ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର ବିଭାଗୀୟ ସରକାରୀ ଅଧିକାରୀମାନେ ଅଭିଯୋଗକୁ ଭ୍ରୂକ୍ଷେପ ନ କରି ଦୁର୍ନୀତି କରିଚାଲୁଛନ୍ତି। ଫଳରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ରହୁନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି।
ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କହିଛନ୍ତି, ସରକାରୀ କର୍ମଚାରୀ କେତେ ଅର୍ଥ ଆତ୍ମସାତ୍‌ କରୁଛନ୍ତି ତାହା ଜନସାଧାରଣ ଜାଣିପାରୁ ନାହାନ୍ତି। ଏ ନେଇ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ନିତାନ୍ତ ଅପରିହାର୍ଯ୍ୟ। କାରଣ କେଉଁ ବିଭାଗରେ କେତେ ଖର୍ଚ୍ଚ ହେଉଛି ତାହା ଉଚ୍ଚ ପଦାଧିକାରୀ ଓ ସ୍ଥାନୀୟ ରାଜନେତା ହିଁ ଜାଣନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ହେଉଥିବା ଦୁର୍ନୀତିରେ ରାଜନେତା, ଉଚ୍ଚ ପଦାଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ସବୁକ୍ଷେତ୍ରରେ ଅବହେଳିତ ହୋଇ ପଡ଼ିରହିଛି। ଏଠାରେ ବିଭିନ୍ନ ବିଭାଗରେ ଅଧିକାଂଶ ଅଧିକାରୀ ବର୍ଷବର୍ଷ ଧରି ଗାଦି ମାଡ଼ି ବସିଛନ୍ତି। ଅନେକ ବିଭାଗରେ ଯନ୍ତ୍ରୀ, ଅଧିକାରୀ ନାହାନ୍ତି। ଫଳରେ ବିଭାଗରେ ଅନିୟମିତତା ହେଉଛି। ବୁଦ୍ଧିଜୀବୀ ପ୍ରବୀର ନାୟକ, କ୍ଷୀରୋଦ ମଲ୍ଲିକ କହିଛନ୍ତି, ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ବିଲୋପ ହେବା ପରେ ଅବହେଳିତ ହୋଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା ନ ଥିବାରୁ ଦୁର୍ନୀତି ବଢ଼ିଚାଲିଛି। ଉଦାହରଣ ସ୍ବରୂପ, ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ କିରାଣି ୧୦ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି। କେତେଜଣ କନିଷ୍ଠ ଯନ୍ତ୍ରୀ ତାଙ୍କର ଜଣେ ଜଣେ ଆସିଷ୍ଟାଣ୍ଟ ରଖି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଅନିୟମିତତା କରିବା ସହ ପିସି ଅର୍ଥ ହଡ଼ପ କରୁଥିବା ନେଇ ସାଧାରଣରେ ବାରମ୍ବାର ଅଭିଯୋଗ ହେଉଛି। ହେଲେ ସ୍ଥାନୀୟ ରାଜନେତାଙ୍କୁ ହାତ କରି ସେମାନେ ବର୍ଷ ବର୍ଷ ଧରି ରହିଛନ୍ତି। ଅନ୍ୟପକ୍ଷରେ ଏହି ଯନ୍ତ୍ରୀମାନେ ସରକାରୀ କ୍ୱାର୍ଟର୍ସରେ ରହୁଥିବା ବେଳେ ସେମାନେ ରଖିଥିବା ଅନଭିଜ୍ଞ ଆସିଷ୍ଟାଣ୍ଟ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟକୁ ତଦାରଖ କରି ନିମ୍ନମାନର କାମ କରୁଥିବା ଅଭିଯୋଗ ହେଉଛି। ଯନ୍ତ୍ରୀ କେହି କାର୍ଯ୍ୟ ତଦାରଖ କରୁ ନ ଥିବା ଫଳରେ ଠିକାଦାର ଉନ୍ନତିମୂଳକ କାର୍ଯ୍ୟରେ ଅନିୟମିତତା କରି ମାଲାମାଲ ହେଉଛନ୍ତି।
ପ୍ରକାଶଥାଉ କି, କିଛିମାସ ତଳେ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ଯୋଗାଣ ବିଭାଗର ମନମାନି ପାଇଁ ବ୍ଲକ ପରିସରରେ ଜଣେ ସରପଞ୍ଚ ଗଣ୍ଡଗୋଳ କରି ଗିରଫ ହୋଇ ଜାମିନରେ ଆସିଛନ୍ତି। ନୀଳକଣ୍ଠପୁର ସରପଞ୍ଚ ଜ୍ଞାନେନ୍ଦ୍ର ଖଣ୍ଡାୟୀ ରାଶନକାର୍ଡରୁ ବଞ୍ଚତ୍ତ ହିତାଧିକାରୀଙ୍କୁ କାର୍ଡ ଯୋଗାଇବା ଓ ରାଶନକାର୍ଡରେ ନାମ ସଂଯୋଗ କରିବାକୁ ନିଜ ପଞ୍ଚାୟତର କେତେଜଣ ହିତାଧିକାରୀଙ୍କ ନାମ ତାଲିକା ବ୍ଲକ ଯୋଗାଣ ବିଭାଗରେ ଦାଖଲ କରିଥିଲେ। ସରପଞ୍ଚ ଜଣକ ବାରମ୍ବାର ଦୌଡିବା ପରେ ମଧ୍ୟ ଯୋଗାଣ ବିଭାଗର ମନମାନି ଯୋଗୁ ସମସ୍ୟା ସମାଧାନ ହୋଇ ନ ପାରିବା ଓ ସରପଞ୍ଚ ଜଣକ ସାଧାରଣରେ ଅପମାନିତ ହେବା ପରେ ଅତିଷ୍ଠ ହୋଇ ବ୍ଲକ ପରିସରରେ ହୋହଲ୍ଲା କରିଥିଲେ। ଏଥିରେ କେତେଜଣ ଷ୍ଟାଫ୍‌ଙ୍କ ସହ ତେରିମେରି ହୋଇ ଠେଲାପେଲା ଭଙ୍ଗାରୁଜା ହୋଇଥିଲା। ଠେଲାପେଲା ଭିତରେ ସରପଞ୍ଚଙ୍କ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। ଉଭୟ ପରସ୍ପର ନଁାରେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ସରପଞ୍ଚ କଟକରୁ ଚିକିତ୍ସା କରାଇ ଫେରୁଥିବା ବେଳେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା, ମାତ୍ର ଏବେ ସେ ଜାମିନରେ ଆସିଛନ୍ତି। ଏପରି ପଞ୍ଚାୟତ ସମିତିରେ ବହୁ ଅଭିଯୋଗ ଆସୁଥିଲେ ମଧ୍ୟ ଜନସାଧାରଣ ଥାନାରେ ମିଛ କେସ ହୋଇଯିବା ଭୟରେ ମୁହଁ ଖୋଲୁନାହାନ୍ତି। ଏଥିପାଇଁ ଦୁର୍ନୀତି ବିରୋଧରେ ଜିରୋ ଟଲରାନ, ୫-ଟି, ମୋ ସରକାରର ସ୍ଲୋଗାନ ଦେଉଥିବା ନବୀନ ସରକାର ବଦନାମ ହେବା ସହ ସରକାରୀ କର୍ମଚାରୀଙ୍କର ରାଜ୍‌ ଚାଲିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଏ ବାବଦରେ ବହୁବାର ଅଭିଯୋଗ ଆସିଲାଣି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri