୁ୍‌ଗ୍ଧ କିଣୁଛନ୍ତି। ଆନ୍ଧ୍ର ପଞ୍ଜୀକୃତ ନମ୍ବର ଥିବା ଗାଡ଼ିଗୁଡ଼ିକ କାଶିନଗର ବ୍ଲକର ବିଭିନ୍ନ ଭାଗରୁ କ୍ଷୀର ନେବା ଦେଖାଯାଇଛି। ଶହଶହ ଲିଟର କ୍ଷୀର ପ୍ରତିଦିନ ପଡ଼ୋଶୀ ରାଜ୍ୟକୁ ପଠାଯାଉଛି। ଆମ ରାଜ୍ୟ ସରକାରଙ୍କ ଡାଇରି କମ୍ପାନୀ ଓମଫେଡ୍‌ ଏକ ମିଲ୍କ ଫାର୍ମର୍ସ କୋଅପରେଟିଭ ସୋସାଇଟି ଗଠନ କରି ଗଜପତି ଜିଲାର ଖଣ୍ଡାବମ ବୁଦୁରା, ହରିପୁର, ଗୋଡ଼ିବନ୍ଧ, ବଥବା, କାଶିନଗର, ଟାଟା କାଶିନଗର, ବିଏନ ପୁର, କିଡ଼ିଗାମ, କଇଥପଦାର, ରାଣୀପୀଠ, ମିନିଗ୍ରାମ ଏବଂ ହାଟପଡ଼ା ଅଞ୍ଚଳର ଚାଷୀମାନଙ୍କଠାରୁ ଦୁଗ୍ଧ କିଣୁଛି। କିନ୍ତୁ ଏହି ଚାଷୀମାନେ ଓମ୍‌ଫେଡ୍‌ ବଦଳରେ ଆନ୍ଧ୍ର କମ୍ପାନୀଗୁଡ଼ିକୁ ଦୁଗ୍ଧ ବିକ୍ରି କରିବାକୁ ପସନ୍ଦ କରୁଛନ୍ତି। ଆନ୍ଧ୍ରପ୍ରଦେଶର ଡାଇରି କମ୍ପାନୀଗୁଡ଼ିକ ଶସ୍ତାରେ କୃଷକମାନଙ୍କୁ ଗୋଖାଦ୍ୟ ବିକ୍ରି କରୁଛନ୍ତି। ଓମ୍‌ଫେଡ୍‌ ଗୋଖାଦ୍ୟ କୁଇଣ୍ଟାଲ ପ୍ରତି ୧୨୦୦ ଟଙ୍କା ନେଉଥିବାବେଳେ ଆନ୍ଧ୍ର ଡାଇରି ଫାର୍ମଗୁଡ଼ିକ ପ୍ରତି କୁଇଣ୍ଟାଲ ୧୦୦୦ ଟଙ୍କାରେ ଯୋଗାଇ ଦେଉଛନ୍ତି। ସେମାନେ ମଧ୍ୟ ଦୁଗ୍ଧ ଚାଷୀମାନଙ୍କୁ ଋଣ ଏବଂ ରହାତି ଦେଉଛନ୍ତି। ଆନ୍ଧ୍ର କମ୍ପାନୀଗୁଡ଼ିକର ଏଭଳି ଆକ୍ରମଣାମତ୍କ ମାର୍କେଟିଂ ବ୍ୟବସ୍ଥା ଯୋଗୁ ଓମ୍‌ଫେଡ୍‌ର ଦୁଗ୍ଧ ସଂଗ୍ରହ କମିଯାଇଛି। ଏଣୁ କୃଷକମାନେ ଯଦି ଆନ୍ଧ୍ର କମ୍ପାନୀଗୁଡ଼ିକ ସହ କାରବାର ବନ୍ଦ ନ କରନ୍ତି ଏବଂ ଓମ୍‌ଫେଡକୁ ଦୁଗ୍ଧ ନ ଦିଅନ୍ତି, ତେବେ ଗଜପତି ପ୍ରଶାସନ ସ୍ଥାନୀୟ କୃଷକମାନଙ୍କ ପ୍ରତି କଠୋର ପଦକ୍ଷେପ ନେବ ବୋଲି ସତର୍କ କରିଦେଇଛି। ଉକ୍ତ ଘଟଣାର ନିରୀକ୍ଷଣ କରି କେଉଁ ଆଧାରରେ କୃଷକମାନେ ଆନ୍ଧ୍ର କମ୍ପାନୀଗୁଡ଼ିକ ସହ ବ୍ୟବସାୟ କରୁଛନ୍ତି ତା’ଉପରେ ଏକ ରିପୋର୍ଟ ଦେବା ପାଇଁ ଓମ୍‌ଫେଡ୍‌ ଅଧିକାରୀମାନଙ୍କୁ କୁହାଯାଇଛି। ସ୍ଥାନୀୟ ପ୍ରଶାସନର ଏଭଳି ପ୍ରତିଶୋଧପରାୟଣ ଭଲ ବଦଳରେ ଅଧିକ କ୍ଷତି କରିବ। ଆମ ଭୌଗୋଳିକ କ୍ଷେତ୍ରକୁ ଜବରଦଖଲ କରାଯିବା କାର୍ଯ୍ୟକୁ ନିନ୍ଦା କରାଯିବା ସହ ଏହା ଉପରେ ଉଚିତ ପଦକ୍ଷେପ ନେବା ଆବଶ୍ୟକ। କିନ୍ତୁ ଆନ୍ଧ୍ର ଫାର୍ମଗୁଡ଼ିକୁ ଅଧିତ୍କ ମୂଲ୍ୟରେ ଦୁଗ୍ଧ ବିକ୍ରି କରିବାରୁ ସ୍ଥାନୀୟ ଚାଷୀମାନଙ୍କୁ ରୋକିବା ଠିକ୍‌ ପଦକ୍ଷେପ ହେବ ନାହିଁ। ଏହାର ବିପରୀତ ପ୍ରଭାବ ପଡିପାରେ। ଦୁଗ୍ଧ ଚାଷୀମାନେ କାହାକୁ ଦୁଗ୍ଧ ବିକ୍ରି କରିବେ ସେ ନିଷ୍ପତ୍ତି ତାଙ୍କର। ତାହାକୁ ବନ୍ଦ କରିବା ପ୍ରଶାସନର କାମ ନୁହେଁ। ଏହା ସେମାନଙ୍କର ବ୍ୟବସାୟିକ ସ୍ବାର୍ଥର ବିଷୟ। ଯଦି ରାଜ୍ୟ ସରକାର ସେମାନଙ୍କ ବ୍ୟବସାୟିକ ସ୍ବାର୍ଥକୁ ନିଶ୍ଚିତ ବା ସୁରକ୍ଷିତ କରିପାରିବେନି, ତେବେ ସେମାନଙ୍କୁ ବନ୍ଦ କରିବା ଉଚିତ ନୁହେଁ। ଏହା ପରିବର୍ତ୍ତେ କେଉଁ ପରିସ୍ଥିତିରେ ଓ କାହିଁକି ଓଡ଼ିଶାର ଦୁଗ୍ଧ ଚାଷୀମାନେ ଓମ୍‌ଫେଡ୍‌ରୁ ମୁହର୍ଁ ଫେରାଇ ଆନ୍ଧ୍ର କମ୍ପାନୀ ମୁହଁା ହୋଇଛନ୍ତି ତା’ର କାରଣ ଜାଣିବାକୁ ଆମ ସରକାର ଚେଷ୍ଟା କରିବା ଉଚିତ୍‌। ଓମ୍‌ଫେଡ୍‌ ମଧ୍ୟ ତା’ର ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବା ସହ ଆନ୍ଧ୍ର ଡାଇରି ଫାର୍ମଗୁଡ଼ିକ ସହ ପ୍ରତିଯୋଗିତା କରିବାକୁ ପ୍ରୟାସ କରିବା ଆବଶ୍ୟକ। ଅନ୍ୟ ପକ୍ଷରେ ପ୍ରଶାସନ ଆମ ଚାଷୀମାନଙ୍କ ସ୍ବାର୍ଥ ଦୃଷ୍ଟିିରୁ ଏଭଳି ‘ଅନୁପ୍ରବେଶ’କୁ ଅନୁମତି ଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri