ମସ୍କଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ

ଓକ୍‌ଲାଣ୍ଡ,୨୧।୫: ଟେସ୍‌ଲା ସିଇଓ ଏଲନ୍‌ ମସ୍କ ୨୦୧୬ରେ ନିଜ କମ୍ପାନୀ ସ୍ପେସେକ୍ସର ଏକ ପ୍ରାଇଭେଟ୍‌ ଜେଟ୍‌ରେ ଯାତ୍ରାବେଳେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାକୁ ରଫାଦଫା କରିବା ପାଇଁ ସ୍ପେସେକ୍ସ ୨୦୧୮ରେ ତାଙ୍କୁ ୨୫୦,୦୦୦ ଡଲାର ଦେଇଥିବା ସମ୍ପୃକ୍ତ ଆଟେଣ୍ଡାଣ୍ଟଙ୍କ ଜଣେ ବାନ୍ଧବୀ ପ୍ରଘଟ କରିଛନ୍ତି। ଏନେଇ ମସ୍କ ନିଜ ପ୍ରତ୍ରିକ୍ରିୟାରେ ଅଭିଯୋଗ ଆଣିଥିବା ବାନ୍ଧବୀଙ୍କୁ ମିଛୁଆ ଅଭିହିତ କରି ଏପରି କୌଣସି ଘଟଣା ଘଟି ନ ଥିବା କହିଛନ୍ତି।
ଇନ୍‌ସାଇଡର’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ମସ୍କ କୁଆଡେ ଲଣ୍ଡନ ଯାତ୍ରା ବେଳେ ଫ୍ଲାଇଟ୍‌ର ମହିଳା ଆଟେଣ୍ଡାଣ୍ଟଙ୍କ ପଛପଟେ ଘଷି ହୋଇଥିଲେ। ଏଥିସହ ଫ୍ଲାଇଟ୍‌ରେ ମସାଜ୍‌ ବେଳେ ତାଙ୍କୁ ଅଧିକ ଯୌନ ଅନୁଗ୍ରହ ଦେଖାଇଲେ ଆଟେଣ୍ଡାଣ୍ଟଙ୍କ ପାଇଁ ଏକ ଘୋଡ଼ା କିଣିଦେବେ ବୋଲି କହିଥିଲେ। ମହିଳା ଜଣକ ପ୍ରଥମେ ମସ୍କଙ୍କ ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ତେବେ ସେ ଚାକିରିରୁ ବିଦା ହୋଇପାରନ୍ତି ବୋଲି ଆଶଙ୍କା କରି ରାଜି ହୋଇଥିଲେ। ୨୦୧୮ରେ ମହିଳାଙ୍କୁ ମୁହଁ ନ ଖୋଲିବା ପାଇଁ ମସ୍କଙ୍କ କମ୍ପାନୀ ସ୍ପେସେକ୍ସ ୨୫୦,୦୦୦ ଡଲାର ଦେଇଥିଲେ। ବାନ୍ଧବୀ ଆହୁରି କହିଛନ୍ତି, ମସ୍କ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ। ସେ ଏତେ ଶକ୍ତିଶାଳୀ ଯେ, କାହାରି ବି କ୍ଷତି କରିପାରିବେ ଏବଂ ଅର୍ଥ ଦେଇ ମାମଲା ରଫାଦଫା କରିପାରିବେ, ଯାହାକି ଦାୟିତ୍ୱହୀନ। ଏପରି ମାମଲାରେ ଆପଣ ନୀରବ ରହିଲେ ସେହି ବ୍ୟବସ୍ଥାର ଅଂଶ ପାଲଟିଯାଆନ୍ତି, ଯାହା ମସ୍କଙ୍କ ଭଳି ଲୋକଙ୍କୁ ଭୁଲ୍‌ କାର୍ଯ୍ୟ ଭିଆଇବାକୁ ପ୍ରେରିତ କରିଥାଏ। ମସ୍କ ଟୁଇଟ୍‌ କରିଛନ୍ତି, ଷ୍ଟୋରିରେ ଆହୁରି ବହୁତ କଥା ଅଛି। ଯଦି ସେ ଯୌନ ଶୋଷଣରେ ଲିପ୍ତ ଥାଆନ୍ତେ ତେବେ ତାଙ୍କର ୩୦ ବର୍ଷର କ୍ୟାରିୟରରେ ପୂର୍ବରୁ ଏଭଳି ଅଭିଯୋଗ କାହିଁକି ଆସିନାହିଁ। ତାଙ୍କ ବିରୋଧରେ ହୋଇଥିବା ଏହି ଆକ୍ରମଣକୁ ରାଜନୈତିକ ଦୃଷ୍ଟିରୁ ଦେଖାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?