ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ଗୋପ,୨୫ା୭(ଡି.ଏନ୍‌.ଏ.): ଚିକିତ୍ସା ଅବହେଳାରୁ ଗୋପ ବ୍ଲକ ଅନ୍ତର୍ଗତ ମୁଗୁରିଆ ଗ୍ରାମର ତ୍ରିଲୋଚନ କାଣ୍ଡିଙ୍କ ଦେଢ଼ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗୋପ ପୋଲିସ ଏକ ମାମଲା (ନଂ.୧୯୫/୨୦)ରୁଜୁକରି ତଦନ୍ତ ଚଳାଇଛି। ଅନ୍ୟପଟେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶୁକ୍ରବାର ପରିବାର ଲୋକେ ମୃତ ଶିଶୁପୁତ୍ରକୁ ଧରି ନାଗପୁର ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ୩ ଘଣ୍ଟା ରାସ୍ତାରୋକୋ କରିଥିଲେ।
ତ୍ରିଲୋଚନଙ୍କ ଦେଢ଼ବର୍ଷ ଶିଶୁପୁତ୍ରକୁ ଜ୍ୱର ହେବାରୁ ଗୁରୁବାର ପରିବାର ଲୋକେ ନାଗପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ଶିଶୁପୁତ୍ରକୁ ଚିକିତ୍ସା କରିବା ସହ ଔଷଧ ଲେଖିଥିଲେ। ପରିବାର ଲୋକେ ସ୍ବାସ୍ଥ୍ୟକେନ୍ଦ୍ରରୁ ମାଗଣାରେ ଔଷଧ ନେଇଥିଲେ। ରାତିରେ ଔଷଧ ଖାଇବା ପରେ ଶୁଶୁପୁତ୍ରର ଦେହ ଅଧିକ ଖରାପ ହୋଇଥିଲା। ଶିଶୁପୁତ୍ରକୁ ଡାକ୍ତରଖାନା ଆଣିବା ପୂର୍ବରୁ ମୃତ୍ୟୁ ହୋଇଥିଲା। ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ପରିବାର ସଦସ୍ୟ କହିବା ସହ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ନାଗପୁର ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ରାସ୍ତାରୋକୋ କରିଥିଲେ। ଫଳରେ ଉଭୟ ପଟୁ ଆସୁଥିବା ଯାନବାହନ ଅଟକି ରହିଥିଲା। ଖବରପାଇ ଗୋପ ଥାନାଧିକାରୀ ସୁଧୀର କୁମାର ସାହୁ, ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଶିବ ପ୍ରସାଦ ମଙ୍ଗରାଜ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ। ତହସିଲଦାର ପୃଥ୍ବିରାଜ ମଣ୍ଡଳ ପହଞ୍ଚି ବୁଝାଶୁଝା କରିବା ପରେ ଅପରାହ୍ନ ୧ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ମୃତ ଶିଶୁ ପରିବାରକୁ ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ତହସିଲଦାର ପ୍ରଦାନ କରିଥିଲେ। ମୃତ ଶିଶୁପୁତ୍ରର ସ୍ବାବ୍‌ ଟେଷ୍ଟ କରାଯିବ ବୋଲି ପୋଲିସ କହିଛି। ଚିକିତ୍ସା ଅବହେଳା ଯୋଗୁ ମୃତ୍ୟୁ ଘଟିବା ନେଇ ସମ୍ପୃକ୍ତ ଡାକ୍ତରଙ୍କୁ ପଚାରିବାରେ ସେ ଏହାକୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଔଷଧ କାରବାର: ୪ ଗିରଫ

ଜୟପୁର,୧।୫(ନି.ପ୍ର.): ଜୟପୁର ସହରରେ ଚାଲିଥିବା ବେଆଇନ ପେନ୍‌କିଲର ଔଷଧ କାରବାରର ଖୁଲାସା କରିଛି ଜୟପୁର ପୋଲିସ। ଏହି ଘଟଣାରେ ଜଡ଼ିତ ଥିବା ୪ ଜଣଙ୍କୁ ପୋଲିସ...

ବାଲୁଗାଁ ବାଇପାସ୍‌ରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଖୋର୍ଦ୍ଧା ଅଫିସ/ବାଲୁଗାଁ,୧୯ା୪(ଡି.ଏନ୍‌.ଏ.) : ଚିଲିକା ଅଲାଇଡିହ ନିକଟସ୍ଥ ବାଇପାସ୍‌ ଉପରେ ରବିବାର ଏକ କଲରାପତରିଆ ବାଘର ମୃତଦେହ ବନ ବିଭାଗ ଉଦ୍ଧାର କରିଛି । କୌଣସି...

ଚିଠି ଲେଖି ହତ୍ୟା ଧମକ ଦେଉଥିଲେ ନକଲି ମାଓବାଦୀ

ଝାରସୁଗୁଡ଼ା ଅଫିସ,୨୩ା୯: ଝାରସୁଗୁଡ଼ା ଜିଲା ବଡମାଲ ଥାନା ପୋଲିସ ଜଣେ ନକଲି ମାଓବାଦୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବରଗଡ...

ଯାଞ୍ଚ ପ୍ରକ୍ରିୟାରେ ଅବହେଳା ସନ୍ଦେହ

ପୁରୀ ଅଫିସ,୧୫।୭: ଜାଲ୍‌ ପ୍ରମାଣପତ୍ର ଦେଇ ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟରେ ଆଡ୍‌ମିଶନ କରିଥିବା ୧୧ଜଣ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନକୁ ଉଚ୍ଚଶିକ୍ଷା ବିଭାଗ ଅବୈଧ ଘୋଷଣା କରିବା...

ଡ୍ରାଇଭିଂ ଟେଷ୍ଟ ଦେଉଥିଲେ ଏସ୍‌ପି: ସମୁଦ୍ରରେ ଫସିିିଲା ପୋଲିସ ଭ୍ୟାନ୍‌

ବାଲେଶ୍ୱର ଅଫିସ,୨୪।୯: ବାଲେଶ୍ୱର ଜିଲାର ପୋଲିସ ନାମରେ ଥିବା ଏକ ଗାଡ଼ି (ନଂ. ଓଡ଼ି୦୫ବିଏ-୪୬୧୬) ବୁଧବାର ରାତିରେ ଚାନ୍ଦିପୁର ଆଇଟିଆର୍‌ର ନିଷିଦ୍ଧାଞ୍ଚଳ ୬ହଜାର ପଏଣ୍ଟ ତଥା...

ବନ୍ୟାରେ ୧୨ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ

ସୋନପୁର,୧୮।୮(ନି.ପ୍ର.):ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ବ୍ୟାପକ କ୍ଷତି ଘଟିଛି। ପାଣି ଜମି ରହିବା ଫଳରେ ହଜାର ହଜାର ଏକର...

ମଦ ଦୋକାନ ବନ୍ଦ ପାଇଁ ଜାରି ହୋଇନି ଲିଖିତ ନିର୍ଦ୍ଦେଶନାମା

ପୁରୀ ଅଫିସ,୨୦।୯: ସ୍ବର୍ଗଦ୍ୱାର ନିକଟରେ ବିଦେଶୀ ମଦ ଦୋକାନ ପ୍ରସଙ୍ଗ କ୍ରମଶଃ ବିବାଦୀୟ ହେବାରେ ଲାଗିଛି। ଏଠାରେ ପ୍ରଶାସନ ମଦ ଦୋକାନ ବନ୍ଦ ପାଇଁ କୁନ୍ଥୁକୁନ୍ଥୁ...

ପର୍ଶୁରାମ ମନ୍ଦିର ପ୍ରତିଷ୍ଠାରେ ଲାଗିବ ସୁରେଶ୍ୱରୀ ମନ୍ଦିର ସମ୍ମୁଖ ମାଟି

ସୋନପୁର,୮ା୨(ନି. ପ୍ର ): ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର ତ୍ରିବେଣୀ ସଙ୍ଗମର ପବିତ୍ର ଜଳ ଓ ମାଟି ଏକ ସ୍ବତନ୍ତ୍ର ଗାଡିରେ ମଙ୍ଗଳବାର ଝାରସୁଗୁଡା ଯାଇଛି।...

Advertisement
Archives

Model This Week