ଶିଳ୍ପ ବଦଳରେ ମୋରମ ଲୁଟ୍‌ ଅଭିଯୋଗ

ଯାଜପୁର,୨୪ା୩(ହର୍ଷବର୍ଦ୍ଧନ ବେହେରା):ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନଷ୍ଟ୍ରିମ୍‌ ଶିଳ୍ପକୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଏଥିପାଇଁ ଗୋସୁଇପ୍ଟ ପୋର୍ଟାଲ ଜରିଆରେ ଆବେଦନ କରିଥିବା ଛୋଟବଡ଼ ଶିଳ୍ପସଂସ୍ଥାଗୁଡିକୁ ଇଡ୍‌କୋ ଜରିଆରେ ଜମି ଯୋଗାଇ ଦିଆଯାଉଛି। ଏହିକ୍ରମରେ ୩୦ରୁ ଉର୍ଦ୍ଧ୍ୱ କମ୍ପାନୀକୁ ଶତାଧିକ ଏକର ଜମି ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଦିଆଯାଇଛି। କିନ୍ତୁ ଜନଶୁଣାଣିରେ ସଫଳ ହେବା ପରେ ପରେ ଭିସିଆଇ କେମିକାଲ୍ସ ଇଣ୍ଡଷ୍ଟ୍ରିଜ ପ୍ରା.ଲି. କମ୍ପାନୀ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ନ କରି ମିଳିଥିବା ୧୫ ଏକର ସରକାରୀ ଜମିରୁ ବିପୁଳ ପରିମାଣର ମୋରମ ଖନନ କରି ବିନା ଟ୍ରାନ୍‌ଜିଟ୍‌ ପାସ୍‌(ଟିପି)ରେ ରାତିସାରା ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଏହି ବେଆଇନ ମୋରମ ଯଖପୁରଠାରୁ ବାଂଶପାଣି ରେଳପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହାର ହେଉଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଏଯାଏ ପ୍ରାୟ ୨୦ କୋଟି ଟଙ୍କାର ମୋରମ ଚାଲାଣ ହୋଇଥିବା ଆକଳନ କରାଯାଉଛି। ଯଦି ଉକ୍ତ ଜମିର ସାଟେଲାଇଟ ମାପଚୁପ ହୁଏ ତେବେ ବାସ୍ତବ ମୋରମ ଲୁଟ ପରିମାଣର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ଦାବି ହେଉଛି। ଏହି ବେଆଇନ କାରବାରକୁ ତହସିଲ ଓ ଲଘୁ ଖଣିଜ ବିଭାଗର ଅଧିକାରୀ ମୋଟା ଅଙ୍କର ଚାନ୍ଦା ନେଇ ସହଯୋଗ କରିଆସୁଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାର ଦାନଗଦି ତହସିଲ ଅନ୍ତର୍ଗତ କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳସ୍ଥିତ ଯଖପୁରା ଏବଂ କଚେରିଗାଁରେ ଭିସିଆଇ କେମିକାଲ୍ସର ୧.୦ ଏଲ୍‌ଟିପିଏ କ୍ଷମତା ବିଶିଷ୍ଟ ଗ୍ରୀନ ଫିଲ୍ଡ କୋଲଟାର ଡିଷ୍ଟିଲେଶନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ମିଳିଛି। ଭିସିଆଇ ପକ୍ଷରୁ ୨୦ା୮ା୨୦୨୩ରେ ହୋଇଥିବା ଜନଶୁଣାଣିକୁ କ୍ଷତିଗ୍ରସ୍ତ ପ୍ରଜାମାନେ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ୧୯ା୧୧ା୨୦୨୩ରେ ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ କଳେବଳେ କୌଶଳେ ଅନୁମତି ନେଇଥିବା ମତପ୍ରକାଶ ପାଇଛି। କିନ୍ତୁ ଏହାର ପ୍ରାୟ ୪ ମାସ ଅତିକ୍ରାନ୍ତ ହୋଇସାରିଥିଲେ ହେଁ କମ୍ପାନୀ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଜମିକୁ ସମତୁଲ କରାଯାଉଥିବା ବାହାନ କରି ବେଆଇନ ଭାବେ ବାହାରକୁ ମୂଲ୍ୟବାନ ମୋରମ ଚାଲାଣ କରାଯାଉଛି। ଏଥିରେ ରାଜ୍ୟ ସରକାରଙ୍କ ବିପୁଳ ପରିମାଣର ରାଜସ୍ବହାନି ହେଉଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷ ମାଲାମାଲ ହେଉଥିବା ଅଞ୍ଚଳବାସୀ ସ୍ଥାନୀୟ ତହସିଲଦାର ଏବଂ ଲଘୁ ଖଣିଜ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଗତ କିଛିଦିନ ତଳେ ଲଘୁ ଖଣି ବିଭାଗର ଡିଡିଏମ୍‌ ଜୟପ୍ରକାଶ ନାୟକ ସଦଳବଳ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଜମି ସମତୁଲ କରାଯାଉଛି ବୋଲି ସଫେଇ ଦେବାରୁ ସେମାନେ ଫେରିଆସିଥିଲେ। ଏନେଇ ଏକ ବଡ଼ଧରଣର ଅର୍ଥ କାରବାର ହୋଇଥିବା ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି। ଏନେଇ ସେମାନେ ଯାଜପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏ ସଂକ୍ରାନ୍ତରେ ଡିଡିଏମ୍‌ ଜୟପ୍ରକାଶ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ହେବା ପରେ ଘଟଣାସ୍ଥଳର ତଦନ୍ତ କରାଯାଇଛି। ତଦନ୍ତ ସମୟରେ କମ୍ପାନୀ ପକ୍ଷରୁ ଜମିର ସମତୁଲ ହେଉଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। କିନ୍ତୁ ରାତି ସମୟରେ ମୋରମ ଚାଲାଣ ହେଉଥିବା ଶୁଣିବାକୁ ମିଳିଛି। ତେଣୁ ଆଗାମୀ ଦିନରେ ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri