ଏସ୍‌ସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ

କଟକ,୫ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ରାଗିଂ ଘଟଣାର କିଛିଦିନ ପରେ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ରାଗିଂ ଅଭିଯୋଗ ଆସିଛି। ଏମ୍‌ବିବିଏସ୍‌ର ଜଣେ ପ୍ରଥମ ବର୍ଷ ଛାତ୍ରଙ୍କୁ ଶେଷବର୍ଷର ଛାତ୍ରମାନେ ରବିବାର ରାଗିଂ କରିଥିବା ନେଇ ମେଡିକାଲ କଲେଜ ଅଧ୍ୟକ୍ଷା ବା ଡିନ୍‌ ଆଣ୍ଡ ପ୍ରିନ୍ସିପାଲ ପ୍ରଫେସର ଡା. ଲୁସି ଦାସଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଅଭିଯୋଗକୁ ଆଧାର କରି ଏସ୍‌ସିବି ମେଡିକାଲ କଲେଜର ଆଣ୍ଟି ରାଗି୍‌ଂ କମିଟି ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉଭୟ ପ୍ରଥମ ଓ ଶେଷ ବର୍ଷ ଛାତ୍ରଙ୍କୁ ଡାକି ପଚରାଉଚରା କରିଥିବା ଜଣାପଡିଛି। ତେବେ ଏଭଳି ଅଭିଯୋଗକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି।

ମେଡିକାଲ କଲେଜ ଅଧ୍ୟକ୍ଷା ପ୍ରଫେସର ଦାସଙ୍କ କହିବା ଅନୁସାରେ, ରବିବାର ମେଡିକାଲର ଶେଷବର୍ଷର ଛାତ୍ରୀଛାତ୍ରମାନେ ପ୍ରଥମବର୍ଷର ଛାତ୍ରୀଛାତ୍ରଙ୍କୁ ନିଜ ନାମ, ଠିକଣା ବା ବିଧିବଦ୍ଧ ଭାବେ ପରିଚୟ ସମ୍ପର୍କରେ ପଚାରିଥିଲେ, ଯାହାକି ପୂର୍ବରୁ ଏକ ପରମ୍ପରା ରହିଆସିଛି। ମେଡିକାଲ କଲେଜର କୌଣସି ଛାତ୍ରୀଛାତ୍ର ରାଗିଂ ନେଇ ଲିଖିତ କିମ୍ବା ମୌଖିକ ଭାବେ ଅଭିଯୋଗ କରିଙ୍‌ନାହାନ୍ତି। ଏସ୍‌ସିବି ମେଡିକାଲ କଲେଜର ଆଣ୍ଟି ରାଗିଂ କମିଟି ରହିଛି। ପ୍ରତ୍ୟେକ ବର୍ଷ ନୂତନ ଛାତ୍ରୀଛାତ୍ର ଯୋଗଦେବା ପରେ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥାଏ। ସେହି ଅନୁସାରେ ସୋମବାର କମିଟିର ବୈଠକ ଥିଲା। ବୈଠକରେ ସମସ୍ତ ବିଷୟରେ ଆଲୋଚନା ହୋଇଥିଲା। ଏଭଳି ରାଗିଂ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏକ ପ୍ରକାରର ଗୁଜବ, ଏଥିରେ କୌଣସି ସତ୍ୟତା ନାହିଁ। ଏସ୍‌ସିବି ମେଡିକାଲ କଲେଜକୁ ବଦନାମ କରିବାକୁ କେତେଜଣ କୁଚକ୍ରୀ ଏଭଳି ଗୁଜବ କରିବାକୁ ପ୍ରୟାସ କରିଥିବା ନେଇ ଦାସ କହିଛନ୍ତି।

ପ୍ରକାଶ ଯେ, ଏମ୍‌କେସିଜିର ୫ଜଣ ଚତୁର୍ଥ ବର୍ଷର ଛାତ୍ର କେତେଜଣ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିବା ଅଭିଯୋଗରେ ଗତ ୩୦ ତାରିଖରେ ହଷ୍ଟେଲରୁ ବହିଷ୍କୃତ ହୋଇଥିଲେ। ଅଭିଯୁକ୍ତ ଛାତ୍ରମାନଙ୍କୁ ମଧ୍ୟ ୬ମାସ ପାଇଁ କ୍ୟାମ୍ପସରୁ ବାହାର କରାଯାଇଛି। ଉକ୍ତ ଘଟଣା ସମ୍ପର୍କରେ ପୀଡ଼ିତ ଛାତ୍ରଙ୍କ ଅଭିଭାବକ ନ୍ୟାଶନାଲ ମେଡିକାଲ କାଉନ୍‌ସିଲ(ଏନ୍‌ଏମ୍‌ସି)ର ଆଣ୍ଟି ରାଗିଂ ସେଲ୍‌ରେ ମଧ୍ୟ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri