ପୂର୍ବ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥାନରେ ଘର ନିର୍ମାଣ ଅଭିଯୋଗ

ପୁରୀ,୧୬ା୬(ଅଜିତ୍‌ କୁମାର ମହାନ୍ତି)ସନାତନ ହିନ୍ଦୁ ଧର୍ମରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ଥାନ ସର୍ବୋଚ୍ଚ। ଚାରିଗୋଟି ପୀଠ ମଧ୍ୟରୁ ପୁରୀର ଗୋବର୍ଦ୍ଧନ ପୀଠ ଅନ୍ୟତମ। ଆଦି ଶଙ୍କରଙ୍କ ପରେ ତାଙ୍କର ଶିଷ୍ୟମାନେ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟ ଭାବରେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ବର୍ତ୍ତମାନ ଜଗଦ୍‌ଗୁରୁ ଶଙ୍କରାଚାଯର୍ର୍‌ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ପୁରୀ ଗୋବର୍ଦ୍ଧନ ପୀଠର ୧୪୫ତମ ଶଙ୍କରାଚାର୍ଯ୍ୟ ଅଟନ୍ତି। ତାଙ୍କ ପୂର୍ବରୁ ଯେଉଁ ଶଙ୍କରାଚାର୍ଯ୍ୟମାନେ ଥିଲେ ସେମାନଙ୍କ ସ୍ବର୍ଗବାସ ପରେ ମଠ ପଛପାର୍ଶ୍ୱରେ ଥିବା ସ୍ଥାନରେ ସେମାନଙ୍କୁ ସମାଧି ଦିଆଯାଇଛି। ତେବେ କାଳକ୍ରମେ ମଠର ଜାଗାକୁ ଅସାଧୁ ଉପାୟରେ ଅନେକ ବ୍ୟକ୍ତି ମାଡ଼ି ବସିଛନ୍ତି। ଏପରି କି ଏହା ଐତିହ୍ୟ କୀର୍ତ୍ତିରାଜି ହୋଇଥିଲେ ସୁଦ୍ଧା ଏହାର ସଂରକ୍ଷଣ ନେଇ ପୂର୍ବ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଏବେ ମଠର ପଛପାର୍ଶ୍ୱ ସାତସାନ ଲେନ୍‌କୁ ଲାଗି ରହିଥିବା ପୂର୍ବତନ ଶଙ୍କରାଚାର୍ଯ୍ୟ ଏବଂ ସାଧୁସନ୍ଥଙ୍କ କିଛି ସମାଧିକୁ ଜଣେ ବ୍ୟକ୍ତି ଭାଙ୍ଗି ଘର ନିର୍ମାଣ କରୁଥିବା ନେଇ ଅଭିଯୋଗ ହୋଇଛି। ଅପରକ୍ଷରେ ଘର ନିର୍ମାଣ କରୁଥିବା ବ୍ୟକ୍ତି ଆପୋସ ବୁଝାମଣାରେ ମଠ ଜାଗା ଛାଡ଼ିଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।
ଏନେଇ ଗୋବର୍ଦ୍ଧନ ମଠ କାର୍ଯ୍ୟାଳୟ ସମ୍ପାଦକ ଶ୍ରୁୟସ ପ୍ରଶାନ୍ତ ଏବଂ ମଠର ଲୋକ ସମ୍ପର୍କ ଅଧିକାରୀ ଦେବାଶିଷ ମିଶ୍ର ସୂଚନା ଦେଇ କହିଛନ୍ତି, ମଠର ପଛପାର୍ଶ୍ୱରେ କିଛି ଦିନ ହେବ ଜଣେ ବ୍ୟକ୍ତି ତାଙ୍କର ପୁରୁଣାଘରକୁ ଭାଙ୍ଗି ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ସେ ତାଙ୍କ ଘର ନିର୍ମାଣ ସମୟରେ ମଠ ପରିସରରେ ଥିବା ପୂବ ଶଙ୍କରାଚାର୍ଯ୍ୟଙ୍କ କିଛି ସମାଧିକୁ ଭାଙ୍ଗି ତାହା ଉପରେ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏହା ଜାଣିବା ପରେ ଆଲୋଚନା ନିମନ୍ତେ ମଠ ପରିଚାଳନା କମିଟି ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ଡାକିବା ପରେ ମଧ୍ୟ ବ୍ୟକ୍ତିଜଣଙ୍କ ଏସମ୍ପର୍କରେ ଆଲୋଚନା କଲେ ନାହିଁ। ଫଳରେ ଶୁକ୍ରବାର ମଠପକ୍ଷରୁ ଆରକ୍ଷୀ ଅଧୀକ୍ଷକ ଓ ଜିଲା ପ୍ରଶାସନକୁ ଲିଖିତ ଆକାରରେ ଜଣାଯାଇଥିଲା। ପ୍ରଶାସନକୁ ଜଣାଇବା ପରେ ଶନିବାର ପୋଲିସ, ଉପଜିଲାପାଳ, ତହସିଲଦାର ଘଟଣାସ୍ଥଳକୁ ଆସି ସମସ୍ତ ଘଟଣା ଦେଖି ଅନୁଧ୍ୟାନ କରିବା ସହ ଘର ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି। ଏପରିକି ଜିଲାପାଳ ମଧ୍ୟ ଉଭୟ ମଠ କର୍ତ୍ତୃପକ୍ଷ ଏବଂ ଘର ନିର୍ମାଣ କରୁଥିବା ବ୍ୟକ୍ତିଙ୍କୁ ଆଲୋଚନା ପାଇଁ ଡକାଇଥିବା ମିଶ୍ର କହିଛନ୍ତି। ଅପରପକ୍ଷରେ ଘର ନିର୍ମାଣ କରୁଥିବା ବିଶ୍ୱମ୍ଭର ସାହୁ କହିଛନ୍ତି, ଆମେ ଏକ ଘର କିଣିଥିଲୁ। ବର୍ତ୍ତମାନ ସେହି ଘରକୁ ଭାଙ୍ଗି ନୂତନ ଭାବରେ ଘର ନିର୍ମାଣ କରୁଛୁ। ନିର୍ମାଣ କରିବା ସମୟରେ ସେଠାରେ କିଛି ସମାଧି ରହିଥିବା ଗୋବର୍ଦ୍ଧନ ମଠ ପକ୍ଷରୁ ଜାଣିବାକୁ ପାଇଛୁ। ତେବେ ଆପୋସ ବୁଝାମଣାରେ ଆମେ ମଠର ଯେତିକି ଜାଗା ତାହା ଛାଡ଼ି ଦେବୁ ଏବଂ ଏଥିରେ କୌଣସି ଆପତ୍ତି ନ ଥିବା ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?