ଧାନ କିଣାବିକାରେ ଦୁର୍ନୀତି ଅଭିଯୋଗ: ୧୦ ରାଜନୈତିକ ଦଳର ଗଣଧାରଣା

ଭୁବନେଶ୍ବର, ୧୦ା୨(ବ୍ୟୁରୋ):ଚଳିତବର୍ଷ ଚାଷୀ ଉତ୍ପାଦିତ ଧାନ ବିକ୍ରି କରିବାରେ ଘୋର କ୍ଷତି ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଣା ସମୟରେ କଟ୍‌ନୀ ଛଟ୍‌ନୀ ଦ୍ୱାରା ଶୋଷଣ କରାଯାଉଛି। ସରକାର ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେଇ ସରକାରୀ କ୍ରୟ କେନ୍ଦ୍ରରେ ଧାନ ବିକ୍ରି କରିବାର ଅଧିକାର ଦେଉନାହାନ୍ତି। ଚାଷୀଙ୍କୁ ମିଳିବାକୁ ଥିବା ଅନ୍ୟାନ୍ୟ ସୁବିଧା ମଧ୍ୟ ସେମାନଙ୍କୁ ଦିଆଯାଉ ନାହିଁ। ଧାନ କିଣାବିକାରେ ପ୍ରବଳ ଦୁର୍ନୀତି ହେଉଛି। ଚାଷୀଙ୍କୁ ବିକ୍ରି ଦେୟ ପ୍ରଦାନରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦରେ ୧୦ ବିରୋଧୀ ରାଜନୈତିକ ଦଳକୁ ନେଇ ଗଠିତ ଓଡିଶା ବଞ୍ଚାଅ ଅଭିଯାନ ପକ୍ଷରୁ ଲୋୟର ପିଏମ୍‌ଜିରେ ରାଜ୍ୟସ୍ତରୀୟ ଗଣଧାରଣା ଦିଆଯାଇଥିଲା। ଏଥିରେ ସମତାକ୍ରାନ୍ତି ଦଳ, ସିପିଆଇ(ଏମ୍‌), ସିପିଆଇ, ସିପିଆଇ(ଏମ୍‌ଏଲ) ଲିବରେଶନ, ସମାଜବାଦୀ ପାର୍ଟି, ଆର୍‌ଜେଡି, ଜେଡିୟୁ, ଆର୍‌ପିଆଇ ଆଦି ୧୦ ରାଜନୈତିକ ଦଳ ଏଥିରେ ସାମିଲ ହୋଇଥିଲେ। ସରକାର କଟନୀ ଛଟନୀ ବନ୍ଦ କରିବା ସହ ଚାଷୀଙ୍କଠାରୁ ଧାନ କିଣି ସେମାନଙ୍କ ଦେୟ ତୁରନ୍ତ ପ୍ରଦାନ କରନ୍ତୁ ବୋଲି ବାମପନ୍ଥୀ ଦଳର ନେତାମାନେ ସମ୍ମିଳିତ ସ୍ବର ଉଠାଇଛନ୍ତି।
ଧାନ କୁଇଣ୍ଟାଲ ପ୍ରତି ୨୯୫୦ ଟଙ୍କା ହେବା ଦରକାର ବୋଲି ବିଧାନସଭାରେ ରାଜ୍ୟ ସରକାର ଏକ ସର୍ବଦଳୀୟ ସଂକଳ୍ପ ପାରିତ କରିଥିଲେ। ହେଲେ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ସରକାର ଚୁପ୍‌ ରହିଛନ୍ତି। ଅନ୍ୟ କେତେକ ରାଜ୍ୟ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ଦର ଉପରେ ବୋନସ୍‌ ଦେଉଥିଲେ ସୁଦ୍ଧା ଓଡ଼ିଶା ତାହା କରୁନାହିଁ। ପ୍ରତ୍ୟେକ ବର୍ଷ ଧାନ କିଣା ଏବଂ ବିକ୍ରିରେ ୩ ହଜାର କୋଟି ଟଙ୍କାର ଦୁର୍ନୀତି ହେଉଥିବା ବାମପନ୍ଥୀ ଦଳଗୁଡିକ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ସରକାରୀ ବ୍ୟବସ୍ଥାକୁ ଉଚ୍ଛେଦ କରି କର୍ପୋରେଟଙ୍କ ହାତରେ ଧାନ କ୍ରୟ
ବ୍ୟବସ୍ଥା ଟେକି ଦେବାକୁ ପ୍ରବଳ ଆଗ୍ରହ ଦେଖାଇ ଆସୁଛନ୍ତି। ଏହାଦ୍ୱାରା ଖୁଚୁରା ବଜାରରେ ଚାଉଳ ଦର କମ୍ପାନୀମାନେ ସ୍ଥିର କରିବେ। ଚାଷୀମାନେ ଆହୁରି କମ୍‌ ଦରରେ ଧାନ ବିକିବାକୁ ବାଧ୍ୟ ହୋଇଯିବେ। ୨୦୨୩-୨୪ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ସରକାର ଆଣିଥିବା ବଜେଟରେ ଖାଦ୍ୟ ନିରାପତ୍ତା ବାବଦକୁ ୯୦ ହଜାର କୋଟି ଟଙ୍କା, ସାର ସବ୍‌ସିଡି ବାବଦକୁ ୫୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ କିଷାନ ଫଣ୍ଡ ୬୮ ହଜାର କୋଟି ଟଙ୍କାକୁ କମାଇ ୬୦ ହଜାର କୋଟି କରିବା ଯୋଗୁ ଏଥିରୁ ଅନେକ ଚାଷୀ ବଞ୍ଚତ୍ତ ହେବାର ଆଶଙ୍କା ରହିଛି ବୋଲି ନେତାମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri