ଅଟୋ ଡିଲରଶିପ୍‌ ଖୋଲିବାକୁ ଅନୁମତି ମିଳୁ

ଭୁବନେଶ୍ୱର,୩୧ା୫:କରୋନା କଟକଣା ଯୋଗୁ ବର୍ତ୍ତମାନ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଅଟୋମୋବାଇଲ ଡିଲରଶିପ୍‌ଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଏହି ଡିଲରଶିପ୍‌ଗୁଡିକୁ ଖୋଲିବାକୁ ଅନୁମତି ଦେବା ଲାଗି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଶନ (ଏଫ୍‌ଏଡିଏ) ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିବେଦନ କରାଯାଇଛି।
ଏଥିରେ କୁହାଯାଇଛି ଯେ ସାମାଜିକ ଦୂରତ୍ୱ ପାଇଁ ବର୍ତ୍ତମାନ ସାଧାରଣ ପରିବହନ ଉପରେ କଟକଣା ଲାଗିଥିବାରୁ ଲୋକମାନେ ବ୍ୟକ୍ତିଗତ ଯାନରେ ଯିବାକୁ ପସନ୍ଦ କରୁଛନ୍ତି। ଫଳରେ ଯାନବାହନ ଚାହିଦା ବଢ଼ିଛି। କୋଭିଡ୍‌ ଯୋଦ୍ଧା, ସମ୍ମୁଖ ଯୋଦ୍ଧା ଏବଂ ଗ୍ରାହକମାନେ ବ୍ୟକ୍ତିଗତ ବ୍ୟବହାର ଲାଗି ପାସେଞ୍ଜର କାର୍‌ ଏବଂ ୨ ଚକିଆ ଯାନ ଡେଲିଭରି ଦେବାକୁ କହୁଛନ୍ତି। ବର୍ତ୍ତମାନ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପହଞ୍ଚାଇବା ଲାଗି ବାଣିଜି୍ୟକ ଯାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଲକ୍‌ଡାଉନ କଟକଣା ଯୋଗୁ ଗ୍ରାହକଙ୍କୁ ସେବା ଯୋଗାଇବା କଷ୍ଟକର ହେଉଛି। ସାଧାରଣତଃ ଅଟୋମୋବାଇଲ ଶୋ’ରୁମ୍‌ଗୁଡ଼ିକ ବଡ଼ ହୋଇଥିବାରୁ ଏଥିରେ ସାମାଜିକ ଦୂରତ୍ୱ ରଖିବା ସହଜ ହେବ। ୫୦% କର୍ମଚାରୀଙ୍କ ଦ୍ୱାରା ଗ୍ରାହକଙ୍କୁ ସେବା ଯୋଗାଇ ଦେବା ଲାଗି ଅନୁମତି ଦିଆଯାଉ। ଶୋ’ରୁମ୍‌ ପରିଚାଳନା ସମୟରେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ଭାବେ ପାଳନ, ଡିଲର ଶିପ୍‌ ଖୋଲି ଯାନ ବିକ୍ରି ଏବଂ ଡେଲିଭରି ସୁବିଧା ଦିଆଯିବାକୁ ନିବେଦନ କରାଯାଇଛି। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କଠାରୁ ସହଯୋଗ ଆଶା କରୁଛୁ ବୋଲି ଏଫ୍‌ଏଡିଏ ଓଡ଼ିଶାର ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ ଅଗ୍ରଓ୍ବାଲ କହିଛନ୍ତି। ସେହିଭଳି ରାଜ୍ୟ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସକୁ ଉତ୍ସାହିତ କରିବା ଲାଗି ସରକାର ଗ୍ରହଣ କରୁଥିବା ପଦକ୍ଷେପକୁ ସଂଘ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଦ୍ୱିତୀୟ ଲହରକୁ ରୋକିବା ଦିଗରେ ସରକାରଙ୍କ ପଦକ୍ଷେପକୁ ଚିଠିରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?