ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର ବିଭାଗୀୟ ସରକାରୀ ଅଧିକାରୀମାନେ ଅଭିଯୋଗକୁ ଭ୍ରୂକ୍ଷେପ ନ କରି ଦୁର୍ନୀତି କରିଚାଲୁଛନ୍ତି। ଫଳରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ରହୁନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି।
ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କହିଛନ୍ତି, ସରକାରୀ କର୍ମଚାରୀ କେତେ ଅର୍ଥ ଆତ୍ମସାତ୍‌ କରୁଛନ୍ତି ତାହା ଜନସାଧାରଣ ଜାଣିପାରୁ ନାହାନ୍ତି। ଏ ନେଇ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ନିତାନ୍ତ ଅପରିହାର୍ଯ୍ୟ। କାରଣ କେଉଁ ବିଭାଗରେ କେତେ ଖର୍ଚ୍ଚ ହେଉଛି ତାହା ଉଚ୍ଚ ପଦାଧିକାରୀ ଓ ସ୍ଥାନୀୟ ରାଜନେତା ହିଁ ଜାଣନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ହେଉଥିବା ଦୁର୍ନୀତିରେ ରାଜନେତା, ଉଚ୍ଚ ପଦାଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ସବୁକ୍ଷେତ୍ରରେ ଅବହେଳିତ ହୋଇ ପଡ଼ିରହିଛି। ଏଠାରେ ବିଭିନ୍ନ ବିଭାଗରେ ଅଧିକାଂଶ ଅଧିକାରୀ ବର୍ଷବର୍ଷ ଧରି ଗାଦି ମାଡ଼ି ବସିଛନ୍ତି। ଅନେକ ବିଭାଗରେ ଯନ୍ତ୍ରୀ, ଅଧିକାରୀ ନାହାନ୍ତି। ଫଳରେ ବିଭାଗରେ ଅନିୟମିତତା ହେଉଛି। ବୁଦ୍ଧିଜୀବୀ ପ୍ରବୀର ନାୟକ, କ୍ଷୀରୋଦ ମଲ୍ଲିକ କହିଛନ୍ତି, ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ବିଲୋପ ହେବା ପରେ ଅବହେଳିତ ହୋଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା ନ ଥିବାରୁ ଦୁର୍ନୀତି ବଢ଼ିଚାଲିଛି। ଉଦାହରଣ ସ୍ବରୂପ, ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ କିରାଣି ୧୦ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି। କେତେଜଣ କନିଷ୍ଠ ଯନ୍ତ୍ରୀ ତାଙ୍କର ଜଣେ ଜଣେ ଆସିଷ୍ଟାଣ୍ଟ ରଖି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଅନିୟମିତତା କରିବା ସହ ପିସି ଅର୍ଥ ହଡ଼ପ କରୁଥିବା ନେଇ ସାଧାରଣରେ ବାରମ୍ବାର ଅଭିଯୋଗ ହେଉଛି। ହେଲେ ସ୍ଥାନୀୟ ରାଜନେତାଙ୍କୁ ହାତ କରି ସେମାନେ ବର୍ଷ ବର୍ଷ ଧରି ରହିଛନ୍ତି। ଅନ୍ୟପକ୍ଷରେ ଏହି ଯନ୍ତ୍ରୀମାନେ ସରକାରୀ କ୍ୱାର୍ଟର୍ସରେ ରହୁଥିବା ବେଳେ ସେମାନେ ରଖିଥିବା ଅନଭିଜ୍ଞ ଆସିଷ୍ଟାଣ୍ଟ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟକୁ ତଦାରଖ କରି ନିମ୍ନମାନର କାମ କରୁଥିବା ଅଭିଯୋଗ ହେଉଛି। ଯନ୍ତ୍ରୀ କେହି କାର୍ଯ୍ୟ ତଦାରଖ କରୁ ନ ଥିବା ଫଳରେ ଠିକାଦାର ଉନ୍ନତିମୂଳକ କାର୍ଯ୍ୟରେ ଅନିୟମିତତା କରି ମାଲାମାଲ ହେଉଛନ୍ତି।
ପ୍ରକାଶଥାଉ କି, କିଛିମାସ ତଳେ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ଯୋଗାଣ ବିଭାଗର ମନମାନି ପାଇଁ ବ୍ଲକ ପରିସରରେ ଜଣେ ସରପଞ୍ଚ ଗଣ୍ଡଗୋଳ କରି ଗିରଫ ହୋଇ ଜାମିନରେ ଆସିଛନ୍ତି। ନୀଳକଣ୍ଠପୁର ସରପଞ୍ଚ ଜ୍ଞାନେନ୍ଦ୍ର ଖଣ୍ଡାୟୀ ରାଶନକାର୍ଡରୁ ବଞ୍ଚତ୍ତ ହିତାଧିକାରୀଙ୍କୁ କାର୍ଡ ଯୋଗାଇବା ଓ ରାଶନକାର୍ଡରେ ନାମ ସଂଯୋଗ କରିବାକୁ ନିଜ ପଞ୍ଚାୟତର କେତେଜଣ ହିତାଧିକାରୀଙ୍କ ନାମ ତାଲିକା ବ୍ଲକ ଯୋଗାଣ ବିଭାଗରେ ଦାଖଲ କରିଥିଲେ। ସରପଞ୍ଚ ଜଣକ ବାରମ୍ବାର ଦୌଡିବା ପରେ ମଧ୍ୟ ଯୋଗାଣ ବିଭାଗର ମନମାନି ଯୋଗୁ ସମସ୍ୟା ସମାଧାନ ହୋଇ ନ ପାରିବା ଓ ସରପଞ୍ଚ ଜଣକ ସାଧାରଣରେ ଅପମାନିତ ହେବା ପରେ ଅତିଷ୍ଠ ହୋଇ ବ୍ଲକ ପରିସରରେ ହୋହଲ୍ଲା କରିଥିଲେ। ଏଥିରେ କେତେଜଣ ଷ୍ଟାଫ୍‌ଙ୍କ ସହ ତେରିମେରି ହୋଇ ଠେଲାପେଲା ଭଙ୍ଗାରୁଜା ହୋଇଥିଲା। ଠେଲାପେଲା ଭିତରେ ସରପଞ୍ଚଙ୍କ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। ଉଭୟ ପରସ୍ପର ନଁାରେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ସରପଞ୍ଚ କଟକରୁ ଚିକିତ୍ସା କରାଇ ଫେରୁଥିବା ବେଳେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା, ମାତ୍ର ଏବେ ସେ ଜାମିନରେ ଆସିଛନ୍ତି। ଏପରି ପଞ୍ଚାୟତ ସମିତିରେ ବହୁ ଅଭିଯୋଗ ଆସୁଥିଲେ ମଧ୍ୟ ଜନସାଧାରଣ ଥାନାରେ ମିଛ କେସ ହୋଇଯିବା ଭୟରେ ମୁହଁ ଖୋଲୁନାହାନ୍ତି। ଏଥିପାଇଁ ଦୁର୍ନୀତି ବିରୋଧରେ ଜିରୋ ଟଲରାନ, ୫-ଟି, ମୋ ସରକାରର ସ୍ଲୋଗାନ ଦେଉଥିବା ନବୀନ ସରକାର ବଦନାମ ହେବା ସହ ସରକାରୀ କର୍ମଚାରୀଙ୍କର ରାଜ୍‌ ଚାଲିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଏ ବାବଦରେ ବହୁବାର ଅଭିଯୋଗ ଆସିଲାଣି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri