ସ୍ପୋର୍ଟସ ଦୋକାନରେ ଟିକେଟ୍‌ ବିକ୍ରି ଅଭିଯୋଗ ସତ

ଅନୁଗୋଳ ଅଫିସ,୧୮।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତ ୧୨ ତାରିଖରେ ବାରବାଟୀରେ ଖେଳାଯାଇଥିବା ଟି-୨୦ ମ୍ୟାଚ ପାଇଁ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ (ଏଡିସିଏ)କୁ ମିଳିଥିବା ଟିକେଟ୍‌ ମଧ୍ୟରୁ କେତୋଟି ଟିକେଟ୍‌ ଏକ ସ୍ପୋର୍ଟସ ଦୋକାନରେ ବ୍ଲାକରେ ବିକ୍ରି କରାଯାଇଥିବା ଅଭିଯୋଗରେ ସତ୍ୟତା ରହିଛି। ଗୁରୁବାର ଅନୁଷ୍ଠିତ ଏଡିସିଏ ବୈଠକରେ ଏହା ସ୍ବୀକାର କରାଯାଇଛି। ସେହିପରି ଟିକେଟ୍‌ ବଣ୍ଟନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରି କୋଷାଧ୍ୟକ୍ଷ ପଦରୁ ରଞ୍ଜନ କୁମାର ଧୀରସାମନ୍ତ ଇସ୍ତଫା ଦେଇଥିଲେ ମଧ୍ୟ ତାହାକୁ ଏଡିସିଏ ବୈଠକରେ ଗ୍ରହଣ କରାଯାଇ ନ ଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନକୁ ମିଳିଥିବା ଟିକେଟ ଓ ପାସ୍‌ ବିକ୍ରି ହୋଇଥିବା ନେଇ ବିଭିନ୍ନ ମହଲରୁ ଅଭିଯୋଗ ଉଠିବା ପରେ ଆସୋସିଏଶନ ପରିଚାଳନା ବୈଠକ ଡକାଯାଇଥିଲା। ଏଥିରେ ଏଡିସିଏ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ୨ ଜଣ ସଦସ୍ୟଙ୍କୁ ଛାଡ଼ି ଅନ୍ୟ ସମସ୍ତ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ। ତେବେ କୋଷାଧ୍ୟକ୍ଷ ଧୀରସାମନ୍ତଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ନ ଥିଲା। ଏହାପରେ ଟିକେଟ୍‌ ବିକ୍ରି ଅଭିଯୋଗକୁ ନେଇ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏ ନେଇ ଏଡିସିଏ ସମ୍ପାଦକ ସାଗର ମିଶ୍ର କହିଛନ୍ତି, କୋଷାଧ୍ୟକ୍ଷଙ୍କ ଇସ୍ତଫା ଗ୍ରହଣ କରାଗଲା ନାହିଁ। ସେ ପୂର୍ବଭଳି ତାଙ୍କ କାର୍ଯ୍ୟ କରିବେ। ସେହିଭଳି ଏଡିସିଏ ଭାଗରେ ପଡ଼ିଥିବା ୨୩ଟି କମ୍ପ୍ଲିମେଣ୍ଟାରି ଟିକେଟ୍‌ରୁ ଓଲ୍ଡ ପାଭିଲିଅନର ଗୋଟିଏ ଟିକେଟ୍‌ ଏସ୍‌ପିଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବତନ ରଣଜି ଖେଳାଳିଙ୍କୁ ୨ଟି, ଆସୋସିଏଶନ ସଦସ୍ୟଙ୍କୁ ଗୋଟିଏ, ଜିଲାପାଳଙ୍କୁ କ୍ଲବ ହାଉସର ୨ଟି ଟିକେଟ୍‌ ପ୍ରଦାନ କରାଯାଇଥିଲା। ବିସିସିଆଇ ବକ୍ସରେ ଆସୋସିଏଶନ ସମ୍ପାଦକ ବସିଥିଲେ। ଜିଲା କ୍ରୀଡ଼ା ଅଧିକାରୀଙ୍କ ପାଇଁ ମଧ୍ୟ ଟିକେଟ୍‌ ବ୍ୟବସ୍ଥା କରାଯାଇଥିଲା। ଏଥିସହ ଜିଲାର ଜଣେ ଖବରଦାତାଙ୍କୁ ପାସ୍‌ ପ୍ରଦାନ କରାଯାଇଥିଲା। ସେହିପରି ଜିଲାକୁ ମିଳିଥିବା ୧୧୩ଟି କୋଟା ଟିକେଟ୍‌ରୁ ଅମଲାପଡ଼ାର ଏକ ସ୍ପୋର୍ଟସ ଦୋକାନରେ ୨ ଟିକେଟ୍‌ ବିକ୍ରି କରାଯାଇଥିବା କଥା ତର୍ଜମା ସମୟରେ ଜଣାପଡିଛି। କୋଟାରେ ଆସିଥିବା ଟିକେଟରୁ ସେ ୨ଟି ଟିକେଟ୍‌ ନେଇଥିଲେ। ପରବର୍ତ୍ତୀ ସମୟରେ ଚଢା ଦରରେ ବିକ୍ରି କରିଛନ୍ତି। ତେଣୁ ଆଗାମୀ ଦିନରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ଟିକେଟ ଏଡିସିଏ ପ୍ରଦାନ କରିବ ନାହିଁ। ତେବେ ଟିକେଟ ବଣ୍ଟାଯିବା ପୂର୍ବରୁ ସାଧାରଣ ପରିଷଦ ବୈଠକ ହେବା କଥା। ତାହା ହୋଇ ନ ଥିବାରୁ ସମସ୍ୟା ଉପୁଜିଛି। ଆଗକୁ କିଭଳି ଏ ଭୁଲର ପୁନରାବୃତ୍ତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସମ୍ପାଦକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri