ଶିଳ୍ପ ବଦଳରେ ମୋରମ ଲୁଟ୍‌ ଅଭିଯୋଗ

ଯାଜପୁର,୨୪ା୩(ହର୍ଷବର୍ଦ୍ଧନ ବେହେରା):ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନଷ୍ଟ୍ରିମ୍‌ ଶିଳ୍ପକୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଏଥିପାଇଁ ଗୋସୁଇପ୍ଟ ପୋର୍ଟାଲ ଜରିଆରେ ଆବେଦନ କରିଥିବା ଛୋଟବଡ଼ ଶିଳ୍ପସଂସ୍ଥାଗୁଡିକୁ ଇଡ୍‌କୋ ଜରିଆରେ ଜମି ଯୋଗାଇ ଦିଆଯାଉଛି। ଏହିକ୍ରମରେ ୩୦ରୁ ଉର୍ଦ୍ଧ୍ୱ କମ୍ପାନୀକୁ ଶତାଧିକ ଏକର ଜମି ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଦିଆଯାଇଛି। କିନ୍ତୁ ଜନଶୁଣାଣିରେ ସଫଳ ହେବା ପରେ ପରେ ଭିସିଆଇ କେମିକାଲ୍ସ ଇଣ୍ଡଷ୍ଟ୍ରିଜ ପ୍ରା.ଲି. କମ୍ପାନୀ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ନ କରି ମିଳିଥିବା ୧୫ ଏକର ସରକାରୀ ଜମିରୁ ବିପୁଳ ପରିମାଣର ମୋରମ ଖନନ କରି ବିନା ଟ୍ରାନ୍‌ଜିଟ୍‌ ପାସ୍‌(ଟିପି)ରେ ରାତିସାରା ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଏହି ବେଆଇନ ମୋରମ ଯଖପୁରଠାରୁ ବାଂଶପାଣି ରେଳପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହାର ହେଉଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଏଯାଏ ପ୍ରାୟ ୨୦ କୋଟି ଟଙ୍କାର ମୋରମ ଚାଲାଣ ହୋଇଥିବା ଆକଳନ କରାଯାଉଛି। ଯଦି ଉକ୍ତ ଜମିର ସାଟେଲାଇଟ ମାପଚୁପ ହୁଏ ତେବେ ବାସ୍ତବ ମୋରମ ଲୁଟ ପରିମାଣର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ଦାବି ହେଉଛି। ଏହି ବେଆଇନ କାରବାରକୁ ତହସିଲ ଓ ଲଘୁ ଖଣିଜ ବିଭାଗର ଅଧିକାରୀ ମୋଟା ଅଙ୍କର ଚାନ୍ଦା ନେଇ ସହଯୋଗ କରିଆସୁଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାର ଦାନଗଦି ତହସିଲ ଅନ୍ତର୍ଗତ କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳସ୍ଥିତ ଯଖପୁରା ଏବଂ କଚେରିଗାଁରେ ଭିସିଆଇ କେମିକାଲ୍ସର ୧.୦ ଏଲ୍‌ଟିପିଏ କ୍ଷମତା ବିଶିଷ୍ଟ ଗ୍ରୀନ ଫିଲ୍ଡ କୋଲଟାର ଡିଷ୍ଟିଲେଶନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ମିଳିଛି। ଭିସିଆଇ ପକ୍ଷରୁ ୨୦ା୮ା୨୦୨୩ରେ ହୋଇଥିବା ଜନଶୁଣାଣିକୁ କ୍ଷତିଗ୍ରସ୍ତ ପ୍ରଜାମାନେ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ୧୯ା୧୧ା୨୦୨୩ରେ ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ କଳେବଳେ କୌଶଳେ ଅନୁମତି ନେଇଥିବା ମତପ୍ରକାଶ ପାଇଛି। କିନ୍ତୁ ଏହାର ପ୍ରାୟ ୪ ମାସ ଅତିକ୍ରାନ୍ତ ହୋଇସାରିଥିଲେ ହେଁ କମ୍ପାନୀ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଜମିକୁ ସମତୁଲ କରାଯାଉଥିବା ବାହାନ କରି ବେଆଇନ ଭାବେ ବାହାରକୁ ମୂଲ୍ୟବାନ ମୋରମ ଚାଲାଣ କରାଯାଉଛି। ଏଥିରେ ରାଜ୍ୟ ସରକାରଙ୍କ ବିପୁଳ ପରିମାଣର ରାଜସ୍ବହାନି ହେଉଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷ ମାଲାମାଲ ହେଉଥିବା ଅଞ୍ଚଳବାସୀ ସ୍ଥାନୀୟ ତହସିଲଦାର ଏବଂ ଲଘୁ ଖଣିଜ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଗତ କିଛିଦିନ ତଳେ ଲଘୁ ଖଣି ବିଭାଗର ଡିଡିଏମ୍‌ ଜୟପ୍ରକାଶ ନାୟକ ସଦଳବଳ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଜମି ସମତୁଲ କରାଯାଉଛି ବୋଲି ସଫେଇ ଦେବାରୁ ସେମାନେ ଫେରିଆସିଥିଲେ। ଏନେଇ ଏକ ବଡ଼ଧରଣର ଅର୍ଥ କାରବାର ହୋଇଥିବା ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି। ଏନେଇ ସେମାନେ ଯାଜପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏ ସଂକ୍ରାନ୍ତରେ ଡିଡିଏମ୍‌ ଜୟପ୍ରକାଶ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ହେବା ପରେ ଘଟଣାସ୍ଥଳର ତଦନ୍ତ କରାଯାଇଛି। ତଦନ୍ତ ସମୟରେ କମ୍ପାନୀ ପକ୍ଷରୁ ଜମିର ସମତୁଲ ହେଉଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। କିନ୍ତୁ ରାତି ସମୟରେ ମୋରମ ଚାଲାଣ ହେଉଥିବା ଶୁଣିବାକୁ ମିଳିଛି। ତେଣୁ ଆଗାମୀ ଦିନରେ ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?