ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଭିନ୍ନ ପ୍ରତିକ୍ରିୟା ସନ୍ଦେହ ଘେରକୁ ଆସୁଛି। ପ୍ୟାକ୍ସ ସମ୍ପାଦକ ସୁଶୀଲ ସାହୁ ମଣ୍ଡିରୁ ଧାନ ଚୋରି ହୋଇ ନ ଥିବା କହୁଥିବା ବେଳେ ଆରଏମ୍‌ସି ସମ୍ପାଦକ ମନୋଜ ଜେନା ଚୋରି ହୋଇଥିବା ଘଟଣାକୁ ସ୍ବୀକାର କରିଛନ୍ତି। କନଝିରିଆପାଲି ପଞ୍ଚାୟତ ଅମାତପାଲି ଗ୍ରାମର ମହିଳା ଚାଷୀ ଯଶୋବନ୍ତୀ ବାଘ ଗତ ଶୁକ୍ରବାର କୋଟସମଲାଇ ପ୍ୟାକ୍ସ(ରାନିପାଲି)ରେ ୧୦୬ ପ୍ୟାକେଟରେ ପ୍ରାୟ ୮୧ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଆଣିଥିଲେ। ମାତ୍ର ଶନିବାର ସକାଳୁ ସେଥିରୁ ୧୮ ପ୍ୟାକେଟ ଧାନ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ କୋଟସମଲାଇ ସେବା ସମବାୟ ସମିତି ସମ୍ପାଦକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ସମବାୟ ସମିତି ସମ୍ପାଦକ ସୁଶୀଲ ସାହୁଙ୍କୁ ପଚାରିବାରୁ ମଣ୍ଡିରୁ ଧାନ ଚୋରି ହୋଇ ନ ଥିବା କହିଥିଲେ। ତେବେ ଏନେଇ ଗତ ୧୮ ତାରିଖ ଧରିତ୍ରୀରେ କୋଟସମଲାଇ ମଣ୍ଡିରୁ ୧୮ ପ୍ୟାକେଟ ଧାନ ଚୋରି ଶୀର୍ଷକ ଖବର ପ୍ରକାଶନ ପାଇଲା ପରେ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା। ଖୋଜାଖୋଜି ପରେ ଚୋରି ହୋଇଥିବା ଧାନ ପ୍ୟାକେଟ ମିଳିଥିଲା। କେହି ମଣ୍ଡିରୁ ଧାନ ଚୋରି କରି ନେଇଥିବା ବେଳେ ତାହା ମିଳିଛି ବୋଲି ଆରଏମ୍‌ସି ସମ୍ପାଦକ ମନୋଜ ଜେନା କହିଛନ୍ତି। ତେବେ ଦୁଇ ଅଧିକାରୀଙ୍କ ଭିନ୍ନ ମତକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ମଣ୍ଡିରେ ସିସି କ୍ୟାମେରା ଲାଗିଥିବା ବେଳେ କିଏ ଓ କିଭଳି ଧାନ ଚୋରି କଲା ଏବଂ କାହିଁକି ବିଭାଗ ତରଫରୁ ଥାନାରେ ଅଭିଯୋଗ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ୨୦୨୪-୨୫ ବ୍ୟାଚ୍‌ର ନୂତନ ‘ଏଡଭୋକେଟ୍ସ-ଅନ୍-ରିକର୍ଡ’ (AOR) ଙ୍କ ଆନୁଷ୍ଠାନିକ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରି ଆଇନ ପେଷାରେ ଶ୍ରେଷ୍ଠତା, ନିଷ୍ଠା…

କଠୋର କାର୍ଯ୍ୟାନୁଷ୍ଠାନ ନେଲେ ସରକାର! ସକାଳୁ ସକାଳୁ CJP ଦେଲା ବଡ଼ ସୂଚନା, ଦେଶରେ ହଇଚଇ

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜୀତ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତି ଏବଂ ଅହିଂସା ପନ୍ଥାରେ ଆଗକୁ ବଢିବ।…

ବିଦ୍ରୋହ ଭିତରେ ଇନଷ୍ଟାଗ୍ରାମ୍‌ ଛାଡିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୨୩ା୭: ଜନ୍ତର-ମନ୍ତରରେ ଛାତ୍ର ଏବଂ ‘କକରୋଚ୍ ଜନତା ପାର୍ଟି’ର ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ନୈମିଷା…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଇରାନ୍‌ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ହୋଇଛି ଏତେ ଡଲାର, ଜାଣିଲେ ହୋଇଯିବେ ତାଜୁବ

ୱାଶିଂଟନ, ୨୩ା୭: ଇରାନ୍‌ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏପର୍ଯ୍ୟନ୍ତ ପ୍ରାୟ ୩୭.୫ ବିଲିୟନ ଡଲାର (ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇସାରିଛି। ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri