ଜଙ୍ଗଲ ଜମିରେ ବିଧାୟକଙ୍କ ହୋଟେଲ ଅଭିଯୋଗ

ରାଜନଗର, ୩୦ା୯ (ଭାସ୍କର ରାଉତରାୟ): ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ବେଆଇନ ଭାବେ ନିଜସ୍ବ ହୋଟେଲ କରିଥିବା ଅଭିଯୋଗ ଆଣି ରାଜନଗର କଂଗ୍ରେସ ପକ୍ଷରୁ ବିଧାୟକଙ୍କ କୁଶ ପୁତଳିକା ଶୁକ୍ରବାର ଦାହ କରାଯିବା ସହ ରାଜନଗର ଡିଏଫ୍‌ଓଙ୍କୁ ଦାବିପତ୍ର ଦିଆଯାଇଛି। ଅପରାହ୍ନରେ ଖବରଦାତା ସମ୍ମିଳନୀ କରି କଂଗ୍ରେସ ପକ୍ଷରୁ ବିଧାୟକ ଜଙ୍ଗଲ ଜମିରେ ହୋଟେଲ କରିଥିବା ନେଇ ପୂର୍ବତନ ବିଜେଡି ସଭାପତି ତଥା ଜିଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଯେଉଁ ଅଭିଯୋଗ ଆଣିଥିଲେ, ବିଧାୟକ ତାହାକୁ ଖଣ୍ଡନ କରି ନ ଥିବାରୁ ତାଙ୍କର ସମ୍ପୃକ୍ତି ଥିବା ଆମେ ଦାବି କରୁଛୁ ବୋଲି କହିଛନ୍ତି। ଅପରପକ୍ଷରେ ବିଜେଡି ପକ୍ଷରୁ କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ଦୃଢ ନିନ୍ଦା କରାଯିବା ସହ କଂଗ୍ରେସ ମିଛ ନାଟକ ବନ୍ଦ କରି ଯଦି ବିଧାୟକଙ୍କ ସମ୍ପୃକ୍ତ ଓ ଜବରଦଖଲର ପ୍ରମାଣ ଅଛି, ତାକୁ ସାର୍ବଜନୀନ କରନ୍ତୁ। ଲୋକଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ପ୍ରେସ୍‌ ବିବୃତିରେ କହିଛନ୍ତି।
ରାଜନଗର ବ୍ଲକ କଂଗ୍ରେସ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ରାଜନଗର ଡିଏଫ୍‌ଓଙ୍କୁ ବିଧାୟକ ଜଙ୍ଗଲ ଜମିରେ ହୋଟେଲ କରିଥିବା ନେଇ ଗଣମାଧ୍ୟମରେ ପ୍ରଚାରିତ ହୋଇଛି। ତଦନ୍ତ କରି ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଏକ ଦାବିପତ୍ର ଦେଇଥିଲେ। ପରେ ସାନବଡଗୋପାଳପୁର ଛକରେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଅପରାହ୍ନରେ ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ କଂଗ୍ରେସ କମିଟି ସଭାପତି ଦେବେନ୍ଦ୍ର କୁମାର ଜେନାଙ୍କ ପୌରୋହିତ୍ୟରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ଜେନାଙ୍କ ସହ ପୂର୍ବତନ ଜିଲାପରିଷଦ ସଭ୍ୟ ସନ୍ତୋଷ କୁମାର ମହାନ୍ତି, ପୂର୍ବତନ ଡାଙ୍ଗମାଳ ପଞ୍ଚାୟତର ସରପଞ୍ଚ ମାଧବ ଚନ୍ଦ୍ର ମାନ୍ନା ପ୍ରମୁଖ ଯୋଗଦେଇ ଜଙ୍ଗଲ ଜମିରେ ହୋଟେଲ ହୋଇଛି ବୋଲି ବିଧାୟକଙ୍କ ନାମ ପୂର୍ବତନ ବ୍ଲକ ବିଜେଡି ସଭାପତି ତଥା ଜିଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଅଭିଯୋଗ ଆଣିଥିଲେ। ଆଜିଯାଏ ବିଧାୟକ ତାହାକୁ ଖଣ୍ଡନ କରିନାହାନ୍ତି। ତେଣୁ ଆମେ ହୋଟେଲରେ ବିଧାୟକଙ୍କ ସମ୍ପୃକ୍ତି ରହିଛି ବୋଲି ଦାବି କରୁଛୁ। ଭିତରକନିକାରେ ଯେଉଁ ହୋଟେଲ ହୋଇଛି, ତାହା ଜଣଙ୍କ ବ୍ୟକ୍ତିଗତ ଜାଗା ବୋଲି କହିଛନ୍ତି। ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ମାନ୍ନା ବିଧାୟକଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ଦେଇ ନ ପାରି ବିଧାୟକ ସପ୍ତାହକୁ ୩ ଦିନ ସେ ହୋଟେଲରେ ରୁହନ୍ତି ବୋଲି କହିଛନ୍ତି। ବିଧାୟକ ଜଙ୍ଗଲ ଜମି ଜବରଦଖଲ ଓ ହୋଟେଲ କରିଥିବା ନେଇ ଡିଣ୍ଡିମ ପିଟିଥିବା ବେଳେ କୌଣସି ପ୍ରମାଣ ସମ୍ମିଳନୀରେ ଦେଖାଇ ପାରି ନ ଥିଲେ। ଅପରପକ୍ଷରେ ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ ଓ ରାଜନଗର ନିର୍ବାଚନମଣ୍ଡଳୀର ସୋସିଆଲ ମିଡିଆ ସଂଯୋଜକ ବିଜୟ ନାୟକ ପ୍ରେସ୍‌ ବିବୃତିରେ ଭିତରକନିକା ଜାତୀୟ ଉଦ୍ୟାନକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବିଧାୟକଙ୍କ ଉଦ୍ୟମରେ ଭିତରକନିକା ମହୋତ୍ସବ ଓ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଆସୁଛି। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହ ସ୍ଥାନୀୟ ଯୁବକମାନେ ପର୍ଯ୍ୟଟନକୁ ଭିତ୍ତି କରି ଆମତ୍ ନିର୍ଭରଶୀଳ ହୋଇପାରିଛନ୍ତି। ଏଥିରେ ଈର୍ଷାନ୍ବିତ ହୋଇ କଂଗ୍ରେସ ନିଜେ ପ୍ରାୟୋଜିତ କରି କପୋଳକଳ୍ପିତ ଖବରକୁ ତିଆର କରି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ଘଟଣାକୁ ଆମେ ଦୃଢ ନିନ୍ଦା କରୁଛୁ। ରାଜନଗର ବିଧାୟକଙ୍କର କୌଣସି ସ୍ଥାନରେ ହୋଟେଲ ନାହିଁ କିମ୍ବା କୌଣସି ସ୍ଥାନରେ ଜଙ୍ଗଲ ଜମି ଜବରଦଖଲ କରିନାହାନ୍ତି। କଂଗ୍ରେସ ମିଛ ନାଟକ ବନ୍ଦ କରି ଯଦି ବିଧାୟକଙ୍କ ସମ୍ପୃକ୍ତି ଓ ଜବରଦଖଲର କିଛି ପ୍ରମାଣ ଅଛି, ତାହାକୁ ସାର୍ବଜନୀନ କରନ୍ତୁ। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପ୍ରତ୍ୟାକ୍ଷାତ କରିଥିବା ରାଜନଗରବାସୀ ୨୦୨୪ ଏହାର ଉଚିତ ଜବାବ ଦେବେ ବୋଲି ପ୍ରେସ୍‌ ବିବୃତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?